ହସ୍ପିଟାଲରେ ଭର୍ତ୍ତି ହେଲେ ବିଧାୟକ ଆଜମ ଖାନ୍‌

ଲକ୍ଷ୍ନୌ: ବିଗିଡିଲା ସମାଜବାଦୀ ପାର୍ଟି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା। ତାଙ୍କୁ ଦିଲ୍ଲୀର ସର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଦୀର୍ଘ ଦିନ ଧରି ଜେଲରେ ରହି ଫେରିଥିବା ଆଜମ ଖାନ୍‌ ଶନିବାର ଦିନ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଉତ୍ତରପ୍ରଦେଶରରୁ ଦିଲ୍ଲୀ ଆଣିଥିଲେ ତାଙ୍କ ପରିବାର ସଦସ୍ୟ। ଆଜି ଭୋର ପ୍ରାୟ ୩ଟା ବେଳେ ଦିଲ୍ଲୀର ସର ଗଙ୍ଗାରାମ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଚାଲିଛି। କୁହାଯାଉଛି ଯେ, ଜେଲରୁ ଫେରିବା ପରେ ଆଜମ ଖାନ୍‌ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ବିଧାୟକ ଆଜମ ଖାନ୍‌ ପାଖାପାଖି ଅଢ଼େଇ ବର୍ଷ ଧରି ସୀତାପୁର ଜେଲରେ ବନ୍ଦୀ ଥିଲେ। ତାଙ୍କ ବିରୋଧରେ ୯୦ଟି ମାମଲା ରୁଜୁ କରାଯାଇଛି। ନିକଟରେ ସୁପ୍ରିମକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇବା ପରେ  ସୀତାପୁର ଜେଲରୁ ସେ ବାହାରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।