ବିହାରରେ ଟିକା ନେଇଛନ୍ତି ମୋଦି, ଶାହ ଓ ସୋନିଆ!

ପାଟନା: କରୋନାକୁ ମାତ୍‌ ଦେବା ପାଇଁ ଚାରିଆଡେ ଚାଲିଛି ଟିକାକରଣ। ଏଥିସହ ପ୍ରତିଦିନ ବ୍ୟାପକ କରୋନା ଟେଷ୍ଟ ମଧ୍ୟ ହେଉଛି। କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଅଜବଗଜବ ଘଟଣା। ବିବହାରର ଅରୱାଲ ଜିଲ୍ଲାରେ ଟିକା ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ବଲିଉଡ ଷ୍ଟାର ପ୍ରିୟଙ୍କା ଚୋପ୍ରା। ଏମାନେ କେବଳ ଟିକା ନେଇ ନାହାନ୍ତି ଆର୍‌ଟି-ପିଆସିଆର୍‌ ଟେଷ୍ଟ ମଧ୍ୟ କରାଇଛନ୍ତି। କରୋନା ଯାଞ୍ଚ […]

Modi, amit saha and sonia

Modi, amit saha and sonia

Madhupriya Mistry
  • Published: Tuesday, 07 December 2021
  • Updated: 07 December 2021, 12:06 PM IST

Sports

Latest News

ପାଟନା: କରୋନାକୁ ମାତ୍‌ ଦେବା ପାଇଁ ଚାରିଆଡେ ଚାଲିଛି ଟିକାକରଣ। ଏଥିସହ ପ୍ରତିଦିନ ବ୍ୟାପକ କରୋନା ଟେଷ୍ଟ ମଧ୍ୟ ହେଉଛି। କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଅଜବଗଜବ ଘଟଣା। ବିବହାରର ଅରୱାଲ ଜିଲ୍ଲାରେ ଟିକା ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ବଲିଉଡ ଷ୍ଟାର ପ୍ରିୟଙ୍କା ଚୋପ୍ରା। ଏମାନେ କେବଳ ଟିକା ନେଇ ନାହାନ୍ତି ଆର୍‌ଟି-ପିଆସିଆର୍‌ ଟେଷ୍ଟ ମଧ୍ୟ କରାଇଛନ୍ତି। କରୋନା ଯାଞ୍ଚ ଏବଂ ଟିକା ନାଁରେ ଏଭଳି କିଛି ସାଙ୍ଘାତିକ ଅବହେଳା ସାମ୍ନାକୁ ଆସିଛି।

ଜିଲ୍ଲାରେ ଥିବା କର୍ପୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ଓ ଆର୍‌ଟି-ପିସିଆର୍‌ ଟେଷ୍ଟ ପୋର୍ଟାଲରେ ଅପଲୋଡ ହୋଇଥିବା ଲିଷ୍ଟରେ ଏମିତି କିଛି ନାଁ ରହିଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୋର୍ଟାଲରେ ଆରଟିପିସିଆର ଟେଷ୍ଟ ଏବଂ ଟିକା ନେଇଥିବା ଲୋକଙ୍କ ତାଲିମା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ସୋନଆ ଗାନ୍ଧି ରହିଛନ୍ତି। କେବଳ ଏମାନେ ନୁହଁନ୍ତି ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନାଁ ମଧ୍ୟ ଅଛି। ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବା ପରେ ଏବେ ଦୁଇଜଣ କମ୍ପ୍ୟୁଟର ଅପରେଟରଙ୍କୁ ନିଲମ୍ବନ କରାଯାଇଛି।

ସେପଟେ ଏହି ଘଟଣାକୁ ନେଇ ଅରୱଲ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଜେ ପ୍ରିୟଦର୍ଶିନୀ କହିଛନ୍ତି, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିଏ ଏଭଳି ଜାଲିଆତି କରିଛି, ତାହା ଜଣାପଡ଼ିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣାକୁ ନେଇ ମାମଲା ବି ରୁଜୁ ହେବ। ତେବେ ଆମେ ଟେଷ୍ଟିଙ୍ଗ୍‌ ଏବଂ ଟିକାକରଣକୁ ଅଧିକ ତ୍ୱରାନ୍ୱିତ କରିଛୁ।

କେବଳ କର୍ପି ନୁହେଁ, ଅନ୍ୟ ବ୍ଲକ୍‌ଗୁଡ଼ିକୁ ବି ଫୋକସ୍‌ କରାଯାଇଛି। ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ନିରୀକ୍ଷଣ କରାଯିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି। ଘଟଣା ବାବଦରେ ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଜିଲ୍ଲାପାଳ ପ୍ରିୟଦର୍ଶିନୀଙ୍କ ସହିତ କଥା ହେବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି।

ସେପଟେ ଏଭଳି ଅବହେଳକୁ ନେଇ ବିହାର ବିଧାନସଭାରେ ପ୍ରବଳ ହଙ୍ଗାମା ହୋଇଛି। ବିରୋଧୀ ଦଳ ନେତା ତଥା ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଦେଶରେ ବିହାରର ସ୍ୱାସ୍ଥ୍ୟ ବିଭାଗ ଭ୍ରଷ୍ଟାଚାର, ଦୁର୍ନୀତି, ଜାଳିଆତି, ଯନ୍ତ୍ରପାତି ଚୋରି ମାମଲରେ ସବୁଠୁ ଆଗରେ। ବର୍ତ୍ତମାନ ନୀତୀଶ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା, ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଚୋପ୍ରାଙ୍କୁ ମଧ୍ୟ ଟ୍ରିପଲ ଡୋଜ ଟିକା ଦେଇଛନ୍ତି ବୋଲି ସେ ବାଣ ମାରିଛନ୍ତି।

https://twitter.com/yadavtejashwi/status/1467885075777798151?s=20

https://twitter.com/AHindinews/status/1467936732054052867?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story