୪ ରାଜ୍ୟରେ ଶସ୍ତା ହେଲା ତୈଳ ଦର

ନୂଆଦିଲ୍ଲୀ: ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ୪ ରାଜ୍ୟ ଗ୍ରାହକଙ୍କୁ ଆଶ୍ୱସ୍ତ କରିବା ଭଳି ପଦକ୍ଷେପ ନେଇଛନ୍ତି। ତୈଳଦର ହ୍ରାସ କରିବା ପାଇଁ ୪ ରାଜ୍ୟର ସରକାର ଏହା ଉପରେ ଲାଗୁଥିବା ଟିକସକୁ ହ୍ରାସ କରିଛନ୍ତି। ଫଳରେ ଗ୍ରାହକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି। ରବିବାର ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ପଶ୍ଚିମବଙ୍ଗ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହେଉଥିବା ଭ୍ୟାଟ ୧ ଟଙ୍କା ଲେଖାଏ ହ୍ରାସ […]

Petrol

Hemant Lenka
  • Published: Monday, 22 February 2021
  • , Updated: 22 February 2021, 01:12 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ୪ ରାଜ୍ୟ ଗ୍ରାହକଙ୍କୁ ଆଶ୍ୱସ୍ତ କରିବା ଭଳି ପଦକ୍ଷେପ ନେଇଛନ୍ତି। ତୈଳଦର ହ୍ରାସ କରିବା ପାଇଁ ୪ ରାଜ୍ୟର ସରକାର ଏହା ଉପରେ ଲାଗୁଥିବା ଟିକସକୁ ହ୍ରାସ କରିଛନ୍ତି। ଫଳରେ ଗ୍ରାହକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି।

ରବିବାର ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ପଶ୍ଚିମବଙ୍ଗ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହେଉଥିବା ଭ୍ୟାଟ ୧ ଟଙ୍କା ଲେଖାଏ ହ୍ରାସ କରିଛନ୍ତି। ଏହା ପୂର୍ବରୁ ଦେଶର ପ୍ରଥମ ରାଜ୍ୟଭାବେ ରାଜସ୍ଥାନ ସରକାର ଜାନୁଆରୀ ୨୯ରେ ତୈଳଦର ଉପରେ ଲାଗୁ ହେଉଥିବା ଭ୍ୟାଟ୍‌କୁ ୩୮%ରୁ ୩୬% କରିଥିଲେ। ଆସାମ ମଧ୍ୟ କିଛି ଦିନ ତଳେ ତୈଳଦର ଉପରେ ଲାଗୁଥିବା ଅତିରିକ୍ତ ୫ ଟଙ୍କାର ଟିକସ୍‌କୁ ପ୍ରତ୍ୟାହାର କରିଥିଲା। ଗତବର୍ଷ କରୋନା ମହାମାରୀ ଯୋଗୁ ଆସାମ ସରକାର ତୈଳଦର ଉପରେ ଏହି ଅତିରକ୍ତ ୫ ଟଙ୍କାର ଟିକସ ଲାଗୁ କରିଥିଲେ।

ମେଘାଳୟ ସରକାର ସବୁଠାରୁ ବଡ଼ ଘୋଷଣା କରିଥିଲେ। ପେଟ୍ରୋଲ ଉପରେ ୭.୪୦ ଟଙ୍କା ଓ ଡିଜେଲ ଉପରେ ୭.୧୦ ଟଙ୍କା ଛାଡ଼ କରିଥିଲେ। ମେଘାଳୟ ସରକାର ପେଟ୍ରୋଲ ଉପରେ ଲାଗୁ ହେଉଥିବା ୩୧.୬୨% ଭ୍ୟାଟକୁ ୨୦% ଓ ଡିଜେଲ ଉପରେ ଲାଗୁ ହେଉଥିବା ଭ୍ୟାଟ୍‌କୁ ୨୨.୯୫%ରୁ ୧୨% କରି ଲୋକଙ୍କୁ ମହଙ୍ଗା ମାଡ଼ରୁ ସାମାନ୍ୟ ଉଦ୍ଧାର କରିଥିଲେ।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ତୈଳଦର ଉପରେ ଲାଗୁ ହେଉଥିବା ସୀମା ଶୁଳ୍କକୁ ହ୍ରାସ କରିବାକୁ ମନା କରିଦେଇଛନ୍ତି।

Related story