ପେଟ୍ରୋଲ ଟାଙ୍କିରେ ଷ୍ଟାର୍ଟ କରିବା ବେଳେ ହଠାତ୍‌ ଜଳିଲା ବାଇକ୍‌ , ଦେଖନ୍ତୁ ଭିଡିଓ

ଚେନ୍ନାଇ: ଆପଣ ନିଜ୍‌ ବାଇକ୍‌ରେ ଟାଙ୍କି ଭର୍ତ୍ତି ପର୍ଯ୍ୟନ୍ତ ତେଲ ଭରୁଛନ୍ତି କି? ଯଦି ହଁ, ତେବେ ସାବଧାନ ହୋଇ ଯାଆନ୍ତୁ । ଏବେ ଆପଣଙ୍କୁ ଆମେ ଏମିତି ଏକ ଏକ ଭିଡିଓ ଦେଖାଇବୁ ଯାହା ଦେଖିଲେ ଆପଣ ଆଚମ୍ବିତ ହୋଇଯିବେ। ଆଉ ଏହି ଦୃଶ୍ୟକୁ ଦେଖିଲା ପରେ ଆପଣ କେବେ ବି ଆଉ ପେଟ୍ରୋଲ ଟାଙ୍କିରେ ଟାଙ୍କି ପୂର୍ଣ୍ଣ ହେଲା ପର୍ଯ୍ୟନ୍ତ ତେଲ ପକାଇବେ ନାହିଁ। କାରଣ ଟାଙ୍କି ଭର୍ତ୍ତି କରି ତେଲ ପକାଇବାର ଭୟଙ୍କର ପରିଣତି ତାମିଲନାଡ଼ୁର ଏକ ତେଲ ଟାଙ୍କିରେ ଦେଖିବାକୁ ମିଳିଛି।

ତାମିଲନାଡ଼ୁର ତିରୁନେଲଭେଲି ଏକ ଟାଙ୍କିରେ ଜଣେ ଯୁବକ ଟାଙ୍କିରେ ତେଲ ଫୁଲ କରି ଷ୍ଟାର୍ଟ ମାରିବା ବେଳେ ହଠାତ୍‌ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ତେବେ ଯୁବକ ଜଣକ ବାଇକ୍‌ରୁ ଡେଇଁ ସୌଭାଗ୍ୟ କ୍ରମେ ବର୍ତ୍ତି ଯାଇଥିଲେ। ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ କଏଦ୍‌ ହୋଇଥିଲା।

ତେବେ ଏଥିରେ ଯାହା ଦୃଶ୍ୟମାନ ହେଉଛି ଯୁବକ ଜଣକ ବାଇକ୍‌ରେ ବସି ତେଲ ଭରୁଛନ୍ତି। ଆଉ ସରିବା ପରେ ଗାଡ଼ି ଷ୍ଟାର୍ଟ ମାରିବାକ୍ଷଣି ହଠାତ୍‌ ନିଆଁ ଲାଗି ଯାଉଛି। ଆଉ ସଙ୍ଗେ ସଙ୍ଗେ ଯୁବକ ଜଣକ ବାଇକ୍‌ରୁ ଡେଇଁ ପଡ଼ୁଛନ୍ତି। ଏହି  ଭୟଙ୍କର ଘଟଣାକୁ ନେଇ ସେଠାରେ ଆତଙ୍କ ଖେଳି ଯାଇଥିବା ବେଳେ ଅନ୍ୟ କିଛି କ୍ଷତି ଘଟି ନାହିଁ। କୁହାଯାଉଛି ଆବଶ୍ୟକଠାରୁ ଅଧିକ ତେଲ ଭର୍ତ୍ତି କରିବାରୁ ଏହା ଲିକ୍‌ ହୋଇ ନିଆଁ ଲାଗିବାର କାରଣ ପାଲଟିଥିଲା।

ଭିଡିଓ: ସୌଜନ୍ୟ ଏନ୍‌ଆଇ

ଆହୁରି ପଢ଼ନ୍ତୁ

ବିମାନ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଲୋକଙ୍କର ହେବ କରୋନା ଟେଷ୍ଟ

୨୧ ଲକ୍ଷ ନିକଟରେ ପହଞ୍ଚିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ୯୩୩ ମୃତ

ସିଏଜି ଭାବେ ଶପଥ ନେଲେ ଗିରୀଶ ମୁର୍ମୁ

ରିୟାଙ୍କ କଲ୍‌ ଡିଟେଲ୍‌ସରୁ ଆସିଲା ଏମିତି ତଥ୍ୟ

ପଚରାଉଚରା ବେଳେ ଇଡି ଆଗରେ କ’ଣ କହିଲେ ରିୟା?

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୯ ମୃତ, ମୃତକଙ୍କ ମଧ୍ୟରେ ୨ ପାଇଲଟ୍‌

୩୦ ଫୁଟ ତଳକୁ ଖସି ଦୁଇ ଖଣ୍ଡ ହେଲା ଏୟାର ଇଣ୍ଡିଆ ବିମାନ

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା, ଦୁଇ ପାଇଲଟ ମୃତ!

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣା

ଆଇପିଏଲ ପାଇଁ ଭାରତ-ଇଂଲଣ୍ଡ ସିରିଜ୍‌ ୨୦୨୧ ଯାଏ ସ୍ଥଗିତ

ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ: ଭୂସ୍ଖଳନ ଯୋଗୁ ଗଲାଣି ୧୫ ଜୀବନ

ସୁଶାନ୍ତଙ୍କ ମୃତ୍ୟୁ ଘଟଣା: ସୁପ୍ରିମକୋର୍ଟ ଗଲା ସିବିଆଇ