ପରୀକ୍ଷାରେ କପି ପାଇଁ ୬ ଲକ୍ଷର ଚପଲ

ଜୟପୁର: ପରୀକ୍ଷାରେ କପି କରିବା ପାଇଁ କିଏ କେତେ କ’ଣ ଉପାୟ ଆପଣାଇଥାନ୍ତି। ଏବେ କପି କରିବାର ନୂଆ ଟେକ୍‌ନିକ ସାମ୍ନାକୁ ଆସିଛି। ୬ ଲକ୍ଷର ଚପଲ ପିନ୍ଧି କପି କରୁଥିଲେ ପରୀକ୍ଷାର୍ଥୀ। ରାଜସ୍ଥାନର REET ପରୀକ୍ଷାରେ ଏଭଳି ଘଟଣା ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ ରାଜସ୍ଥାନର REET(Rajasthan Eligibility Examination for Teacher)ରେ କପି କରିବା ଅଭିଯୋଗରେ ବିକାନେର ପୁଲିସ […]

Exam

Exam

Madhupriya Mistry
  • Published: Monday, 27 September 2021
  • Updated: 27 September 2021, 03:40 PM IST

Sports

Latest News

ଜୟପୁର: ପରୀକ୍ଷାରେ କପି କରିବା ପାଇଁ କିଏ କେତେ କ'ଣ ଉପାୟ ଆପଣାଇଥାନ୍ତି। ଏବେ କପି କରିବାର ନୂଆ ଟେକ୍‌ନିକ ସାମ୍ନାକୁ ଆସିଛି। ୬ ଲକ୍ଷର ଚପଲ ପିନ୍ଧି କପି କରୁଥିଲେ ପରୀକ୍ଷାର୍ଥୀ। ରାଜସ୍ଥାନର REET ପରୀକ୍ଷାରେ ଏଭଳି ଘଟଣା ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ ରାଜସ୍ଥାନର REET(Rajasthan Eligibility Examination for Teacher)ରେ କପି କରିବା ଅଭିଯୋଗରେ ବିକାନେର ପୁଲିସ ୫ ଜଣଙ୍କୁ ଗିରଫ କରିଛି। କପି କରିବାକୁ ଉଦ୍ୟମ କରିଥିବା ଗିରଫ ୫ଜଣ ପରୀକ୍ଷାର୍ଥୀଙ୍କ ଠାରୁ ଏକ ଚପଲକୁ ପୁଲିସ ଜବତ କରିଛି। ସେମାନେ ପିନ୍ଧିଥିବା ଚପଲ ‘ସୋଲ୍‌’ରେ ‘ବ୍ଲୁଟୁଥ୍‌ ଡିଭାଇସ୍‌’ ଖଞ୍ଜା ଯାଇଥିବା କଥା ପୁଲିସ ଅଧିକାରୀମାନେ କହିଛନ୍ତି।

[caption id="attachment_679346" align="aligncenter" width="650"]Cheet in Exam ‘ବ୍ଲୁଟୁଥ୍‌’ ଲାଗିଥିବା ଚପଲ ଜରିଆରେ ପରୀକ୍ଷାରେ କପି କରୁଥିଲେ[/caption]

କପି କରୁଥିବା ବେଳେ ଆଜ୍‌ମେର୍‌ରେ ଜଣେ ବ୍ୟକ୍ତି ଧରାପଡ଼ିବା ପରେ ରିଟ୍‌ ପରୀକ୍ଷାରେ ରାଜ୍ୟବ୍ୟାପୀ ‘କପି ରାକେଟ୍‌’ ସକ୍ରିୟ ଥିବା କଥା ପୁଲିସ ଜାଣିପାରିଥିଲା। ବିକାନେର୍‌ ଏବଂ ସିକରରେ ମଧ୍ୟ ସେହିପରି ‘ବ୍ଲୁଟୁଥ୍‌’ ଲାଗିଥିବା ଚପଲ ମିଳିଥିଲା। ପୁଲିସ ମୁତାବକ ଏହି ଡିଭାଇସ୍‌ ଲାଗିଥିବା ଚପଲ ଜରିଆରେ ଏମାନେ କପି କରୁଥିଲେ। ଗିରଫ ପରୀକ୍ଷାର୍ଥୀଙ୍କ ଠାରୁ ପୁଲିସ ଚପଲ ସମେତ ଅନେକ ମୋବାଇଲ୍‌ ଏବଂ ସିମ୍‌ କାର୍ଡ ମଧ୍ୟ ଜବତ କରିଛି।

ପୁଲିସ କହିବା ମୁତାବକ, ଏହି ବ୍ଲୁଟୁଥ ଲାଗିଥିବା ଚପଳର ଦାମ୍‌ ୬ ଲକ୍ଷ ଟଙ୍କା। ଉକ୍ତ ଚପଲ ଭିତରେ ଗୋଟାଏ ‘ଫୋନ୍‌’ ଏବଂ ଗୋଟାଏ ‘ବ୍ଲୁଟୁଥ୍ ଡିଭାଇସ୍‌’ ରହିଛି। ପରୀକ୍ଷାର୍ଥୀଙ୍କ କାନରେ ମଧ୍ୟ ଗୋଟାଏ ‘ଡିଭାଇସ୍’ ଲାଗିଛି। ଏହି ସବୁ ଉପକରଣ ମାଧ୍ୟ‌ମରେ ପରୀକ୍ଷା ହଲ୍‌ ବାହାରୁ କେହି ଜଣେ ପରୀକ୍ଷାର୍ଥୀଙ୍କୁ କପି ଦେବାରେ ସାହାଯ୍ୟ କରୁଥିଲେ। ବର୍ତ୍ତମାନ ଯାଏଁ  ୨୫ ଜଣ ଉକ୍ତ ଚପଲକୁ କିଣିଛନ୍ତି।

କେତେକ ରିପୋର୍ଟ ଅନୁସାରେ, ସମସ୍ତ ‘ହାର୍ଡୱେର୍‌’ ସହ ଏହି ଚପଲ ହଳକୁ ୨ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି। ‘କପି ନିମନ୍ତେ ଉଦ୍ଦିଷ୍ଟ ଚପଲ’ଗୁଡ଼ିକୁ ଅତି ଚତୁରତାର ସହ ତିଆରି କରାଯାଇଛି। REET ପରୀକ୍ଷାରେ କପି ରୋକିବା ନିମନ୍ତେ ରାଜସ୍ଥାନର କେତେକ ଜିଲ୍ଲାରେ ୧୨ ଘଣ୍ଟା ପର୍ଯ୍ୟନ୍ତ ମୋବାଇଲ୍‌ ଓ ‘ଇଣ୍ଟରନେଟ୍‌ ସେବା କାଟି ଦିଆଯାଇଛି।

ସୂଚନା ମୁତାବକ ସରକାରୀ ସ୍କୁଲମାନଙ୍କରେ ଖାଲି ପଡିଥିବା ୩୧୦୦୦ ପଦବୀ ନିମନ୍ତେ ଆଜି REET ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୧୬ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଛନ୍ତି।

https://twitter.com/umashankarsingh/status/1442101702476189699?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story