ଭାରତର ବିରୋଧ ସତ୍ତ୍ୱେ ଶ୍ରୀଲଙ୍କାରେ ପହଞ୍ଚିଲା ଚୀନର ଗୁଇନ୍ଦା ଜାହାଜ

ନୂଆଦିଲ୍ଲୀ: ଭାରତର କଡା ବିରୋଧ ଓ ଲଗାତର ଚେତାବନୀ ସତ୍ତ୍ୱେ ଶ୍ରୀଲଙ୍କାରେ ପହଞ୍ଚିଲା ଚୀନର ସାଟେଲାଇଟ୍‌ ଓ ମିସାଇଲ୍‌ ଟ୍ରାକିଂ ଜାହାଜ। ଆଜି ସକାଳେ ଶ୍ରୀଲଙ୍କାର ହାମ୍ବନତୋଟା ବନ୍ଦରରେ ଏହି ଜାହାଜ ପହଞ୍ଚିଛି। ତେବେ ଚୀନର ଏହି ଜାହାଜକୁ ଶ୍ରୀଲଙ୍କା ପୂର୍ବରୁ ହିଁ ଅନୁମତି ଦେଇସାରିଛି। ଖବର ଅନୁଯାୟୀ, ଭାରତ ଏବଂ ଆମେରିକାର ଚିନ୍ତା ମଧ୍ୟରେ ଶ୍ରୀଲଙ୍କା ଚୀନର ଜାହାଜକୁ ସ୍ଥଗିତ ରଖିବାକୁ ପୂର୍ବରୁ କହିଥିଲା, କିନ୍ତୁ କିଛି ଦିନ ପରେ ଶ୍ରୀଲଙ୍କା ନିଜ କଥାରୁ ଓହରି […]

spy-ship

spy-ship

Madhupriya Mistry
  • Published: Tuesday, 16 August 2022
  • Updated: 16 August 2022, 09:39 AM IST

Sports

Latest News

ନୂଆଦିଲ୍ଲୀ: ଭାରତର କଡା ବିରୋଧ ଓ ଲଗାତର ଚେତାବନୀ ସତ୍ତ୍ୱେ ଶ୍ରୀଲଙ୍କାରେ ପହଞ୍ଚିଲା ଚୀନର ସାଟେଲାଇଟ୍‌ ଓ ମିସାଇଲ୍‌ ଟ୍ରାକିଂ ଜାହାଜ। ଆଜି ସକାଳେ ଶ୍ରୀଲଙ୍କାର ହାମ୍ବନତୋଟା ବନ୍ଦରରେ ଏହି ଜାହାଜ ପହଞ୍ଚିଛି। ତେବେ ଚୀନର ଏହି ଜାହାଜକୁ ଶ୍ରୀଲଙ୍କା ପୂର୍ବରୁ ହିଁ ଅନୁମତି ଦେଇସାରିଛି।

ଖବର ଅନୁଯାୟୀ, ଭାରତ ଏବଂ ଆମେରିକାର ଚିନ୍ତା ମଧ୍ୟରେ ଶ୍ରୀଲଙ୍କା ଚୀନର ଜାହାଜକୁ ସ୍ଥଗିତ ରଖିବାକୁ ପୂର୍ବରୁ କହିଥିଲା, କିନ୍ତୁ କିଛି ଦିନ ପରେ ଶ୍ରୀଲଙ୍କା ନିଜ କଥାରୁ ଓହରି ଯାଇଥିଲା। ଆଉ ଚୀନର ଏହି ଗୁଇନ୍ଦା ଜାହାଜ ୱାନ ୱାଙ୍ଗ୍-୫କୁ ତାଙ୍କ ବନ୍ଦରରେ ପହଞ୍ଚିବାକୁ ଅନୁମତି ଦେଇଥିଲା।

ତେବେ ଶ୍ରୀଲଙ୍କାରେ ପହଞ୍ଚିବା ପରେ ଚୀନର ଏହି ଗୁଇନ୍ଦା ଜାହାଜର ଟ୍ରାକିଂ ସିଷ୍ଟମ ଅନେକ ଭାରତୀୟ ସଂସ୍ଥାର ତଥ୍ୟ ନେବାକୁ ଗୁପ୍ତଚର ଭାବେ ଚେଷ୍ଟା କରିବ ବୋଲି ନୂଆଦିଲ୍ଲୀ ଚିନ୍ତା କରୁଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଗତ ମାସରେ ଅଗଷ୍ଟରେ ଚୀନର ଏକ ଜାହାଜ ହାମ୍ବନତୋଟା ବନ୍ଦରରେ ପହଞ୍ଚିବାକୁ ଯାଉଥିବା ନେଇ ସୂଚନା ଦେଇଥିଲେ। ସେ କହିଥିଲେ, 'ସରକାର ଭାରତର ସୁରକ୍ଷା ଓ ଆର୍ଥିକ ହିତ ସହ ଜଡିତ ବିକାଶ ଉପରେ ସରକାର ଯତ୍ନର ସହ ନଜର ରଖିଛନ୍ତି ଏବଂ ଏହାର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି।'

ଅନ୍ୟପଟେ ଭାରତ ଚୀନର ଏହି ଜାହାଜକୁ ହାମ୍ବନତୋଟା ବନ୍ଦରରେ ପହଞ୍ଚିବାକୁ ବାରଣ କରିଥୁବା ବେଳେ ଚୀନ ପକ୍ଷରୁ କୁହାଯାଇଥିଲା ଯେ, କିଛି ଦେଶ ସୁରକ୍ଷା ଦୃଷ୍ଟିରୁ ଆମର ଏହି ଜାହାକୁ ଶ୍ରୀଲଙ୍କା ବନ୍ଦରରେ ପହଞ୍ଚିବାକୁ ବାରଣ କରୁଛନ୍ତି, ଯାହା ଠିକ୍ ନୁହେଁ। ଶ୍ରୀଲଙ୍କାରେ ଚୀନର ଏହି ଜାହାଜ ଅଗଷ୍ଟ ୧୧ ରୁ ୧୭ ମଧ୍ୟରେ ପହଞ୍ଚିବ ବୋଲି ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos