ବିଚ୍ ରାସ୍ତାରେ ଯୁବକଙ୍କୁ ଚାପୁଡ଼ା ମାରିଲେ ଜିଲ୍ଲାପାଳ, ତୁରନ୍ତ ଆକ୍ସନ୍ ନେଲେ ମୁଖ୍ୟମନ୍ତ୍ରୀ

ରାୟପୁର: ଯୁବକଙ୍କୁ ଚାପୁଡ଼ା ମାରିବା ଓ ମୋବାଇଲକୁ ଭାଙ୍ଗିବା ଜିଲ୍ଲାପାଳଙ୍କୁ ମହଙ୍ଗା ପଡ଼ିଛି । ଯାହା ପରେ ତୁରନ୍ତ ଆକ୍ସନ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ପୂରା ଘଟଣା ହେଉଛି ଛତିଶଗଡ଼ର। ରାଜ୍ୟର ସୂରଜପୁର ଜିଲ୍ଲାର ଜିଲ୍ଲାପାଳ ରଣବୀର ଶର୍ମା ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ସହ ତା’ର ମୋବାଇଲକୁ ଭାଙ୍ଗି ଦେଇଛନ୍ତି, ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେବା ପରେ ଜିଲ୍ଲାପାଳଙ୍କ ସମସ୍ୟା ବଢ଼ି ଯାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ତୁରନ୍ତା କାର୍ଯ୍ୟାନୁଷ୍ଠାନ […]

collector

collector

Ranjit Kumar Jena
  • Published: Sunday, 23 May 2021
  • Updated: 23 May 2021, 02:04 PM IST

Sports

Latest News

ରାୟପୁର: ଯୁବକଙ୍କୁ ଚାପୁଡ଼ା ମାରିବା ଓ ମୋବାଇଲକୁ ଭାଙ୍ଗିବା ଜିଲ୍ଲାପାଳଙ୍କୁ ମହଙ୍ଗା ପଡ଼ିଛି । ଯାହା ପରେ ତୁରନ୍ତ ଆକ୍ସନ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ପୂରା ଘଟଣା ହେଉଛି ଛତିଶଗଡ଼ର। ରାଜ୍ୟର ସୂରଜପୁର ଜିଲ୍ଲାର ଜିଲ୍ଲାପାଳ ରଣବୀର ଶର୍ମା ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ସହ ତା’ର ମୋବାଇଲକୁ ଭାଙ୍ଗି ଦେଇଛନ୍ତି, ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେବା ପରେ ଜିଲ୍ଲାପାଳଙ୍କ ସମସ୍ୟା ବଢ଼ି ଯାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ତୁରନ୍ତା କାର୍ଯ୍ୟାନୁଷ୍ଠାନ ନେଇ ଜିଲ୍ଲାପାଳଙ୍କୁ ତତ୍କାଳ ପ୍ରଭାବରେ ପଦରୁ ହଟାଇ ଦେଇଛନ୍ତି । ସୋଶାଲ ମିଡିଆରେ ତାଙ୍କର ସେହି ଭିଡିଓ ଭାଇରାଲ୍‌ ହେବା ପରେ ଛତିଶଗଡ଼ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଏ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏକ ଟୁଇଟ୍ କରିଛନ୍ତି, ଯେଉଁଥିରେ ସେ ଲେଖଛନ୍ତି ଯେ ସୋଶାଲ ମିଡିଆ ମାଧ୍ୟମରେ ସୂରଜପୁରରୁ ଜିଲ୍ଲାପାଳ ରଣବୀର ଶର୍ମାଙ୍କ ଦ୍ୱାରା ଜଣେ ଯୁବକଙ୍କୁ ଦୁର୍ବ୍ୟବହାର ମାମଲା ମୋ ନଜରକୁ ଆସିଛି । ଏହା ବହୁତ ଦୁଃଖଦ ଓ ନିନ୍ଦନୀୟ। ଛତିଶଗଡ଼ରେ ଏଭଳି କାମକୁ ବରଦାସ୍ତ କରାଯିବନି। ଜିଲ୍ଲାପାଳ ରଣବୀର ଶର୍ମାଙ୍କୁ ତତ୍କାଳ ପ୍ରଭାବରେ ହଟାଇବାକୁ ନିର୍ଦ୍ଦେଶ ଦିଆଯାଉଛି ।

https://twitter.com/bhupeshbaghel/status/1396327894167683073?s=20

ସୂଚନାଯୋଗ୍ୟ, ଶନିବାର ଜିଲ୍ଲାପାଳଙ୍କର ଏକ ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା । ଏଥିରେ ଜିଲ୍ଲାପାଳ ଜଣେ ଯୁବକଙ୍କର ମୋବାଇଲକୁ ତଳେ ଫୋପାଡ଼ି ଭାଙ୍ଗୁଥିବାର ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ, ଜିଲ୍ଲାପାଳ ଉକ୍ତ ଯୁବକଙ୍କୁ ଶକ୍ତ ଚାପୁଡ଼ା ମଧ୍ୟ ମାରିଥିଲେ । ଏହି ଭିଡିଓରେ ଯୁବକ ଜଣକ କରୋନା ଟେଷ୍ଟ କରାଇବାକୁ ଯାଇଥିଲେ ବୋଲି କହୁଛନ୍ତି । ଯୁବକଙ୍କ ହାତରେ ଗୋଟିଏ କାଗଜ ଥିଲା, ଯାହାକୁ ସେ ବାରମ୍ବାର ଦେଖାଇବାକୁ ପ୍ରୟାସ କରୁଛନ୍ତି ।

https://twitter.com/Abhinav_Pan/status/1396146300492468226?s=20

ତେବେ ଏହି ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ଜିଲ୍ଲାପାଳ ରଣବୀର ଶର୍ମା କ୍ଷମା ମାଗିଛନ୍ତି । ସେ ହ୍ୱାଟ୍ସଆପ୍ ଗ୍ରୁପରେ ସାର୍ବଜନୀନ ଭାବେ କ୍ଷମା ମାଗିଛନ୍ତି । ସେ ଲେଖିଛନ୍ତି, ମୁଁ ନିଜ ବ୍ୟବହାର ପାଇଁ ଲଜ୍ଜିତ । ମୁଁ ଆପଣ ସମସ୍ତଙ୍କୁ କ୍ଷମା ମାଗୁଛି । କାହାକୁ ଅପମାନିତ କରିବା ମୋର ଉଦ୍ଦେଶ୍ୟ ନଥିଲା ।

ସୂରଜପୂର ଜିଲ୍ଲା ସମେତ ପୂରା ଛତିଶଗଡ଼ କୋଭିଡ୍ ମହାମାରୀର ସଂକଟ ଦେଇ ଗତି କରୁଛି । ଆମେ ସମସ୍ତେ ସରକାରୀ କର୍ମଚାରୀ ଦିନରାତି ପରିଶ୍ରମ କରୁଛୁ, ଯାହାଦ୍ୱାରା ଏହି ମହାମାରୀରୁ ସମସ୍ତଙ୍କୁ ବଞ୍ଚାଯାଇପାରିବ । ମୋର ମାତାପିତା ଓ ଖୋଦ୍ ମୁଁ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲି। ଭିଡିଓରେ ଯେଉଁ ବ୍ୟକ୍ତି ଅଛନ୍ତି, ତାଙ୍କର ବୟସ ୨୩। ମୁଁ ଆପଣ ସମସ୍ତଙ୍କୁ ପୁଣିଥରେ କ୍ଷମା ମାଗୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos