ପେଟ୍ରୋଲ ଓ ଟାୟାର୍ ଜାଳି ଅନ୍ତିମ ସଂସ୍କାର, ୫ ପୁଲିସ୍ କର୍ମୀ ସସପେଣ୍ଡ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାରେ ପୁଲିସ୍ କର୍ମୀଙ୍କ ଉପସ୍ଥିତିରେ ଅଜଣା ମୃତଦେହକୁ ଗଙ୍ଗା ଘାଟରେ ଅନ୍ତିମ ସଂସ୍କାର କରୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଳୁଥିବା ଜୁଇରେ କାଠ ବଦଳରେ ଟାୟାର୍ ପକାଇ ଜଳାଯାଉଛି । ସେହିପରି କିପରି ଜୁଇ ଅଧିକ ଜଳିବ, ସେଥିପାଇଁ ଏହା ଉପରେ ପେଟ୍ରୋଲ୍ ଓ ଡିଜେଲର ବ୍ୟବହାର କରାଯାଉଛି । ଏବେ ଏହି ଘଟଣାରେ ଲିପ୍ତ ଥିବା ୫ ପୁଲିସ୍ […]

up-police

up-police

Ranjit Kumar Jena
  • Published: Tuesday, 18 May 2021
  • Updated: 18 May 2021, 05:25 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାରେ ପୁଲିସ୍ କର୍ମୀଙ୍କ ଉପସ୍ଥିତିରେ ଅଜଣା ମୃତଦେହକୁ ଗଙ୍ଗା ଘାଟରେ ଅନ୍ତିମ ସଂସ୍କାର କରୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଳୁଥିବା ଜୁଇରେ କାଠ ବଦଳରେ ଟାୟାର୍ ପକାଇ ଜଳାଯାଉଛି । ସେହିପରି କିପରି ଜୁଇ ଅଧିକ ଜଳିବ, ସେଥିପାଇଁ ଏହା ଉପରେ ପେଟ୍ରୋଲ୍ ଓ ଡିଜେଲର ବ୍ୟବହାର କରାଯାଉଛି । ଏବେ ଏହି ଘଟଣାରେ ଲିପ୍ତ ଥିବା ୫ ପୁଲିସ୍ କର୍ମୀଙ୍କୁ ସସପେଣ୍ଡ କରିଦିଆଯାଇଛି ।

ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ପୁଲିସ୍ କର୍ମୀ ଅଜଣା ଶବଗୁଡ଼ିକୁ ସତ୍କାର କରୁଛନ୍ତି, କିନ୍ତୁ ଶବର ଅନ୍ତ୍ୟେଷ୍ଟି କ୍ରିୟାରେ ସେମାନେ ଟାୟାରର ସହାୟତା ନେଇଛନ୍ତି । ଭାଇରାଲ୍ ଭିଡିଓ ସାମ୍ନାକୁ ଆସିବା ପରେ ବାଲିଆର ପୁଲିସ୍ ଅଧୀକ୍ଷକ ବିପିନ ତାଡା ୫ ପୁଲିସ୍ କର୍ମୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରି ସସପେଣ୍ଡ କରିଛନ୍ତି । ଏବେ ଏହି ମାମଲାର ପୂରା ତଦନ୍ତ ଏଏପସି କରୁଛନ୍ତି ।

https://twitter.com/alok_pandey/status/1394517765176717317?s=20

ଶବଗୁଡ଼ିକୁ ସମ୍ମାନର ସହ ଅନ୍ତିମ ସଂସ୍କାର କରାଯିବା ପାଇଁ ସରକାରଙ୍କ ତରଫରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ହେଲେ ଯେଉଁ ଶବଗୁଡ଼ିକୁ ପେଟ୍ରୋଲ ଓ ଟାୟାର ସହାୟତାରେ ଜଳାଯାଇଛି,  ସେହି ଶବଗୁଡ଼ିକ ପଚି ଯାଇଥିଲା ଏବଂ ଖୁବ୍ ଦୁର୍ଗନ୍ଧ କରୁଥିଲା । ଏପରିକି ଏହି ଶବଗୁଡ଼ିକୁ ଜଳାଇବା ପାଇଁ ପାଖରେ କାଠ ନଥିଲା । ଯେଉଁକାରଣରୁ ପୁଲିସକର୍ମୀଙ୍କୁ ଏଭଳି ଉପାୟ ଆପଣାଇଥିବା କୁହାଯାଉଛି। ମିଡିଆ ରିପୋର୍ଟ ମୁତାବକ, ପଶ୍ଚିମରୁ ନେଇ ପୂର୍ବ ଓ ମଧ୍ୟ ୟୁପି ପର୍ଯ୍ୟନ୍ତ, ସବୁ ସ୍ଥାନରେ ପରିସ୍ଥିତି ଭୟାବହ ରହିଛି । ଗଙ୍ଗାର ଗୋଟିଏ ଗୋଟିଏ ଘାଟରେ ୪୦୦ରୁ ୫୦୦ ଶବ ପୋତା ଯାଉଥିବା ଖବର ମିଳିଛି ।

କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁର ଭୟଙ୍କର ଚିତ୍ର ଗଙ୍ଗା ନଦୀରେ ଦେଖିବାକୁ ମିଳିଛି । ୟୁପିର ବାଲିଆ ଜନପଦର ମାଲଦେପୁର ଘାଟରେ ତିନୋଟି ଶବ ଭାସି କୂଳରେ ଲାଗିଥିବା ଦେଖିବାକୁ ମିଳିଥିଲା, ଯାହାକୁ କୁକୁର ଖାଉଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos