୫ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା, ପ୍ରଚାର ଉପରେ କଟକଣା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିଛନ୍ତି। ଫେବ୍ରୁଆରୀ ୧୦ ତାରିଖରୁ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ମାର୍ଚ୍ଚ ୧୦ରେ ଫଳାଫଳ ପ୍ରକାଶ ପାଇବ। ଏହା ସହିତ ଆଜିଠୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ଓ ମଣିପୁରରେ […]

iop

iop

Tapas Behera
  • Published: Saturday, 08 January 2022
  • Updated: 08 January 2022, 05:45 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିଛନ୍ତି। ଫେବ୍ରୁଆରୀ ୧୦ ତାରିଖରୁ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ମାର୍ଚ୍ଚ ୧୦ରେ ଫଳାଫଳ ପ୍ରକାଶ ପାଇବ। ଏହା ସହିତ ଆଜିଠୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି।

ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ଓ ମଣିପୁରରେ ୨ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ସେହିପରି ପଞ୍ଜାବ, ଗୋଆ ଓ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ।

ଉତ୍ତର ପ୍ରଦେଶରେ ଫେବ୍ରୁଆରୀ ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ସେହିପରି ରାଜ୍ୟରେ ଫେବ୍ରୁଆରୀ ୧୪ରେ ଦ୍ୱିତୀୟ, ୨୦ରେ ୩ୟ, ୨୩ରେ ୪ର୍ଥ, ୨୭ରେ ୫ମ, ମାର୍ଚ୍ଚ ୩ରେ ଷଷ୍ଠ ଓ ୭ ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ।

ମଣିପୁରରେ ଫେବ୍ରୁଆରୀ ୨୭ ଓ ମାର୍ଚ୍ଚ ୩ରେ ହେବ ଭୋଟ୍ ଗ୍ରହଣ ହେବ। ଉତ୍ତରାଖଣ୍ଡ, ଗୋଆ ଓ ପଞ୍ଜାବରେ ଫେବ୍ରୁଆରୀ ୧୪ରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ।

 ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା କହିଛନ୍ତି, ଗତ ଦୁଇ ବର୍ଷ ହେବ କୋଭିଡ୍ ନିୟମକୁ ଅନୁସରଣ କରି ନିର୍ବାଚନ ହୋଇ ଆସୁଛି। ସୁରକ୍ଷିତ ନିର୍ବାଚନ କରାଇବା ଆମର ଲକ୍ଷ୍ୟ । ଏଥର ୫ଟି ରାଜ୍ୟରେ ମୋଟ ୬୮୦ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଏହି ୫ ରାଜ୍ୟରେ ୧୮ କୋଟି ୩୪ ଲକ୍ଷ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୮.୫୫ କୋଟି ମହିଳା ଅଛନ୍ତି। ସେହିପରି ୨୪.୯ ଲକ୍ଷ ଭୋଟର ପ୍ରଥମ ଥର ମତଦାନ କରିବେ। ଉତ୍ତରପ୍ରଦେଶରେ ୨୯% ନୂତନ ଭୋଟର ଭୋଟ୍‌ ଦେବେ।

ଶ୍ରୀ ଚନ୍ଦ୍ରା କହିଛନ୍ତି, ସର୍ବମୋଟ ୨ ଲକ୍ଷ ୧୫ ହଜାର ୩୬୮ଟି କେନ୍ଦ୍ରରେ ମତଦାନ ହେବ। ପ୍ରତି ବୁଥ୍‌ରେ କେବଳ ୧,୨୫୦ ଜଣ ଭୋଟ୍ ଦେବେ। ପୁଲିଂ ବୁଥ୍‌ ନିକଟରେ ୱେଟିଂ ଏରିଆ, ଶୌଚାଳୟ, ରାମ୍ପସ, ସାନିଟାଇଜର ଓ ମାସ୍କ ଉପରେ ଗୁରୁତ୍ୱାରୋପ କରାଯାଇଛି। ବରିଷ୍ଠ ନାଗରିକଙ୍କ ପାଇଁ ପୋଷ୍ଟାଲ ବାଲଟ୍‌ ସୁବିଧା କରାଯାଇଛି। ନିର୍ବାଚନ ପରିଚାଳନାରେ ସାମିଲ ହେବାକୁ ଥିବା ସବୁ ଅଧିକାରୀ କୋଭିଡ୍‌ର ଡବଲ ଡୋଜ୍ ଟିକା ନେବା ଜରୁରୀ ବୋଲି ସେ କହିଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ଏଥର ଅନଲାଇନରେ ନାମାଙ୍କନପତ୍ର ଦାଖଲ କରିହେବ। ସବୁ ରାଜନୈତିକ ଦଳ ପାଇଁ ସୁବିଧା ଆପ୍ ପ୍ରସ୍ତୁତ କରାଯାଇଛି।  ଏଥିରେ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ। ବେଆଇନ ଟଙ୍କା ଓ ମଦ ଉପରେ କଡ଼ା ନଜର ରଖାଯିବ। Cvigil ଆପ୍‌ରେ ଅଭିଯୋଗ ଦାଏର କରିହେବ।

ସେ କହିଛନ୍ତି, କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର ଉପରେ କଟକଣା ଲାଗୁ କରାଯାଇଛି। ଜାନୁଆରୀ ୧୫ ଯାଏ ରୋଡ୍‌ ଶୋ’ ଓ ରାଲିକୁ ମନା କରାଯାଇଛି। ବିଜୟ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ସେହିପରି ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ଟିକେଟ କାହିଁକି ପ୍ରଦାନ କରାଯିବ, ତାର କାରଣ ଦର୍ଶାଇବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story