ଆଉ ଜଣେ ମଡେଲ ଝୁଲିପଡ଼ିଲେ

କୋଲକାତା: କୋଲକାତାର ଆଉ ଜଣେ ମଡେଲଙ୍କ ମୃତ ଦେହକୁ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି। ରବିବାର କସବା ଅଞ୍ଚଳର ବେଡିଆଡଙ୍ଗା ସ୍ଥିତ ନିଜ ବାସଭବନର ୧୮ ବର୍ଷୀୟ ଜଣେ ମଡେଲ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବତୀଙ୍କକ ନାମ ସରସ୍ୱତୀ। ତାଙ୍କ ମୃତ ଦେହକୁ  ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ମଡେଲ ଜଣକ ଅନେକ ଛୋଟ ଛୋଟ ଉଦ୍ୟୋଗ ପାଇଁ ମଡେଲିଂ କରିଥିବା ଜଣାପଡ଼ିଛି । ତାଙ୍କ ପାଖରେ ଅନେକ ଅଫର ମଧ୍ୟ ଥିଲା। […]

Death

Death

Tapas Behera
  • Published: Monday, 30 May 2022
  • Updated: 30 May 2022, 05:37 PM IST

Sports

Latest News

କୋଲକାତା: କୋଲକାତାର ଆଉ ଜଣେ ମଡେଲଙ୍କ ମୃତ ଦେହକୁ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି। ରବିବାର କସବା ଅଞ୍ଚଳର ବେଡିଆଡଙ୍ଗା ସ୍ଥିତ ନିଜ ବାସଭବନର ୧୮ ବର୍ଷୀୟ ଜଣେ ମଡେଲ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବତୀଙ୍କକ ନାମ ସରସ୍ୱତୀ। ତାଙ୍କ ମୃତ ଦେହକୁ  ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ମଡେଲ ଜଣକ ଅନେକ ଛୋଟ ଛୋଟ ଉଦ୍ୟୋଗ ପାଇଁ ମଡେଲିଂ କରିଥିବା ଜଣାପଡ଼ିଛି । ତାଙ୍କ ପାଖରେ ଅନେକ ଅଫର ମଧ୍ୟ ଥିଲା। ହେଲେ ସେ ଶନିବାର ନିଜ ଦୁପଟା ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି।

ସରସ୍ୱତୀ ଝୁଲିବା ଅବସ୍ଥାରେ ତାଙ୍କ ଜେଜେ ମା ପ୍ରଥମେ ନଜର ପକାଇଥିଲେ। ପରେ ତାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ କହିଛି ଯେ, ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସରସ୍ୱତୀଙ୍କ ୩ ସହଯୋଗୀ ମଡେଲଙ୍କ ସହ କଣ ସମ୍ପର୍କ ଥିଲା ଯାଞ୍ଚ କରାଯାଉଛି।  ସରସ୍ୱତୀଙ୍କ ମୋବାଇଲ ଫୋନ୍‌ ଜବତ କରିଛି ପୁଲିସ। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଦୁଇ ସପ୍ତାହରେ ଏହା ହେଉଛି ଚତୁର୍ଥ ମାମଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos