ଦୁର୍ଗା ପୂଜା ମଣ୍ଡପରେ ଭଙ୍ଗାରୁଜା, ସଂଘର୍ଷ ଘଟି ୩ ମୃତ

ଢାକା: ଦୁର୍ଗା ପୂଜା ମଣ୍ଡପରେ ଅଭାବନୀୟ ଘଟଣା। ପୂଜା ମଣ୍ଡପରେ ମୂର୍ତ୍ତି ଭଙ୍ଗାରୁଜା  ହେବା ସହ ଏଥିରେ ସଂଘର୍ଷଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି। ବାଂଲାଦେଶର ବିଭିନ୍ନ ପୂଜା ମଣ୍ଡପରେ ଏମିତି ଅପ୍ରୀତିକର ପରିସ୍ଥିତି ଘଟିବା ସହ ଗୋଷ୍ଠୀ ସଂଘର୍ଷ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥିତି ଏତେ ଭୟଙ୍କର ଥିଲା ଯେ, ପୁଲିସ ମଧ୍ୟ ନିୟନ୍ତ୍ରଣ କରିପାରି ନଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବିଭିନ୍ନ ସ୍ଥାନରେ ଅର୍ଦ୍ଧ ସାମରିକାବଳ ନିୟୋଜନ କରାଯାଇଛି। ବାଂଲାଦେଶର କୋମିଲା […]

5gb

5gb

Tapas Behera
  • Published: Thursday, 14 October 2021
  • Updated: 14 October 2021, 04:35 PM IST

Sports

Latest News

ଢାକା: ଦୁର୍ଗା ପୂଜା ମଣ୍ଡପରେ ଅଭାବନୀୟ ଘଟଣା। ପୂଜା ମଣ୍ଡପରେ ମୂର୍ତ୍ତି ଭଙ୍ଗାରୁଜା  ହେବା ସହ ଏଥିରେ ସଂଘର୍ଷଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି। ବାଂଲାଦେଶର ବିଭିନ୍ନ ପୂଜା ମଣ୍ଡପରେ ଏମିତି ଅପ୍ରୀତିକର ପରିସ୍ଥିତି ଘଟିବା ସହ ଗୋଷ୍ଠୀ ସଂଘର୍ଷ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥିତି ଏତେ ଭୟଙ୍କର ଥିଲା ଯେ, ପୁଲିସ ମଧ୍ୟ ନିୟନ୍ତ୍ରଣ କରିପାରି ନଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବିଭିନ୍ନ ସ୍ଥାନରେ ଅର୍ଦ୍ଧ ସାମରିକାବଳ ନିୟୋଜନ କରାଯାଇଛି।

ବାଂଲାଦେଶର କୋମିଲା ପୂଜା ମଣ୍ଡପରେ କୋରାନଙ୍କୁ ଅପାମାନ କରାଯାଥିବା ଗୁଜବ ପ୍ରଚାରିତ ହେବା ପରେ ଏ ବାବଦରେ ସୋସିଆଲ ମିଡିଆରେ କେତେକ ପୋଷ୍ଟ କରାଯାଇଥିଲା। ଫଳରେ ବିବାଦ ବଢ଼ିବା ସହ ଚରମ ବିଶୃଙ୍ଖଳା ରୂପ ନେଇ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭିନ୍ନ ପୂଜାମଣ୍ଡପରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ଘଟିବା ସହ ଭଙ୍ଗାରୁଜା  ଆରମ୍ଭ ହୋଇଥିଲା  । ଅନେକ ପୂଜା ମଣ୍ଡପରେ ମୂର୍ତ୍ତି ଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ହିଂସା ଘଟିଥିବା ଅଞ୍ଚଳରେ ଅଧିକାରୀମାନେ ପାରାମିଲିଟାଟିଫୋର୍ସ ମୁତୟନ କରିଛନ୍ତି। କୋମିଲା ହିଂସା ପରେ ଚାନ୍ଦପୁରର ହାଜିଗଞ୍ଜର ମନ୍ଦିରରେ ମଧ୍ୟ  ଭଙ୍ଗାରୁଜା  ହୋଇଛି। ଘଟଣା ପରେ ବଂଲା ଦେଶରେ ହିନ୍ଦୁମାନେ ଏକାଠି ହୋଇ ମୂର୍ତ୍ତି ଭଙ୍ଗାକୁ ଦୃଢ଼ଭାବରେ ନିନ୍ଦା କରିଛନ୍ତି। ପୁଜା ମଣ୍ଡପର ମୂର୍ତ୍ତି ଭଙ୍ଗା ଚିତ୍ରକୁ ବଂଲାଦେଶ ହିନ୍ଦୁ ୟୁନିଟି କାଉନ୍‌ସିଲ ପକ୍ଷରୁ ସୋସିଆଲ ମଡିଆରେ ସେୟାର କରାଯାଛି।

ବାଂଲାଦେଶ ଇତିହାସରେ ଏକ କଳା ଦିନ। ଭବିଷ୍ୟତରେ କଣ ହେବ ଜଣା ନାହିଁ। କିନ୍ତୁ ୨୦୨୧ର ଦୁର୍ଗା ପୂଜାକୁ ବାଂଲାଦେଶ ହିନ୍ଦୁମାନେ  କେବେ ଭୁଲି ପାରିବେ ନାହିଁ ବୋଲି କୁହାଯାଛି ।  ଏହା ପୂର୍ବରୁ ଢ଼ାକା ସ୍ଥିତ ଟିପୁ ସୁଲତାନ ରୋଡ ଏବଂ ଚିତ୍ରକୋଣ୍ଡାର କୋଟୱାଲରେ ମଦ୍ୟ ପୂଜା ମଣ୍ଡପକୁ ଆକ୍ରମଣ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos