୩ ଦିନିଆ ରିମାଣ୍ଡରେ ଯିବେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖିମପୁର ଖେରୀ ହିଂସା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ୩ ଦିନିଆ ରିମାଣ୍ଡରେ ନେବ ପୁଲିସ। ଏନେଇ କୋର୍ଟ ଅନୁମତି ଦେଇଛନ୍ତି। ଏନେଇ ସର୍ତ୍ତ ଜାରି କରାଯାଇଛି। ଆଶିଷ ମିଶ୍ରାଙ୍କୁ ଅକ୍ଟୋବର ୧୨ ତାରିଖ ଦିନ ୧୦ଟାରୁ ଅକ୍ଟୋବର ୧୫ ତାରିଖ ଦିନ ୧୦ ଟା ପର୍ଯ୍ୟନ୍ତ ପୁଲିସ ରିମାଣ୍ଡରେ ନେଇପାରିବ ବୋଲି କୁହାଯାଇଛି। ଆଶିଷ ମିଶ୍ରାଙ୍କୁ ରିମାଣ୍ଡ ନେଇ ପୁଲିସ ଆବେଦନ କରିଥିବା ବେଳେ ଆଶିଷଙ୍କ ଓକିଲ ଏହାକୁ ବିରୋଧ କରିଥିଲେ। […]

ashis

ashis

Tapas Behera
  • Published: Monday, 11 October 2021
  • Updated: 11 October 2021, 04:52 PM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖିମପୁର ଖେରୀ ହିଂସା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ୩ ଦିନିଆ ରିମାଣ୍ଡରେ ନେବ ପୁଲିସ। ଏନେଇ କୋର୍ଟ ଅନୁମତି ଦେଇଛନ୍ତି। ଏନେଇ ସର୍ତ୍ତ ଜାରି କରାଯାଇଛି। ଆଶିଷ ମିଶ୍ରାଙ୍କୁ ଅକ୍ଟୋବର ୧୨ ତାରିଖ ଦିନ ୧୦ଟାରୁ ଅକ୍ଟୋବର ୧୫ ତାରିଖ ଦିନ ୧୦ ଟା ପର୍ଯ୍ୟନ୍ତ ପୁଲିସ ରିମାଣ୍ଡରେ ନେଇପାରିବ ବୋଲି କୁହାଯାଇଛି। ଆଶିଷ ମିଶ୍ରାଙ୍କୁ ରିମାଣ୍ଡ ନେଇ ପୁଲିସ ଆବେଦନ କରିଥିବା ବେଳେ ଆଶିଷଙ୍କ ଓକିଲ ଏହାକୁ ବିରୋଧ କରିଥିଲେ। ସେ କହିଥିଲେ ଆଶିଷଙ୍କୁ ପୁଲିସ ହେପାଜତକୁ ନେବା ପରେ ତାଙ୍କୁ  ୧୨ ଘଣ୍ଟା ଧରି ଜେରା କରିଥିଲା। ଏଥିରେ ପୁଲିସକୁ ଅଶିଷ ସମସ୍ତ ପ୍ରକାର ସହଯୋଗ କରିଥିଲେ। ତେଣୁ  ରିମାଣ୍ଡର କଣ  ଆବଶ୍ୟକତା ରହିଛି ବୋଲି ଆଶିଷଙ୍କ ଓକିଲ  ପ୍ରଶ୍ନ କରିଥିଲେ । ସେହିପରି ଆଶିଷଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ଭିତ୍ତିହୀନ ବୋଲି କହିଥିଲେ ତାଙ୍କ ଓକିଲ।

ଶୁଣାଣି ବେଳେ ସରକାରୀ ଓ ଆଶିଷଙ୍କ ଓକିଲ ମଧ୍ୟରେ ଘମାଘୋଟ ଯୁକ୍ତିତର୍କ ହୋଇଥିଲା। ସରକାରୀ ଓକିଲ ଆଶିଷଙ୍କୁ ପୁଲିସ୍‌ ୧୪ ଦିନ ରିମାଣ୍ଡରେ ନେଇ ଗାଡ଼ି ମଡ଼ାଇବା ଘଟଣା ପଛରେ ହୋଇଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବାକୁ ଚାହୁଁଥିବା କହିଥିଲେ। ଏଥିସହ ପୂର୍ବରୁ ତାଙ୍କୁ ହୋଇଥିବା ୧୨ ଘଣ୍ଟାର ଜେରା ବେଳେ ସେ କୌଣସି ଜବାବ ଦେଇ ନଥିଲେ ବୋଲି ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରାଇଥିଲେ।

ହେଲେ ଏହାକୁ ଆଶିଷଙ୍କ ଓକିଲ ବିରୋଧ କରିଥିଲେ। ସେ କହିଥିଲେ, “ମୋ କ୍ଲାଏଣ୍ଟ କେମିତି ପୁଲିସ୍‌କୁ ସହଯୋଗ କରି ନଥିଲେ କୁହନ୍ତୁ? ତାଙ୍କୁ ଦୀର୍ଘ ୧୨ ଘଣ୍ଟା କାଳ ମାରାଥନ ଜେରା କରାଯାଇଥିଲା। ତାଙ୍କୁ କେବଳ ଗୋଟିଏ ଗ୍ଲାସ ପାଣି ପିଇବାକୁ ଦିଆଯାଇଥିଲା। ପୁଲିସ୍‌ର କୌଣସି ପ୍ରଶ୍ନରେ ସେ ଚୁପ ନଥିଲେ। ସେ ପୁଲିସ୍‌କୁ ସବୁ ପ୍ରକାରର ସହଯୋଗ କରିଛନ୍ତି। ତାଙ୍କୁ ଏସଆଇଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୪୦ଟି ପ୍ରଶ୍ନ କରାଯାଇଥିଲା। ସେ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି।

୧୨ ଘଣ୍ଟାର ଜେରା ପରେ ପୁଣି କ’ଣ ପାଇଁ ତାଙ୍କୁ ୧୪ ଦିନ ରିମାଣ୍ଡରେ ନେବାକୁ ପୁଲିସ୍‌ ଚାହୁଁଛି? କ’ଣ ଥାର୍ଡ ଡିଗ୍ରୀ ପ୍ରୟୋଗ କରି ପୁଲିସ୍‌ ତାଙ୍କ ଷ୍ଟେଟମେଣ୍ଟ ରେକର୍ଡ କରିବାକୁ ଚାହୁଁଛି କି? ପୁଲିସ ତାଙ୍କୁ କ’ଣ ପାଇଁ ରିମାଣ୍ଡରେ ନେବାକୁ ଚାହୁଁଛି, ସେକଥା କହୁନାହିଁ। କେବଳ ଷଡ଼ଯନ୍ତ୍ର ଢାଲ ଦେଖାଉଛି।” ଆଶିଷଙ୍କ ଓକିଲ ନିଜର ପକ୍ଷ ରଖିବା ପରେ ଶୁଣାଣି ଶେଷ ହୋଇଥିଲା।

ସୂଚନାଯୋଗ୍ୟ, ରବିବାର ଲଖିମପୁର ଖେରିରେ ଚାଷୀମାନେ ଆନ୍ଦୋଳନ କରୁଥିଲେ। ଏହି ସମୟରେ ଗୋଟିଏ ମହିନ୍ଦ୍ରା ଥର ଜିପ୍‌ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାପରେ ସୃଷ୍ଟି ହୋଇଥିବା ହିଂସାରେ ଆଉ ୪ ଜଣଙ୍କ ଜୀବନ ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story