ଅନୀଲ ଦେଶମୁଖଙ୍କ ବୟାନ ରେକର୍ଡ କରିବ ସିବିଆଇ, ଜାରି କଲା ସମନ

ମୁମ୍ବାଇ: ଚାନ୍ଦା ଆଦାୟ ଅଭିଯୋଗରେ ଫସି ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଏନସିପି ନେତା ଅନୀଲ ଦେଶମୁଖଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ସିବିଆଇ ଏବେ ତାଙ୍କୁ ଜେରା କରିବାକୁ ସମନ କରିଛି। ଆସନ୍ତୁ ୧୪ ତାରିଖ ଅର୍ଥାତ ବୁଧବାର ଦିନ ତାଙ୍କୁ ହାଜର ହେବାକୁ ସମନ କରାଯାଇଛି। ଏହି ସମୟରେ ସିବିଆଇ ଶ୍ରୀ ଦେଶମୁଖଙ୍କ ବୟାନ ରେକର୍ଡ କରିବ। ସମନ କରିବାର ଦିନକ ଆଗରୁ ସିବିଆଇ ତାଙ୍କ […]

Anil-Deshmukh

Anil-Deshmukh

Hemant Lenka
  • Published: Monday, 12 April 2021
  • Updated: 12 April 2021, 08:51 PM IST

Sports

Latest News

ମୁମ୍ବାଇ: ଚାନ୍ଦା ଆଦାୟ ଅଭିଯୋଗରେ ଫସି ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଏନସିପି ନେତା ଅନୀଲ ଦେଶମୁଖଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ସିବିଆଇ ଏବେ ତାଙ୍କୁ ଜେରା କରିବାକୁ ସମନ କରିଛି।

ଆସନ୍ତୁ ୧୪ ତାରିଖ ଅର୍ଥାତ ବୁଧବାର ଦିନ ତାଙ୍କୁ ହାଜର ହେବାକୁ ସମନ କରାଯାଇଛି। ଏହି ସମୟରେ ସିବିଆଇ ଶ୍ରୀ ଦେଶମୁଖଙ୍କ ବୟାନ ରେକର୍ଡ କରିବ। ସମନ କରିବାର ଦିନକ ଆଗରୁ ସିବିଆଇ ତାଙ୍କ ବିରୋଧରେ ୧୦୦ କୋଟିର ଚାନ୍ଦା ଆଦାୟ ଅଭିଯୋଗ ଆଣିଥିବା ମୁମ୍ବାଇର ପୂର୍ବତନ ପୁଲିସ୍‌ କମିଶନର ପରମବୀର ସିଂହଙ୍କ ବୟାନ ରେକର୍ଡ କରିଥିଲା।

ପରମବୀର ସିଂହ ହିଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କୁ କିଛି ଦିନ ତଳେ ଚିଠି ଲେଖିଥିଲେ। ସେ ଏଥିରେ କହିଥିଲେ ଯେ ଶ୍ରୀ ଦେଶମୁଖ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ପାଖରୁ ମିଳିଥିବା ବିସ୍ଫୋରକ ଗାଡ଼ି ଘଟଣାରେ ଗିରଫ ନିଲମ୍ବିତ ପୁଲିସ୍‌ ଅଧିକାରୀ ସଚିନ ବାଜେଙ୍କୁ ମାସିକ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରିବାକୁ କହିଥିଲେ।

ପରମବୀରଙ୍କ ଏହି ବୟାନ ପରେ ହଇଚଇ ସୃଷ୍ଟି ହୋଇଥିଲା। ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ସିବିଆଇ ପରମବୀର ଆଣିଥିବା ଅଭିଯୋଗର ତଦନ୍ତ କରୁଛି। ଦେଶମୁଖଙ୍କୁ ଆଜି ସମନ କରିବା ପୂର୍ବରୁ ସିବିଆଇ ତାଙ୍କର ଦୁଇ ସହଯୋଗୀଙ୍କ ବୟାନ ରେକର୍ଡ କରିଥିଲା। ପରମବୀରଙ୍କୁ ସିବିଆଇ କାଲି ଜେରା କରିବା ବେଳେ ସେ ନିଜ ବୟାନରେ କାଏମ ଥିବା କଥା କହିଥିଲେ। ସେହିପରି ଦେଶମୁଖଙ୍କ ସହ ଦୁଇ ପୁଲିସ୍‌ ଅଧିକାରୀ ସଚିନ ବାଜେ ଓ ସଞ୍ଜୟ ପାଟିଲଙ୍କ ସମ୍ପର୍କ ବାବଦରେ ବିସ୍ତୃତ ତଥ୍ୟ ମଧ୍ୟ ଦେଇଥିଲେ।

ଏବେ ସିବିଆଇ ଯଦି ପରମବୀର ସିଂହଙ୍କ ଅଭିଯୋଗରେ ସତ୍ୟତା ଥିବା ଜାଣିବାକୁ ପାଏ, ତା’ହେଲେ ସେ ଅନୀଲ ଦେଶମୁଖ ଓ ଅନ୍ୟମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିବ। ସିବିଆଇ ପରମବୀର ସିଂହଙ୍କ ବୟାନର ସତ୍ୟତା ଜାଣିବା ପାଇଁ ଗିରଫ ସଚିନ ବାଜେଙ୍କୁ ମଧ୍ୟ ପଚରାଉଚରା କରିସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story