ବେଙ୍ଗଲରେ ୧୫ ଯାଏ କଟକଣା, ୧୦ ଯାଏ ଲକଡାଉନ ବଢ଼ାଇଲା ପଞ୍ଜାବ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଦୁଇ ରାଜ୍ୟ ବେଙ୍ଗଲ ଓ ପଞ୍ଜାବ କଟକଣା ଅବଧିକୁ ବୃଦ୍ଧି କରିଛନ୍ତି। ବେଙ୍ଗଲ ଜୁନ୍‌ ୧୫ ତାରିଖ ଯାଏ କରୋନା କଟକଣା ବୃଦ୍ଧି କରିଥିବା ବେଳେ ପଞ୍ଜାବରେ ୧୦ ତାରିଖ ଯାଏ ଲକଡାଉନ ଲାଗୁ ହେବ। ବେଙ୍ଗଲରେ ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ମେ’ ୧୫ ତାରିଖରେ ସରକାର କଟକଣା ଲାଗୁ କରିଥିଲେ। ଏହା ୩୧ ତାରିଖରେ ଶେଷ ହେବାର ଥିଲା। କିନ୍ତୁ ଆଜି ଏହାକୁ ଜୁନ୍‌ […]

Bengal

Bengal

Hemant Lenka
  • Published: Thursday, 27 May 2021
  • Updated: 27 May 2021, 05:38 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଦୁଇ ରାଜ୍ୟ ବେଙ୍ଗଲ ଓ ପଞ୍ଜାବ କଟକଣା ଅବଧିକୁ ବୃଦ୍ଧି କରିଛନ୍ତି। ବେଙ୍ଗଲ ଜୁନ୍‌ ୧୫ ତାରିଖ ଯାଏ କରୋନା କଟକଣା ବୃଦ୍ଧି କରିଥିବା ବେଳେ ପଞ୍ଜାବରେ ୧୦ ତାରିଖ ଯାଏ ଲକଡାଉନ ଲାଗୁ ହେବ।

ବେଙ୍ଗଲରେ ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ମେ’ ୧୫ ତାରିଖରେ ସରକାର କଟକଣା ଲାଗୁ କରିଥିଲେ। ଏହା ୩୧ ତାରିଖରେ ଶେଷ ହେବାର ଥିଲା। କିନ୍ତୁ ଆଜି ଏହାକୁ ଜୁନ୍‌ ୧୫ ଯାଏ ବୃଦ୍ଧି କରାଯାଇଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଦୟାକରି ଏହି କରୋନା କଟକଣାକୁ ଲଡଡାଉନର ନାଁ ଦିଆ ନ ଯାଉ। କରୋନା ସଂକ୍ରମଣ ରାଜ୍ୟରେ ହ୍ରାସ ପାଉଛି। ଅର୍ଥନୀତିକୁ ଦୃଷ୍ଟିରେ ରଖି ରାଜ୍ୟରେ କୌଣସି ପ୍ରକାରର ସଂପୂର୍ଣ୍ଣ ଲକଡାଉନ ଲାଗୁ କରାଯାଇ ନାହିଁ। ବର୍ତ୍ତମାନ ଲାଗିଥିବା କଟକଣା ଯୋଗୁ ମହାମାରୀର ପ୍ରକୋପ କମୁଛି। ତେଣୁ କଟକଣାକୁ ୧୫ ତାରିଖ ଯାଏ ବୃଦ୍ଧି କରାଯାଉଛି।

କଟକଣା ଅନୁଯାୟୀ, ସମସ୍ତ ଅଣଅତ୍ୟାବଶ୍ୟକ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ। ସମସ୍ତ ଯାତାୟାତ ଓ ମେଟ୍ରୋ ସେବା ବନ୍ଦ ରହିବ। ଜରୁରୀ ସେବା ଓ ହୋମ ଡେଲିଭରୀ ଜାରି ରହିବ। ଗ୍ରୋସରୀ ଓ ଅନ୍ୟାନ୍ୟ ଜରୁରୀ ସେବା ବିକ୍ରି କରୁଥିବା ଦୋକାନ ସକାଳ ୭ରୁ ଦିନ ୧୦ ଯାଏ ଖୋଲା ରହିବ। ମିଠା ବିକ୍ରି କରୁଥିବା ଦୋକାନ ସକାଳ ୧୦ଟାରୁ ସନ୍ଧ୍ୟା ୫ ଯାଏ ଖୋଲିବ।

ପେଟ୍ରୋଲ ପମ୍ପ ଓ ବ୍ୟାଙ୍କ ଦିନ ୧୦ରୁ ୨ ଯାଏ କାର୍ଯ୍ୟକ୍ଷମ ହେବ। ଶିଳ୍ପସଂସ୍ଥା ବନ୍ଦ ରହିବ। ହେଲେ ଚା’ ବଗିଚାଗୁଡ଼ିକ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। କୌଣସି ପ୍ରକାରର ରାଜନୀତିକ, ଧାର୍ମିକ ଓ ସାଂସ୍କୃତି କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ସର୍ବାଧିକ ୫୦ ଜଣଙ୍କୁ ନେଇ ବାହାଘର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଅନ୍ୟପକ୍ଷରେ ପଞ୍ଜାବରେ ସଂକ୍ରମଣ କମୁଥିଲେ ହେଁ ରାଜ୍ୟ ସରକାର ୧୦ ତାରିଖ ଯାଏ ଲକଡାଉନ ବୃଦ୍ଧି କରିଛନ୍ତି। ତେବେ ବ୍ୟକ୍ତିଗତ କାରରେ ଯାତାୟାତ ପାଇଁ ଯାତ୍ରୀଙ୍କ ସଂଖ୍ୟାରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ପୂର୍ବରୁ ଏପରି ଗାଡ଼ିରେ କେବଳ ଦୁଇ ଜଣ ଯାତ୍ରୀଙ୍କୁ ଯିବାର ଅନୁମତି ଥିଲା। ପଞ୍ଜାବ ସରକାର ଜାରି କରିଥିବା ଲକଡାଉନ ୩୧ ତାରିଖ ଯାଏ ବଳବତ୍ତର ରହିଥିଲା। ହେଲେ ଏବେ ଏହାକୁ ୧୦ ତାରିଖ ଯାଏ ବୃଦ୍ଧି କରାଯାଇଛି।

ନିୟମ ଅନୁଯାୟୀ, ପଞ୍ଜାବ ଆସୁଥିବା ବାହାର ରାଜ୍ୟର ଲୋକମାନଙ୍କୁ ସେମାନଙ୍କର ଆରଟି-ପିସିଆର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ। ଏହି ଟେଷ୍ଟ ୭୨ ଘଣ୍ଟା ପୂର୍ବରୁ ହୋଇଥିବା ଦରକାର। ସେହିପରି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଦୁଇ ଚକିଆ ଗାଡ଼ିରେ ଗୋଟିଏ ପରିବାରର ଦୁଇ ଜଣ ଯାଇ ପାରିବେ। ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ସଂପୂର୍ଣ୍ଣ ବନ୍ଦ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story