ବଦଳିଲା ଶାହାରୁଖ୍‌ ଖାନ୍‌ଙ୍କ ପୁଅର ଜେଲ କୋଠରୀ

ମୁମ୍ବାଇ: ଜେଲରେ ବାଦଶାହ ଶାହାରୁଖ୍‌ ଖାନ୍‌ଙ୍କ ପୁଅ ମନ ଭଲ ନାହିଁ। ଟେନ୍‌ସନ୍‌ରେ ରହୁଛନ୍ତି କିଙ୍ଗ ଖାନ୍‌ଙ୍କ ପୁଅ। ତେଣୁ  ଆର୍ଯ୍ୟନ୍‌ ଖାନ୍‌ଙ୍କ ଜେଲ କୋଠରୀ ବଦଳିଛି । ଅନ୍ୟ ଅଭିକ୍ତଠାରୁ ଆର୍ଯ୍ୟନ୍ ଖାନ୍‌ଙ୍କୁ ଅଲଗା ସେଲରେ ରଖାଯାଇଛି। ଆର୍ଯ୍ୟନ୍ ମାନସିକ ଅଶାନ୍ତି ଓ ଚାପରେ ରହୁଥିବାରୁ ତାଙ୍କ ସେଲ ବଦଳାଯାଇ ଥିବା ଜେଲ କର୍ତ୍ତୃପକ୍ଷଠାରୁ ସୂଚନା ମିଳିଛି । ଡ୍ରଗସ କାରବାରରେ ଆର୍ଯ୍ୟନଙ୍କ ସମେତ ଧରାପଡ଼ିଥିବା ବାକି ଅଭିଯୁକ୍ତଙ୍କୁ ଜେଲରେ ଭିନ୍ନ ଭିନ୍ନ କୋଠରୀରେ ରଖାଯାଇଛି […]

saharukh

saharukh

Tapas Behera
  • Published: Thursday, 14 October 2021
  • Updated: 14 October 2021, 06:52 PM IST

Sports

Latest News

ମୁମ୍ବାଇ: ଜେଲରେ ବାଦଶାହ ଶାହାରୁଖ୍‌ ଖାନ୍‌ଙ୍କ ପୁଅ ମନ ଭଲ ନାହିଁ। ଟେନ୍‌ସନ୍‌ରେ ରହୁଛନ୍ତି କିଙ୍ଗ ଖାନ୍‌ଙ୍କ ପୁଅ। ତେଣୁ  ଆର୍ଯ୍ୟନ୍‌ ଖାନ୍‌ଙ୍କ ଜେଲ କୋଠରୀ ବଦଳିଛି । ଅନ୍ୟ ଅଭିକ୍ତଠାରୁ ଆର୍ଯ୍ୟନ୍ ଖାନ୍‌ଙ୍କୁ ଅଲଗା ସେଲରେ ରଖାଯାଇଛି। ଆର୍ଯ୍ୟନ୍ ମାନସିକ ଅଶାନ୍ତି ଓ ଚାପରେ ରହୁଥିବାରୁ ତାଙ୍କ ସେଲ ବଦଳାଯାଇ ଥିବା ଜେଲ କର୍ତ୍ତୃପକ୍ଷଠାରୁ ସୂଚନା ମିଳିଛି । ଡ୍ରଗସ କାରବାରରେ ଆର୍ଯ୍ୟନଙ୍କ ସମେତ ଧରାପଡ଼ିଥିବା ବାକି ଅଭିଯୁକ୍ତଙ୍କୁ ଜେଲରେ ଭିନ୍ନ ଭିନ୍ନ କୋଠରୀରେ ରଖାଯାଇଛି । ସୁରକ୍ଷା ଦୃଷ୍ଟିରୁ ଜେଲ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି।

ଆଜି ଆର୍ଯ୍ୟନ୍‌ଙ୍କ ଜାମିନ ଆବେଦନ ଖାରଜ ହୋଇଯିବା ପରେ ତାଙ୍କୁ ଆସନ୍ତା ୨୦ ଅକ୍ଟୋବର ପର୍ଯ୍ୟନ୍ତ ଜେଲ ପଠାଇ ଦିଆଯାଇଛି। ସେହିଦିନ ତାଙ୍କୁ ବେଲ ମିଳିମାରେ ବୋଲି ଆଶା କରାଯାଉଛି। ଆର୍ଯ୍ୟନଙ୍କୁ ଜେଲ ଖାଦ୍ୟ ଦିଆଯାଉଛି। ସେ ଏହାକୁ ଠିକ୍ ଭାବେ ଖାଉଛନ୍ତି ବୋଲି କହିଛନ୍ତି  ଜେଲ କର୍ତ୍ତୃପକ୍ଷ। ଆର୍ଥର ଜେଲରେ ରହୁଥିବା ଆର୍ଯ୍ୟନ୍‌ ସକାଳ ୬ଟାରୁ ଉଠୁଛନ୍ତି। ସକାଳ ୭ଟାରେ ସେ ବ୍ରେକଫାଷ୍ଟ ଖାଉଛନ୍ତି। ଦିନ ୧୧ଟା ବେଳେ ଲଞ୍ଚ ଦିଆଯାଉଛି। ଅପରାହ୍ନରେ କଏଦୀମାନଙ୍କୁ ଜେଲର ମଝି ଏରିଆରେ ବୁଲାବୁଲି ପାଇଁ ସୁଯୋଗ ଦିଆଯାଉଛି। ଆର୍ଯ୍ୟନଙ୍କ ଉପରେ ପୂରା ନଜର ରଖାଯାଇଛି।

ସନ୍ଧ୍ୟା ୬ଟା ସୁଦ୍ଧା ତାଙ୍କୁ ଲଞ୍ଚ ଦିଆଯାଉଛି । ଏହା ପରେ ବାରାକ୍ ବନ୍ଦ କରିଦିଆଯାଉଛି ବୋଲି ଜେଲ ପକ୍ଷରୁ ସୂଚନା ମିଳିଛି। ବାହାର ଖାଦ୍ୟକୁ ପ୍ରବେଶ ଅନୁମିତି ଦିଆଯାଉ ନାହିଁ।  ତାଙ୍କ ଘର ଲୋକେ ତାଙ୍କ ପାଖକୁ ମନି ଅର୍ଡ଼ର କରୁଛନ୍ତି । ସେହି ଟଙ୍କା ତାଙ୍କ ଆକଉଣ୍ଟରେ ଜମା କରାଯାଉଛି। ଏହି ଟଙ୍କାରେ ସେ ଜେଲ କ୍ୟାଣ୍ଟିନରୁ କିଣାକିଣି କରି ଖାଉଛନ୍ତି। ଘରୁ ଆସୁଥିବା ଡ୍ରେସ୍‌ ଆର୍ଯ୍ୟନ ପିନ୍ଧୁଛନ୍ତି ।  ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରେ ନିଷିଦ୍ଧ ଡ୍ରଗସ୍‌ ଜବତ କରାଯିବା ସହ ଅକ୍ଟୋବର ୩ରେ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୨୦ ଜଣଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos