ହସ୍ପିଟାଲରେ ଭର୍ତ୍ତି ହେଲେ ସିଦ୍ଧୁ
ଚଣ୍ଡିଗଡ: ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ପଟିଆଲା ଜେଲ୍ରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି। ଜେଲରେ ରୁଟି ଡାଲି ଖାଇବାକୁ ମନା କରିବା ପରେ ତାଙ୍କୁ ପଟିଆଲା ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କ ମେଡିକାଲ ଚେକ୍ଅପ୍ ହେବ ବୋଲି ଖବର ମିଳିଛି।
ସୂଚନା ମୁତାବକ, ସିଦ୍ଧୁ ଜେଲରେ ମିଳୁଥିବା ରୁଟି ଏବଂ ଡାଲି ଖାଇବାକୁ ସିଧା ସିଧା ମନା କରିଦେଇଛନ୍ତି। ତାଙ୍କ ଓକିଲଙ୍କ କହିବା ମୁତାବକ, ଗତ ଦୁଇ ଦିନ ହେଲା ସେ କେବଳ ଫଳ ଖାଇ ରହିଛନ୍ତି। ସେ କହିଛନ୍ତି, ଗହମ ପ୍ରତି ତାଙ୍କର ଆଲର୍ଜି ଅଛି। ଏପରି ସ୍ଥିତିରେ ସେ ଗହମରେ ପ୍ରସ୍ତୁତ ରୁଟି ଖାଇବେ ନାହିଁ। ବର୍ତ୍ତମାନ ସେ ଜେଲରେ କେବଳ ସାଲାଡ୍ ଖାଇ ରହୁଛନ୍ତି। ତାଙ୍କର ଡାଏଟ୍ ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି।
ସିଦ୍ଧୁଙ୍କର ଗହମ ପ୍ରତି ଆଲର୍ଜି ଅଛି, ତା ସହିତ ତାଙ୍କର ଲିଭର ସମସ୍ୟା ମଧ୍ୟ ରହିଛି। ଏହି କାରଣରୁ ସିଦ୍ଧୁ ଜେଲ ପ୍ରଶାସନକୁ ସ୍ପେଶାଲ ଡାଏଟ୍ ପ୍ଲାନ୍ କରିବାକୁ ଦାବି କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ଚେକଅପ୍ ପାଇଁ ନିଆଯାଇଛି। ଚେକ୍ଅପ୍ ପରେ ତାଙ୍କୁ ଜେଲରେ ସ୍ପେଶାଲ ଖାଦ୍ୟ ଦିଆଯାଇପାରେ ବୋଲି କୁହାଯାଉଛି।
ଉଲ୍ଲେଖ ଯୋଗ୍ୟ ଯେ, କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ୧୯୮୮ ମସିହାରେ ଏକ ପାର୍କିଂ ଓ ପରେ ହତ୍ୟା ଘଟଣାରେ ସୁପ୍ରିମକୋର୍ଟ ଏକ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ୩୪ ବର୍ଷ ତଳେ ଏହି ଘଟଣାରେ ସିଦ୍ଧୁ ତାଙ୍କର ଜଣେ ବନ୍ଧୁଙ୍କ ସହ ମିଶି ପାର୍କିଂକୁ ନେଇ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ମାଡ ମାରିଥିଲେ। ଏହାପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।
Punjab | Congress leader Navjot Singh Sidhu brought to Rajindra Hospital, Patiala for a medical checkup. Details awaited.
He was lodged in Patiala central jail on May 20th after Supreme Court imposed one-year rigorous imprisonment on him in the 1988 road rage case. pic.twitter.com/s0k5xBByd9
— ANI (@ANI) May 23, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।