ପ୍ରିୟଙ୍କା ପୁଣି କୋଡିଭ ପଜିଟିଭ

ନୂଆଦିଲ୍ଲୀ: ପୁଣି କରୋନାରେ ଆକ୍ରାନ୍ତ ହେଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଘରେ ନିଜକୁ ଆଇସୋଲେଟ କରି ରଖିଛନ୍ତି। ସମସ୍ତ ପ୍ରଟୋକଲ ପାଳନ କରୁଥିବା ସେ କହିଛନ୍ତି। ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି। ଏହାପୂର୍ବରୁ ଜୁନ୍ ୩ ରେ ସେ କରୋନା ପଜିଟିଭ୍ ହୋଇଥିଲେ। ସେପଟେ କଂଗ୍ରେସ […]

Priyanka Gandhi

Priyanka Gandhi

Madhupriya Mistry
  • Published: Wednesday, 10 August 2022
  • Updated: 10 August 2022, 10:24 AM IST

Sports

Latest News

ନୂଆଦିଲ୍ଲୀ: ପୁଣି କରୋନାରେ ଆକ୍ରାନ୍ତ ହେଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଘରେ ନିଜକୁ ଆଇସୋଲେଟ କରି ରଖିଛନ୍ତି। ସମସ୍ତ ପ୍ରଟୋକଲ ପାଳନ କରୁଥିବା ସେ କହିଛନ୍ତି।

ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି। ଏହାପୂର୍ବରୁ ଜୁନ୍ ୩ ରେ ସେ କରୋନା ପଜିଟିଭ୍ ହୋଇଥିଲେ। ସେପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଅସୁସ୍ଥ ଥିବ କୁହାଯାଉଛି। ଏଥିପାଇଁ ସେ ନିଜ ରାଜସ୍ଥାନ ଅଲଭର ଗସ୍ତ ବାତିଲ କରିଦେଇଥିବା ସୂଚନା ମିଳିଛି। ସୂଚନା ମୁତାବକ, ରାହୁଲ ଗାନ୍ଧିଙ୍କ ଅଲବରରେ 'ନେତୃତ୍ୱ ସଙ୍କଳ୍ପ ଶିବିର'ରେ ସାମିଲ ହେବା କାର୍ଯ୍ୟକ୍ରମ ଥିଲା।

https://twitter.com/priyankagandhi/status/1557205603264921600?s=20&t=sKMxmyFjCkIeBqDb8dkKaQ

ଜୁନ୍‌ ମାସରେ ପ୍ରିୟଙ୍କା ପଜିଟିଭି ହେବା ପରେ ତାଙ୍କ ମା ଏବଂ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ହୋଇଥିଲା। ଏହା ପରେ ପ୍ରିୟଙ୍କା ଟ୍ୱିଟ୍ କରି କହିଥିଲେ ଯେ ସାମାନ୍ୟ ଲକ୍ଷଣ ପରେ କରୋନା ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିଥିଲା।

ନିକଟରେ କଂଗ୍ରେସ ଦରଦାମ ବୃଦ୍ଧି ଓ ଜିଏସ୍‌ଟିକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏହି ସମୟରେ ରାହୁଲ ଗାନ୍ଧି ନେତୃତ୍ୱରେ କଂଗ୍ରେସ ସାଂସଦମାନେ ଶୋଭଯାତ୍ରା ବାହାର କରିଥିଲେ। ଏହାପରେ ପୁଲିସ ବିଜୟ ଚୌକରେ ପୁଲିସ ସମସ୍ତ ସାଂସଦଙ୍କୁ ଅଟକ ରଖିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos