ବିଭାଜନ ବେଳେ ଅଲଗା ହୋଇଥିଲେ, ଏବେ ୭୪ ବର୍ଷ ପରେ ଏକାଠି ହେଲେ ଦୁଇ ଭାଇ

ନୂଆଦିଲ୍ଲୀ: ୧୯୪୭ ମସିହାରେ ଅଖଣ୍ଡ ଭାରତ ଯେତେବେଳେ ବିଭାଜନ ହେଲା ସେତେବେଳେ ମହମ୍ମଦ ସିଦ୍ଦିକ ବହୁତ ଛୋଟ ଥିଲେ। ବିଭାଜନ ଯୋଗୁ ତାଙ୍କ ପରିବାର ମଧ୍ୟ ଦୁଇ ଭାଗ ହୋଇ ଯାଇଥିଲା। ପରିବାରର କିଛି ସଦସ୍ୟ ଭାରତରେ ରହିଥିବା ବେଳେ ଆଉ କିଛି ପାକିସ୍ତାନରେ ଆଶ୍ରୟ ନେଇଥିଲେ। ମହମ୍ମଦଙ୍କ ବଡ଼ ଭାଇ ହବିବ ଓରଫ ଶେଲା ମଧ୍ୟ ଭାରତରେ ରହି ଯାଇଥିଲେ। ଇତି ମଧ୍ୟରେ ବିଭାଜନକୁ ବିତି ଯାଇଛି ୭୪ ବର୍ଷ।  ଦୀର୍ଘ ୭୪ ବର୍ଷ ପରେ […]

brothers

Hemant Lenka
  • Published: Wednesday, 12 January 2022
  • , Updated: 12 January 2022, 07:51 PM IST

ନୂଆଦିଲ୍ଲୀ: ୧୯୪୭ ମସିହାରେ ଅଖଣ୍ଡ ଭାରତ ଯେତେବେଳେ ବିଭାଜନ ହେଲା ସେତେବେଳେ ମହମ୍ମଦ ସିଦ୍ଦିକ ବହୁତ ଛୋଟ ଥିଲେ। ବିଭାଜନ ଯୋଗୁ ତାଙ୍କ ପରିବାର ମଧ୍ୟ ଦୁଇ ଭାଗ ହୋଇ ଯାଇଥିଲା। ପରିବାରର କିଛି ସଦସ୍ୟ ଭାରତରେ ରହିଥିବା ବେଳେ ଆଉ କିଛି ପାକିସ୍ତାନରେ ଆଶ୍ରୟ ନେଇଥିଲେ।

ମହମ୍ମଦଙ୍କ ବଡ଼ ଭାଇ ହବିବ ଓରଫ ଶେଲା ମଧ୍ୟ ଭାରତରେ ରହି ଯାଇଥିଲେ। ଇତି ମଧ୍ୟରେ ବିଭାଜନକୁ ବିତି ଯାଇଛି ୭୪ ବର୍ଷ।  ଦୀର୍ଘ ୭୪ ବର୍ଷ ପରେ ଘଟିଛି ଗୋଟିଏ ଅସମ୍ଭବ ଘଟଣା। ବିଭାଜନ ବେଳେ ଅଲଗା ହୋଇଯାଇଥିବା ଦୁଇ ଭାଇ ମହମ୍ମଦ ଓ ହବିବ ଏବେ ଏକାଠି ହୋଇଛନ୍ତି। ଭାରତରୁ ପାକିସ୍ତାନ ଯାଏ ଲମ୍ବିଥିବା କର୍ତ୍ତାରପୁର କରିଡର ଉଭୟଙ୍କୁ ଏକାଠି କରିଛି।


ଦୁଇ ଭାଇ ଦୀର୍ଘ ୭୪ ବର୍ଷ ପରେ ପରସ୍ପରକୁ ଭେଟିବାର ସୁଯୋଗ ପାଇଥିବାରୁ ବେଶ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ରିପୋର୍ଟ ଅନୁଯାୟୀ, ମହମ୍ମଦ ସିଦ୍ଦିକ ପାକିସ୍ତାନର ଫୈସଲାବାଦରେ ରହୁଥିବା ବେଳେ ତାଙ୍କ ବଡ଼ ଭାଇ ଶେଲା ଭାରତର ପଞ୍ଜାବରେ ରୁହନ୍ତି। ଏବେ ଦୁଇ ଦେଶର ସରକାରଙ୍କ ଉଦ୍ୟମ ଯୋଗୁ ଦୁଇ ଭାଇ ଏକାଠି ହୋଇଛନ୍ତି। ସାମ୍ନାକୁ ଆସିଥିବା ଭିଡିଓ ଅନୁଯାୟୀ, ମହମ୍ମଦ ଓ ଶେଲା ପରସ୍ପରକୁ ଭେଟିବା ପରେ ବେଶ ଭାବବିହ୍ୱଳ ହୋଇଥିଲେ। ଏପରି କି ଉଭୟ ଦୀର୍ଘ ସମୟ ପରସ୍ପରକୁ ଧରି କାନ୍ଦିବାରେ ଲାଗିଥିଲେ।

ଭାରତ ଓ ପାକିସ୍ତାନ ମିଳିତ ଭାବେ କର୍ତ୍ତାରପୁର କରିଡର ନିର୍ମାଣ କରିଛନ୍ତି। ୨୦୧୯ରୁ ଏହା କାର୍ଯ୍ୟକ୍ଷମ ହେଉଛି। କରିଡର ଯୋଗୁ ଭିସା ମୁକ୍ତ ଯାତ୍ରା ସମ୍ଭବ ହୋଇପାରୁଛି। ଏହି କରିଡର ଯୋଗୁ ଦୁଇ ଭାଇ ଏକାଠି ହୋଇଥିବାରୁ ସେମାନେ ଉଭୟ ଭାରତ ଓ ପାକିସ୍ତାନ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

ସୂଚନାଯୋଗ୍ୟ, ଶିଖ୍‌ ଶ୍ରଦ୍ଧାଳୁଙ୍କ ପାଇଁ ଭାରତ ସରକାର ପାକିସ୍ତାନର ରବି ନଦୀ କୂଳରେ ଥିବା କର୍ତ୍ତାରପୁର ସ୍ଥିତ ଗୁରୁଦ୍ୱାର ଦରବାର ସାହିବ ଯାଏ କରିଡର୍ ନିର୍ମାଣ କରିଛନ୍ତି। ଏଥିରେ ପାକିସ୍ତାନ ମଧ୍ୟ ସହଯୋଗ କରିଥିଲା। ଏହି କରିଡର୍‌ଟି ପଞ୍ଜାବର ଗୁରୁଦାସପୁରଠାରୁ ଅନ୍ତର୍ଜାତୀୟ ସୀମା ଯାଏ ଲମ୍ବିଛି। କର୍ତ୍ତାରପୁର ସାହିବ ଅନ୍ତର୍ଜାତୀୟ ସୀମାର ବିପରୀତ ପାର୍ଶ୍ୱରେ ରହିଛି।


ଏଠାରେ ଗୁରୁ ନାନକ ଦେବ ବିଶ୍ରାମ କରିଥିଲେ। ତେଣୁ ଏହାକୁ ଶିଖ୍ ଧର୍ମାବଲମ୍ବୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଧର୍ମପୀଠ ଭାବେ ପରିଚିତ। ଶିଖ୍ ଶ୍ରଦ୍ଧାଳୁ ଯେଉଁଭଳି ଭାବେ ସହଜରେ ସେଠାକୁ ଯା’ଆସ କରିପାରିବେ, ସେଥିପାଇଁ ଭାରତ ସରକାର କରିଡର୍ ନିର୍ମାଣ କରିଛନ୍ତି। ଏହି କରିଡର୍ ନିର୍ମାଣ ପାଇଁ ସମସ୍ତ ଅର୍ଥ କେନ୍ଦ୍ର ସରକାର ବହନ କରିଛନ୍ତି ଓ ଏଥିରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବହାର କରାଯାଇଛି।

Related story