ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦକୁ ନେଇ ସୋଶାଲ ମିଡିଆରେ ପୋଷ୍ଟ କରି ଗିରଫ ହୋଇଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ରତନ ଲାଲଙ୍କୁ ଶେଷରେ ଜାମିନ ମିଳିଛି। ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ୫୦ ହଜାର ଟଙ୍କାର ବଣ୍ଡ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇ ଜାମିନ ପ୍ରଦାନ କରିଛନ୍ତି। ଏହି ଅର୍ଥ ଦାଖଲ କରିବା ପରେ ସେ ଜେଲରୁ ମୁକୁଳିବେ। ଜ୍ଞାନବାପୀ ମସଜିଦରେ ଚାଲିଥିବା ସର୍ଭେ ବେଳେ ଏହା ମଧ୍ୟରୁ ଗୋଟିଏ ବଡ଼ ଶିବଲିଙ୍ଗ ମିଳିଥିବା ଗଣମାଧ୍ୟମରେ ଖବର ପ୍ରକାଶ […]

Ratan-lal

Ratan-lal

Hemant Lenka
  • Published: Saturday, 21 May 2022
  • Updated: 21 May 2022, 06:39 PM IST

Sports

Latest News

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦକୁ ନେଇ ସୋଶାଲ ମିଡିଆରେ ପୋଷ୍ଟ କରି ଗିରଫ ହୋଇଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ରତନ ଲାଲଙ୍କୁ ଶେଷରେ ଜାମିନ ମିଳିଛି। ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ୫୦ ହଜାର ଟଙ୍କାର ବଣ୍ଡ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇ ଜାମିନ ପ୍ରଦାନ କରିଛନ୍ତି। ଏହି ଅର୍ଥ ଦାଖଲ କରିବା ପରେ ସେ ଜେଲରୁ ମୁକୁଳିବେ।

ଜ୍ଞାନବାପୀ ମସଜିଦରେ ଚାଲିଥିବା ସର୍ଭେ ବେଳେ ଏହା ମଧ୍ୟରୁ ଗୋଟିଏ ବଡ଼ ଶିବଲିଙ୍ଗ ମିଳିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହି ଶିବଲଙ୍ଗକୁ ନେଇ ପ୍ରଫେସର ଲାଲ ସୋଶାଲ ମିଡିଆରେ ଅଭଦ୍ର କମେଣ୍ଟ କରିଥିଲେ। ଏହାକୁ ନେଇ ବିବାଦ ହେବାରୁ ଦିଲ୍ଲୀ ପୁଲିସ ଆଜି ହିଁ ତାଙ୍କୁ ଗିରଫ କରିଥିଲା। ଏହାପରେ ପୁଲିସ୍‌ ତାଙ୍କୁ ତିସ ହଜାରି କୋର୍ଟରେ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସିଦ୍ଧାର୍ଥ ମଲିକଙ୍କ ଆଗରେ ହାଜର କରିଥିଲା।

ଏହି ସମୟରେ ଜାମିନ ପାଇଁ ଆବେଦନ କରି ଲାଲଙ୍କ ଓକିଲ କହିଥିଲେ ଯେ “ଆମେ ଜାମିନ ପାଇଁ ଆବେଦନ କରୁଛୁ। ସେ ଜଣେ ଅପରାଧୀ ନୁହନ୍ତି କିମ୍ବା ସେ କେଉଁ ଆଡ଼େ ଫେରାର ହେବେନି। ପୁଲିସ ତାଙ୍କୁ ବିନା କୌଣସି ନୋଟିସରେ ଗିରଫ କରିଛି। ତାଙ୍କୁ ପ୍ରତିକ୍ରିୟା ରଖିବାକୁ ମଧ୍ୟ ସୁଯୋଗ ମିଳିନି। ଏହା ଏକ ଜାମିନ ଯୁକ୍ତ ଅଫେନ୍ସ। ତାଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି। ଜଣେ ବ୍ୟକ୍ତିଙ୍କ ବାକ୍‌ ସ୍ୱାଧୀନତା ରହିଛି। ସେ କେବଳ ହ୍ୟୁମର ପାଇଁ ଚେଷ୍ଟା କରିଥିଲେ। ଯଦି ଲୋକଙ୍କ ସହନଶୀଳତା ଏତେ କମ, ତା’ହେଲେ ଲାଲ କିଛି କରିପାରିବେ ନାହିଁ।”

ପୁଲିସ୍‌ ଏହାକୁ ବିରୋଧ କରି ଲାଲଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ ଆବେଦନ କରିଥିଲା। ସୋଶାଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ସମାଜ ଉପରେ ସାଂଘାତିକ ପ୍ରଭାବ ପକାଇ ଥାଏ ବୋଲି ପୁଲିସ୍‌ ଯୁକ୍ତି ବାଢ଼ିଥିଲା। ତେବେ ମାଜିଷ୍ଟ୍ରେଟ ସିଦ୍ଧାର୍ଥ ପୁଲିସ୍‌ର ଯୁକ୍ତିକୁ ଗ୍ରହଣ ନ କରି ଅଭିଯୁକ୍ତ ରତନ ଲାଲଙ୍କୁ ଜାମିନ ଦେଇଛନ୍ତି।

ସେ ଜାମିନ ଅର୍ଡରେ ଲେଖିଛନ୍ତି ଯେ ଅଭିଯୁକ୍ତ ରତନ ଲାଲ ତଦନ୍ତବେଳେ ସଂପୂର୍ଣ୍ଣ ସହଯୋଗ କରିବେ। ତଦନ୍ତକାରୀ ଅଧିକାରୀ ଯେତେବେଳେ ବି କହିବେ, ତାଙ୍କୁ ସହଯୋଗ କରିବାକୁ ପଡ଼ିବ। ତଦନ୍ତ ଚାଲୁଥିବାରୁ ଘଟଣା ସମ୍ପର୍କରେ ଅଭିଯୁକ୍ତ ଜଣଙ୍କ କୌଣସି ପ୍ରକାରର ପୋଷ୍ଟ ସୋଶାଲ ମିଡିଆରେ କରିବେ ନାହିଁ। ସେହିପରି କୌଣସି ସାକ୍ଷାତକାର ମଧ୍ୟ ଘଟଣା ସମ୍ପର୍କରେ କାହାକୁ ଦେବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story