ବିଗ ବି ଓ ଅକ୍ଷୟ କୁମାରଙ୍କ ଫିଲ୍ମ ଶୁଟିଂକୁ ବିରୋଧ କରିବ କଂଗ୍ରେସ

ମୁମ୍ବାଇ: ବଲିଉଡର ବିଗ ବି ଅମିତାଭ ବଚ୍ଚନ ଓ ଅଭିନେତା ଅକ୍ଷୟ କୁମାରଙ୍କ ବିରୋଧରେ କଂଗ୍ରେସ କଠୋର ପଦକ୍ଷେପ ଆପଣାଇଛି। ପୂର୍ବରୁ ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଟ୍ୱିଟ କରୁଥିବା ଏହି ଦୁଇ ଷ୍ଟାର ଏବେ ଚୁପ୍‌ ଥିବାରୁ କଂଗ୍ରେସ ଏହାକୁ ଜୋରଦାର ବିରୋଧ କରିଛି। ବର୍ତ୍ତମାନ ତୈଳ ଦର ବିଭିନ୍ନ ସ୍ଥାନରେ ୧୦୦ ଟଙ୍କା ପାର୍‌ କରିଥିଲେ ହେଁ ବିଗ ବି କିମ୍ବା ଅକ୍ଷୟ କୁମାର ଥରେ ହେଲେ ମୁହଁ ଖୋଲି ନାହାନ୍ତି। […]

congress.jpg1

congress.jpg1

Hemant Lenka
  • Published: Thursday, 18 February 2021
  • Updated: 18 February 2021, 08:52 PM IST

Sports

Latest News

ମୁମ୍ବାଇ: ବଲିଉଡର ବିଗ ବି ଅମିତାଭ ବଚ୍ଚନ ଓ ଅଭିନେତା ଅକ୍ଷୟ କୁମାରଙ୍କ ବିରୋଧରେ କଂଗ୍ରେସ କଠୋର ପଦକ୍ଷେପ ଆପଣାଇଛି। ପୂର୍ବରୁ ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଟ୍ୱିଟ କରୁଥିବା ଏହି ଦୁଇ ଷ୍ଟାର ଏବେ ଚୁପ୍‌ ଥିବାରୁ କଂଗ୍ରେସ ଏହାକୁ ଜୋରଦାର ବିରୋଧ କରିଛି।

ବର୍ତ୍ତମାନ ତୈଳ ଦର ବିଭିନ୍ନ ସ୍ଥାନରେ ୧୦୦ ଟଙ୍କା ପାର୍‌ କରିଥିଲେ ହେଁ ବିଗ ବି କିମ୍ବା ଅକ୍ଷୟ କୁମାର ଥରେ ହେଲେ ମୁହଁ ଖୋଲି ନାହାନ୍ତି। ଏହି କାରଣରୁ ଉଭୟଙ୍କ ଫିଲ୍ମ ଶୁଟିଂ ଓ ସ୍କ୍ରିନିଂକୁ ମହାରାଷ୍ଟ୍ରରେ କଂଗ୍ରେସ ବିରୋଧ କରିବାକୁ ଧମକ ଦେଇଛି। ଏ ସମ୍ପର୍କରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ ସୂଚନା ଦେଇଛନ୍ତି। ତେବେ କଂଗ୍ରେସର ଏହି ଧମକ ପରେ ବିଜେପି ଅମିତାଭ ଓ ଅକ୍ଷୟ କୁମାରଙ୍କ ସମର୍ଥନରେ ବାହାରିଛି।

ଆଜି ବାନ୍ଦ୍ରାରେ ଗଣମାଧ୍ୟମକୁ ସୂଚନା ଦେଇ ପାଟୋଲେ କହିଛନ୍ତି, ବର୍ଦ୍ଧିତ ତୈଳଦର ସାଧାରଣ ଲୋକଙ୍କୁ ନାନା ପ୍ରକାରର ଅସୁବିଧାରେ ପକାଉଛି। ମନମୋହନ ସିଂହଙ୍କ ସରକାର ସମୟରେ ଯେତେବେଳେ ତୈଳଦର ବୃଦ୍ଧି ପାଉଥିଲା ସେତେବେଳେ ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କ ଭଳି ଷ୍ଟାରମାନେ ଏହା ବିରୋଧରେ ଟ୍ୱିଟ କରୁଥିଲେ।

କିନ୍ତୁ ଆଜି ତୈଳଦର ବୃଦ୍ଧି ପାଉଥିଲେ ହେଁ ସେମାନେ କେବଳ ନିରବତା ଅବଲମ୍ବନ କରୁଛନ୍ତି। କ’ଣ ଏକଛତ୍ରବାଦୀ ମୋଦି ସରକାରଙ୍କ ବିରୋଧରେ ସ୍ୱର ଉଠାଇବାକୁ ସେମାନଙ୍କର ସାହାସ ନାହିଁ? ଏଣିକି ଆମେ ମହାରାଷ୍ଟ୍ରରେ ଅମିତାଭ ଓ ଅକ୍ଷୟ କୁମାରଙ୍କ ସହ ଜଡ଼ିତ ଥିବା ଫିଲ୍ମଗୁଡ଼ିକର ଶୁଟିଂକୁ ବିରୋଧ କରିବୁ। ଆପଣମାନେ ନରେନ୍ଦ୍ର ମୋଦିଙ୍କ ଦେଶ ବିରୋଧୀ ପଲିସି ବିରୋଧରେ ମୁହଁ ଖୋଲନ୍ତୁ ନଚେତ ଆମେ ଆପଣମାନଙ୍କ ଫିଲ୍ମ ଶୁଟିଂକୁ ବିରୋଧ କରିବୁ ବୋଲି ସେ ଖୋଲାଖୋଲି ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ମହାରାଷ୍ଟ୍ର କଂଗ୍ରେସର ଏଭଳି ଚେତାବନୀ ପରେ ବିଜେପି କାଉଣ୍ଟର ଆଟାକ କରିଛି। ରାଜ୍ୟ ବିଜେପି ନେତା ସୁଧୀର କହିଛନ୍ତି, କଂଗ୍ରେସର ଆତ୍ମାରେ ଏକଛତ୍ରବାଦ ରହିଛି। ସେମାନେ କେବଳ ଲୋକ ଦେଖାଣିଆ ଭାବେ ଗଣତନ୍ତ୍ରର ମୁଖା ପିନ୍ଧନ୍ତି। ସେମାନଙ୍କ ଅଫିସ ଯେତେବେଳେ ଆକବର ରୋଡରେ ଥିଲା ସେତେବେଳେ ସେମାନେ ଆକବରଙ୍କ ରାସ୍ତାରେ ଚାଲୁଥିଲେ। ଅମିତାଭବ ବଚ୍ଚନ କଂଗ୍ରେସରେ ଧମକରେ ଆଦୌ ବ୍ୟସ୍ତ ହେବା ଦରକାର ନାହିଁ। ସେ ଶୋଲେ ଫିଲ୍ମରେ ଗବ୍ବର ସିଂହ ଠାରୁ ସମାନ ଧରଣର ଧମକ ପାଇଥିଲେ ବୋଲି ସେ କହିଛନ୍ତି। ବିଜେପି ନେତା ରାମ କଦମ ମଧ୍ୟ ଦୁଇ ଷ୍ଟାରଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story