ଶିକାର(ରାଜସ୍ଥାନ): ରାଜସ୍ଥାନର ଶିକାର-ଚୁରୋ ରେଳଲାଇନ୍ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏକ ନବଦମ୍ପତି ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ରସିଦପୁରାରେ ଏହି ଅଘଟଣା ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ମେଡିକାଲ ନେଇଛି। ସେଠାରେ ମୃତ ଦେହକୁ ଚିହ୍ନଟ ପାଇଁ ପୁଲିସ ରଖିଛି।
ଘଟଣାସ୍ଥଳରେ ଗୋଟିଏ ମୋବାଇଲ ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଆଜି ସକାଳେ ଟ୍ରେନ୍ ଆଗକୁ ଡେଇଁ ଏକ ଦମ୍ପତି ଆତ୍ମହତ୍ୟା କରିଥିବା ଶିକାର ପୁଲିସ ଖବର ପାଇଥିଲା।
ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲେ। ତେବେ ମୃତ ଦେହ ଦୁଇଟିକୁ ଏଯାଏଁ ଚିହ୍ନଟ କରାଯାଇ ପାରି ନାହିଁ। ତେବେ ଦମ୍ପତିଙ୍କ ନିକଟରୁ ମିଳିଥିବା ମୋବାଇଲକୁ ଆଧାର କରି ତାଙ୍କ ପରିଚୟ ଜାଣିବା ପାଇଁ ପ୍ରୟାସ କରାଯାଉଛି ବୋଲି ପୁଲିସ କହିଛି। ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
SpaDeX ମିଶନର ସଫଳ ଉତକ୍ଷେପଣ, ଚନ୍ଦ୍ରଯାନ-୪ ଓ ଗଗନଯାନ ପାଇଁ ବାଟ ଫିଟିଲା
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ ୨ଟି ସ୍ପେଶକ୍ରାଫ୍ଟ ମହାକାଶକୁ ପଠାଯାଇଛି। ୨୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବ।
Politics
‘କେରଳ ମିନି ପାକିସ୍ତାନ’ ବୟାନ ପାଇଁ ବିବାଦରେ ମନ୍ତ୍ରୀ ରାଣେ
କଂଗ୍ରେସର ରାହୁଲ ଗାନ୍ଧି ଓ କେରଳର ୱାୟନାଡରୁ ସାଂସଦ ହୋଇଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟାର୍ଗେଟ କରିବା ବେଳେ ନୀତେଶ ରାଣେ କେରଳକୁ ମିନି ପାକିସ୍ତାନ କହିବାକୁ ମଧ୍ୟ ପଛାଇ ନାହାନ୍ତି।
National
୧୧ କୋଟି ଟଙ୍କା ଓ ୫୨ କେଜି ସୁନା ଜବତର ମାଷ୍ଟର ମାଇଣ୍ଡ ସୌରଭ ଶର୍ମା କିଏ? ଖୋଜୁଛନ୍ତି ୩ ତଦନ୍ତକାରୀ ସଂସ୍ଥା
କାର ଭିତରୁ ୧୧ କୋଟି ଟଙ୍କା ଓ ୫୨ କେଜି ଓଜନର ସୁନା ବିସ୍କୁଟ ଜବତ କରିଥିଲା। କୁହାଯାଉଛି ଏହି ଆଖି ଖୋସି ହେବା ଭଳି ସମ୍ପତ୍ତି ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ସୌରଭ ଶର୍ମା। ୩ ତଦନ୍ତକାରୀ ସଂସ୍ଥା ତାଙ୍କୁ ଖୋଜୁ ଥିଲେ ହେଁ ଏଯାଏ ତାଙ୍କ ସମ୍ପର୍କରେ କୌଣସି ଟେର୍ ପାଇନାହାନ୍ତି।
Politics
ହାଇଦ୍ରାବାଦ ଦଳାଚକଟା ଘଟଣା: 'ଆଇନ ଆଗରେ ସମସ୍ତେ ସମାନ' କହିଲେ ପୱନ କଲ୍ୟାଣ
ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଉଚିତ ବୋଲି ଦର୍ଶାଇଛନ୍ତି ପୱନ କଲ୍ୟାଣ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ କଲେ ପ୍ରଶଂସା।
Politics
ରାହୁଲ ଗାନ୍ଧିଙ୍କ ଭିଏତନାମ ଟ୍ରିପକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ
ମନମୋହନ ସିଂହଙ୍କ ଅସ୍ତିକୁ ସଂଗ୍ରହ ପାଇଁ ଗାନ୍ଧି ପରିବାରର କେହି ଉପସ୍ଥିତ ନଥିବାରୁ ଦିନକ ତଳେ ବିଜେପି ଏହା ଉପରେ ପ୍ରଶ୍ନ ଉଠାଇଥିଲା।