ଚକୋଲେଟ୍‌ ଚୋର, ନେଇଗଲେ ୧୭ ଲକ୍ଷ ଟଙ୍କାର କ୍ୟାଡବରୀ

ଲକ୍ଷ୍ନୌ: ଚୋର ପାଲଟିଗଲା ଚକୋଲେଟ୍‌ ଲୋଭି। ଟଙ୍କା ନୁହେଁ କି ସୁନା ନୁହେଁ ଚୋରି କରି ନେଇଗଲେ  ଚକୋଲେଟ୍‌। ତେବେ ୧୦୦ କି ୨୦୦ ଟଙ୍କାର ଚକୋଲେଟ୍‌ ନୁହେଁ ଚୋରମାନେ ଏକାଥରକେ ୧୭ ଲକ୍ଷ ଟଙ୍କାର କ୍ୟାଡବରୀ ଚକୋଲେଟ୍‌ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଚୋରି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଚିନହଟ ସ୍ଥିତ ଦେବରାଜି ବିହାର ଅଞ୍ଚଳରେ ଏହି ଚୋରି ଘଟଣା ଘଟିଛି। ଏଠାରେ […]

cadbury-chocolates

cadbury-chocolates

Madhupriya Mistry
  • Published: Wednesday, 17 August 2022
  • Updated: 17 August 2022, 04:52 PM IST

ଲକ୍ଷ୍ନୌ: ଚୋର ପାଲଟିଗଲା ଚକୋଲେଟ୍‌ ଲୋଭି। ଟଙ୍କା ନୁହେଁ କି ସୁନା ନୁହେଁ ଚୋରି କରି ନେଇଗଲେ  ଚକୋଲେଟ୍‌। ତେବେ ୧୦୦ କି ୨୦୦ ଟଙ୍କାର ଚକୋଲେଟ୍‌ ନୁହେଁ ଚୋରମାନେ ଏକାଥରକେ ୧୭ ଲକ୍ଷ ଟଙ୍କାର କ୍ୟାଡବରୀ ଚକୋଲେଟ୍‌ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଚୋରି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ।

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଚିନହଟ ସ୍ଥିତ ଦେବରାଜି ବିହାର ଅଞ୍ଚଳରେ ଏହି ଚୋରି ଘଟଣା ଘଟିଛି। ଏଠାରେ କିଛି ଦୁର୍ବୃତ୍ତ ଏକ କ୍ୟାଡବରୀ ଗୋଦାମରୁ ୧୭ ଲକ୍ଷ ଟଙ୍କାର କ୍ୟାଡବରୀ ଚକୋଲେଟ୍‌ ଚୋରି କରି ନେଇଯାଇଛନ୍ତି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ବ୍ୟବସାୟୀ ରାଜେନ୍ଦ୍ର ସିଂହ ସିଦ୍ଧୁ ନିଜ ପତ୍ନୀଙ୍କ ସହ ଲକ୍ଷ୍ନୌର ଓମ୍ୟାକ୍ସ ସିଟିରେ ରୁହନ୍ତି। ଏହା ପୂର୍ବରୁ ସେ ଚିନହଟରେ ରହୁଥିଲେ। କିନ୍ତୁ ଦୁଇ ମାସ ପୂର୍ବେ ସେ ଚିନହଟ୍‌ ସ୍ଥିତ ନିଜ ଘରକୁ ଗୋଦାମରେ ପରିଣତ କରିଦେଇ ଓମ୍ୟାକ୍ସ ସିଟିରେ ରହିବାକୁ ଲାଗିଥିଲେ। ତେବେ ଗତକାଲି ଗୋଦାମରୁ ଚକୋଲେଟ୍‌ ଚୋରି ହେବା ନେଇ ତାଙ୍କ ପଡୋଶୀ ଫୋନ୍‌ ଯୋଗେ ସୂଚନା ଦେଇଥିଲେ। ରାଜେନ୍ଦ୍ର ଜଣେ କ୍ୟାଡବରୀ ଡିଷ୍ଟ୍ରିବୁଟର୍‌ ଭାବେ କାମ କରନ୍ତି।

କୁହାଯାଇଛି ଯେ କିଛି ଚୋର ଟ୍ରକ୍‌ ନେଇ ଆସିଥିଲେ। ରଜେନ୍ଦ୍ର ଗୋଦାମରେ ନଥିବାର ସୁଯୋଗ ନେଇ ସେମାନେ ଚକୋଲେଟ୍‌କୁ ଗାଡିରେ ଲୋଡ୍‌ କରି ସେଠାରୁ ଫେରାର ହୋଇଯାଇଥିଲେ। କେବଳ ସେତିକି ନୁହେଁ ସେମାନେ ନିଜ ସାଙ୍ଗରେ ଗୋଦାମରେ ଲାଗିଥିବା ସିସିଟିଭିକୁ ମଧ୍ୟ ନେଇଯାଇଥିବା ସୂଚନା ମିଳିଛି। ଏନେଇ ରାଜେନ୍ଦ୍ର ପୁଲିସରେ ଅଭିଯୋଗ କରିଛନ୍ତି। ଏଥିସହ ଏହି ଚୋରି ସମ୍ପର୍କିତ ଯଦି କିଛି ବି ସୂଚନା ମିଳେ ତେବେ ତୁରନ୍ତ ତାଙ୍କୁ ଜଣାଇବା ପାଇଁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି। ସେପଟେ ପୁଲିସ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛି।

https://twitter.com/ANINewsUP/status/1559759277249921024?s=20&t=34CFDTUZ8lEGGqbLItvDPQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos