କମିଲା ପେଟ୍ରୋଲ-ଡିଜେଲ ଦାମ୍, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲେ ପି. ଚିଦାମ୍ବରମ୍
ନୂଆଦିଲ୍ଲୀ: ଦୀର୍ଘଦିନର ଅପେକ୍ଷା ପରେ ଏବେ ଖାଉଟିଙ୍କୁ ଆଶ୍ୱସ୍ଥି ମିଳିଛି। ଆକାଶଛୁଆଁ ତୈଳଦର ବିରୋଧରେ ବାରମ୍ବାର ଆନ୍ଦୋଳନ ପରେ ଶନିବାର ଉତ୍ପାଦ ଶ୍ଳୁକ ହ୍ରାସ ନେଇ ସରକାର ଘୋଷଣା କରିଛନ୍ତି। ଏହି କ୍ରମରେ ଏବେ ପେଟ୍ରୋଲ ଦାମ ୯.୫୦ ଟଙ୍କା ଓ ଡିଜେଲ ଦାମ ୭ ଟଙ୍କା ହ୍ରାସ ପାଇଛି। ବର୍ତ୍ତମାନ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ବିରୋଧୀ ଟାର୍ଗେଟ୍ କରୁଛନ୍ତି।
କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍। ସେ ଟ୍ୱିଟ୍ କରି କହିଛନ୍ତି, ‘କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଆଗରେ କୂଅ ଓ ପଛରେ ଖାଇ ଭଳି ସ୍ଥିତିରେ ଆଣି ଛାଡି ଦେଇଛନ୍ତି। କେନ୍ଦ୍ର ସରକାର ଅଧିକ ଅର୍ଥ କିମ୍ବା ଅନୁଦାନ ନଦେଲେ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲର ଭାଟ୍ ଛାଡି କାରିପାରିବେ କି? ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ରାଜ୍ୟଗୁଡ଼ିକ ଦ୍ୱନ୍ଦ୍ୱ ସ୍ଥିତିରେ ଅଛନ୍ତି।’
The notification on reduction of duty on Petrol and Diesel is now available
FM used the words ‘Excise Duty’, but the reduction is in Additional Excise Duty which is not shared with the states
— P. Chidambaram (@PChidambaram_IN) May 22, 2022
I wonder if they can afford to give up that revenue unless the Centre devolved more funds or gave them more grants.
The situation is like being between “the devil and the deep sea”
— P. Chidambaram (@PChidambaram_IN) May 22, 2022
ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଏକ୍ସାଇଜ୍ ଡିୟୁଟି’ ବୋଲି କହିଥିଲେ। କିନ୍ତୁ, ଏହା ‘ଏକ୍ସାଇଜ୍ ଡିୟୁଟି’ ନୁହେଁ, ‘ଆଡିସ୍ନାଲ୍ ଏକ୍ସାଇଜ୍ ଡିୟୁଟି’ ହ୍ରାସ। ଯାହା ରାଜ୍ୟମାନଙ୍କୁ ଦିଆଯାଏ ନାହିଁ। ପେଟ୍ରୋଲ ଏବଂ ଡିଜେଲ ଉପରେ ଶୁଳ୍କର ଅଂଶ ଭାବରେ ରାଜ୍ୟ ସରକାର ଖୁବ୍ କମ୍ ରାଜସ୍ୱ ପାଉଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁ ହୋଇଥିବା ଭାଟରୁ ରାଜ୍ୟଗୁଡିକୁ ରାଜସ୍ୱ ମିଳୁଛି।’
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟକୁ ଟ୍ୟାକ୍ସ କମ୍ କରିବା ପାଇଁ ଅନୁରୋଧ କରିଥଇଲେ। ଟ୍ୟାକ୍ସ କମ୍ କରି ଜନସାଧାରଣଙ୍କୁ ଆଶ୍ୱସ୍ତି ଦେବା ପାଇଁ କହିଥିଲେ। ମୋଦିଙ୍କ ଏହି କଥାକୁ ନେଇ ଏବେ ପି.ଚିଦାମ୍ବରମ୍ ତାଙ୍କୁ ଏଭଳି ଟାର୍ଗେଟ୍ କରିଛନ୍ତି।
ଯେତେବେଳେ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଥିବା ସେସ୍ ହ୍ରାସ କରିବେ ସେତେବେଳେ ପ୍ରକୃତ କଟ୍ ହେବ। ସେହି ରାଜସ୍ୱ ଛାଡିବାକୁ କେନ୍ଦ୍ର ସାମର୍ଥ୍ୟ ହୋଇପାରିବ କି? ବୋଲି ଚିଦାମ୍ବରମ୍ ପ୍ରଶ୍ନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।