ବାଦଲ ଫଟା ବର୍ଷାକୁ ବିଦେଶୀ ଷଡ଼ଯନ୍ତ୍ର ସହ ଯୋଡ଼ିଲେ ମୁଖ୍ୟମନ୍ତ୍ରୀ କେସିଆର

ହାଇଦ୍ରାବାଦ: ତେଲେଙ୍ଗାନର ଗୋଦାବରୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ବାଦଲ ଫଟା ବର୍ଷା ଯୋଗୁ ହୋଇଛି। ଏହି ବାଦଲ ଫଟା ବର୍ଷା ପଛରେ କିଛି ବାହାର ଦେଶର ଷଡ଼ଯନ୍ତ୍ର ରହିଥିବା ଆଶାଙ୍କା କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ(କେସିଆର)। ତେଲେଙ୍ଗାନାର ଭଦ୍ରାଚଲାମ ଅଞ୍ଚଳରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟାର ସମୀକ୍ଷା କରିବାକୁ କେସିଆର ଯାଇଥିଲେ। ଏହି ସମୟରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ “ବର୍ତ୍ତମାନ ଚାରିଆଡ଼େ ନୂଆ ଶବ୍ଦ ବାଦଲ ଫଟା ବର୍ଷାର ବ୍ୟବହାର […]

KCR

KCR

Hemant Lenka
  • Published: Monday, 18 July 2022
  • Updated: 18 July 2022, 09:01 AM IST

Sports

Latest News

ହାଇଦ୍ରାବାଦ: ତେଲେଙ୍ଗାନର ଗୋଦାବରୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ବାଦଲ ଫଟା ବର୍ଷା ଯୋଗୁ ହୋଇଛି। ଏହି ବାଦଲ ଫଟା ବର୍ଷା ପଛରେ କିଛି ବାହାର ଦେଶର ଷଡ଼ଯନ୍ତ୍ର ରହିଥିବା ଆଶାଙ୍କା କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ(କେସିଆର)। ତେଲେଙ୍ଗାନାର ଭଦ୍ରାଚଲାମ ଅଞ୍ଚଳରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟାର ସମୀକ୍ଷା କରିବାକୁ କେସିଆର ଯାଇଥିଲେ।

ଏହି ସମୟରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ “ବର୍ତ୍ତମାନ ଚାରିଆଡ଼େ ନୂଆ ଶବ୍ଦ ବାଦଲ ଫଟା ବର୍ଷାର ବ୍ୟବହାର କରାଯାଉଛି। ପୂର୍ବରୁ ଆମେ କେବେ ହେଲେ ବାଦଳ ଫଟା ବର୍ଷା କଥା ଶୁଣି ନଥିଲୁ। ଲୋକମାନେ କହୁଛନ୍ତି ଏହା ପଛରେ ଷଡ଼ଯନ୍ତ୍ର ରହିଛି। ହେଲେ ଏଥିରେ କେତେ ସତ୍ୟତା ରହିଛି, ସେକଥା ଆମେ ଜାଣିନୁ। ଅନ୍ୟ ଦେଶର ଲୋକମାନେ ନିର୍ଦ୍ଦିଷ୍ଟ ଭାବେ ଆମ ଦେଶର କିଛି ସ୍ଥାନରେ ବାଦଲ ଫଟା ବର୍ଷା କରୁଥିବା କୁହାଯାଉଛି।

ପ୍ରଥମେ ସେମାନେ କଶ୍ମୀର, ଲଦାଖ-ଲେହ ପରେ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା କରାଇଥିଲେ। ବର୍ତ୍ତମାନ ଆମେ କିଛି ରିପୋର୍ଟ ପାଇଛୁ ଯେ ସେମାନେ ଗୋଦାବରୀ ଅଞ୍ଚଳରେ ବାଦଲ ଫଟୋ ବର୍ଷା କରାଉଛନ୍ତି।” ୨୦ରୁ ୩୦ ବର୍ଗ କିମି ଅଞ୍ଚଳରେ କିଛି ସମୟ ପାଇଁ ୧୦ ସେମି ବା ୧୦୦ ମିମିରୁ ଅଧିକ ବର୍ଷା ହେଲେ ଏହାକୁ ପାଣିପାଗ ବିଭାଗ ବାଦଲ ଫଟା ବର୍ଷା ବୋଲି ବିବେଚନା କରେ। ଏହାଦ୍ୱାରା ବନ୍ୟା ଠାରୁ ଆରମ୍ଭ କରି ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥାଏ।

କେସିଆର ବିଦେଶ ଷଡ଼ଯନ୍ତ୍ର ସହ ବାଦଲ ଫଟା ବର୍ଷାକୁ ଯୋଡ଼ିବା ବେଳେ ଷ୍ଟେଜ ଉପରେ ତେଲେଙ୍ଗାନାର ମୁଖ୍ୟ ଶାସନ ସଚିବ ସୋମେଶ କୁମାର, ଚାଷୀଙ୍କୁ ସିଧାସଳଖ ସୁବିଧା ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିବା ସରକାରୀ କାର୍ଯ୍ୟକ୍ରମର ଅଧ୍ୟକ୍ଷ ପାଲ୍ଲା ରାଜେଶ୍ୱର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ଗୋଟିଏ ସପ୍ତାହ ହେଲାଣି ଅବିଶ୍ରାନ୍ତ ବର୍ଷା ଯୋଗୁ ତେଲେଙ୍ଗାନାର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମନ୍ଦିର ସହର ଭଦ୍ରାଚଲମରେ ଥିବା ନଦୀର ଜଳ ସ୍ତର ତୃତୀୟ ତଥା ଶେଷ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୫୩ ଫୁଟ ଥିବା ବେଳେ ଜଳସ୍ତର ୭୦ ଫୁଟ ଉପରେ ପ୍ରବାହିତ ହେଉଥିଲା। ତେବେ ସୋମବାର ସକାଳୁ ଏହା ୬୦ ଫୁଟକୁ ଖସିଛି। ଶନିବାର ମୁଖ୍ୟମନ୍ତ୍ରୀ କେସିଆର ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ ଗଙ୍ଗାମାଙ୍କ ଶାନ୍ତି ପୂଜା କରିଥିଲେ। ଗୋଦାବରୀ ଅଶାନ୍ତ ହୋଇଥିବାରୁ ସେ ଏପରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story