ଛିଡ଼ିଲା ଭାଗ ବଣ୍ଟା: ଏକାଠି ଶପଥ ନେଲେ ଆର୍‌ଜେଡି, ଜେଡିୟୁ ଓ କଂଗ୍ରେସ ବିଧାୟକ

ପାଟନା: ଛିଡ଼ିଲା ଭାଗବଣ୍ଟା। ବିହାରର ମହାମେଣ୍ଟ ପାର୍ଟ-୨ ସରକାରରେ ସାମିଲ ଥିବା ତିନି ରାଜନୈତିକ ଦଳର ୩୧ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଏହି ମନ୍ତ୍ରିମଣ୍ଡଳରେ ନୀତୀଶ କୁମାରଙ୍କ ଘନିଷ୍ଠ ଉପେନ୍ଦ୍ର କୁଶୱାହଙ୍କୁ ସୁଯୋଗ ମିଳିନି। ସେ ଦିଲ୍ଲୀରେ ଥିବା ସୂଚନା ମିଳିଛି। ସେହିପରି ଏହି ସମାରୋହରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଉପସ୍ଥିତ ନ ଥିଲେ। ବିହାରରେ ସରକାର ଗଠନର ୬ ଦିନ ପରେ ମଙ୍ଗଳବାର କ୍ୟାବିନେଟ୍‌ ସମ୍ପ୍ରସାରଣ ହୋଇଛି। ରାଜଭବନରେ […]

Bihar cabinet expanded

Bihar cabinet expanded

Madhupriya Mistry
  • Published: Tuesday, 16 August 2022
  • Updated: 16 August 2022, 02:52 PM IST

ପାଟନା: ଛିଡ଼ିଲା ଭାଗବଣ୍ଟା। ବିହାରର ମହାମେଣ୍ଟ ପାର୍ଟ-୨ ସରକାରରେ ସାମିଲ ଥିବା ତିନି ରାଜନୈତିକ ଦଳର ୩୧ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଏହି ମନ୍ତ୍ରିମଣ୍ଡଳରେ ନୀତୀଶ କୁମାରଙ୍କ ଘନିଷ୍ଠ ଉପେନ୍ଦ୍ର କୁଶୱାହଙ୍କୁ ସୁଯୋଗ ମିଳିନି। ସେ ଦିଲ୍ଲୀରେ ଥିବା ସୂଚନା ମିଳିଛି। ସେହିପରି ଏହି ସମାରୋହରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଉପସ୍ଥିତ ନ ଥିଲେ।

ବିହାରରେ ସରକାର ଗଠନର ୬ ଦିନ ପରେ ମଙ୍ଗଳବାର କ୍ୟାବିନେଟ୍‌ ସମ୍ପ୍ରସାରଣ ହୋଇଛି। ରାଜଭବନରେ ଶପଥ ନେଇଛନ୍ତି ମନ୍ତ୍ରୀମାନେ। ରାଜ୍ୟପାଳ ଫାଗୁ ଚୌହାନ ଏକାଥରକେ ୫ ଜଣ ଲେଖାଏଁ ବିଧାୟକଙ୍କୁ ମନ୍ତ୍ରୀ ପଦର ଶପଥ ଗ୍ରହଣ କରାଇଥିଲେ। ଏକାଥରେ ୫ ଜଣ ଲେଖାଏଁ ମନ୍ତ୍ରୀ ଭାବେ ଶପଥ ନେବାରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।

ପ୍ରଥମ ପର୍ଯ୍ୟାୟରେ ବିଜୟ କୁମାର ଚୌଧରୀ, ଆଲୋକ କୁମାର ମେହଟ୍ଟା, ତେଜପ୍ରତାପ ଯାଦବ, ବିଜେନ୍ଦ୍ର ଯାଦବ ଓ ଚନ୍ଦ୍ରଶେଖରଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଲାଲୁଙ୍କ ପୁଅ ତେଜପ୍ରତାପ ଯାଦବ ପୁଣିଥରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଅଶୋକ ଚୌଧୁରୀ, ଶ୍ରବଣ କୁମାର, ଲେସି ସିଂହ, ରମାନନ୍ଦ ଯାଦବ ଓ ସୁରେନ୍ଦ୍ର ଚୌଧରୀ ଶପଥ ନେଇଥିଲେ। ତୃତୀୟ ପର୍ଯ୍ୟାୟରେ ସଞ୍ଜୟ ଝା, ସନ୍ତୋଷ କୁମାର ସୁମନ(ହମ୍‌), ମଦନ ସାହାନି, ଲଳିତ ଯାଦବ ଓ ଅଫାକ ଆଲମ(କଂଗ୍ରେସ) ଶପଥ ନେଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ ଶୀଲା ମଣ୍ଡଳ(ଜେଡିୟୁ), ସୁମିତ ସିଂ(ସ୍ୱାଧୀନ), ସୁନୀଲ କୁମାର(ଜେଡିୟୁ), ଚନ୍ଦ୍ରଶେଖର(ଆର୍‌ଜେଡି) ଏବଂ ସମୀର ମହାସେଠ(ଆର୍‌ଜେଡି) ଶପଥ ନେଇଥିଲେ।

ବିହାର ମନ୍ତ୍ରିମଣ୍ଡଳରେ ଆର୍‌ଜେଡିର ପଲ୍ଲା ଭାରି ରହିଛି। ନୀତୀଶ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ତେଜସ୍ୱୀ ଯାଦବଙ୍କ ଆର୍‌ଜେଡି ପାଖରେ ରହିଛି ଅଧିକ ମନ୍ତ୍ରୀ ପଦ। ଆର୍‌ଜେଡିର ୧୬ ଜଣ ମନ୍ତ୍ରୀ ପଦ ପାଇଥିବା ବେଳେ ଜେଡିୟୁର ୧୧ ଜଣ ମନ୍ତ୍ରୀ ରହିଛନ୍ତି। ସେହିପରି କଂଗ୍ରେସର ୨ ଓ ହାମ୍‌ ଦଳର ଜଣେ ଓ ସ୍ୱାଧୀନ ପାର୍ଟିର ଜଣେ ମନ୍ତ୍ରୀ ଅଛନ୍ତି।

ପୂର୍ବ ଏନ୍‌ଡିଏ ମେଣ୍ଟରେ ଜେଡିୟୁ ପାଖରେ କମ୍‌ ବିଧାୟକ ସଂଖ୍ୟା ଥିଲେ ମଧ୍ୟ ବିଜେପି ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଛାଡି ଦେଇଥିଲା। କିନ୍ତୁ ଏବେ ନୂଆ ମହାଗଠବନ୍ଧନରେ ଯେଉଁ ଦଳ ପାଖରେ ଯେତେ ଅଧିକ ବିଧାୟକ ସେହି ଦଳରୁ ଅଧିକ ମନ୍ତ୍ରୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story