ଏହି ରାଜ୍ୟରେ ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ଦର!

ଭୋପାଳ: ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ୍ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ସାଧାରଣ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏବେ ମଧ୍ୟପ୍ରଦେଶ ସରକାର ଏବେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି କଲା ଭଳି ଖବର ଦେଇଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ଆଜି କ୍ୟାବିନେଟ୍ ବୈଠକରେ ପେଟ୍ରୋଲ ଓ ଡିଜେଲ୍ ଦର ଶସ୍ତା ହେବାର ବାଟ ଫିଟିଛି। ଶିବରାଜଙ୍କ କ୍ୟାବିନେଟ୍ ଡିଜେଲ ଓ ପେଟ୍ରୋଲ ଉପରେ ଲାଗିଥିବା ସେସ୍ […]

diesel

diesel

Ranjit Kumar Jena
  • Published: Tuesday, 22 December 2020
  • Updated: 22 December 2020, 06:34 PM IST

Sports

Latest News

ଭୋପାଳ: ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ୍ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ସାଧାରଣ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏବେ ମଧ୍ୟପ୍ରଦେଶ ସରକାର ଏବେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି କଲା ଭଳି ଖବର ଦେଇଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ଆଜି କ୍ୟାବିନେଟ୍ ବୈଠକରେ ପେଟ୍ରୋଲ ଓ ଡିଜେଲ୍ ଦର ଶସ୍ତା ହେବାର ବାଟ ଫିଟିଛି। ଶିବରାଜଙ୍କ କ୍ୟାବିନେଟ୍ ଡିଜେଲ ଓ ପେଟ୍ରୋଲ ଉପରେ ଲାଗିଥିବା ସେସ୍ ହଟାଇବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର।

କ୍ୟାବିନେଟ୍ ବୈଠକ ପରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ଡିଜେଲ ଓ ପେଟ୍ରୋଲ ଉପରେ ଯେଉଁ ସେସ୍ ଲଗାଯାଇଥିଲା, ତାହା ଉପରେ ଆଲୋଚନା କରାଯାଇଛି। କ୍ୟାବିନେଟ୍ ଡିଜେଲ ଓ ପେଟ୍ରୋଲ ଉପରେ ଲାଗିଥିବା ସେସକୁ ହଟାଇବାକୁ ନିଷ୍ପତ୍ତି ନେଇଛି। ଡିଜେଲ୍ ଓ ପେଟ୍ରୋଲ ଦରରେ ଲଗାଯାଇଥିବା ସେସକୁ ଆଜି ହଟାଯିବ ବୋଲି ଅନୁମାନ କରାଯାଉଛି। ଏ ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ସତ କିନ୍ତୁ ଏ ସମ୍ବନ୍ଧୀୟ କୌଣସି ଆନୁଷ୍ଠାନିକ ନିର୍ଦ୍ଦେଶାନାମା ଜାରି କରାଯାଇନାହିଁ। ତେବେ ସେସ୍ ହଟିବା ପରେ ଡିଜେଲ ଓ ପେଟ୍ରୋଲ୍ ଦର ଶସ୍ତା ହେବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ, ରାଜଧାନୀ ଭୋପାଳରେ ଡିସେମ୍ବର ୨୨ ତାରିଖରେ ପେଟ୍ରୋଲ ଦର ୯୧.୫୦ ଟଙ୍କା ଥିଲା। ଅନ୍ୟପକ୍ଷରେ ଭୋପାଳରେ ଡିଜେଲ ଦର ଲିଟର ପିଛା ୮୧.୬୮ ଟଙ୍କାରେ ବିକ୍ରି ହେଉଛି। ସୂଚନାଯୋଗ୍ୟ, ଡିଜେଲ୍ ଓ ପେଟ୍ରୋଲ ଦର ଉପରେ ରାଜ୍ୟ ସରକାର ସେସ୍ ଲଗାଇଥିଲା। ଯାହା ପରେ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos