ଜେଲରେ ଆର୍ଯ୍ୟନଙ୍କ ପାଇଁ ଆଜି ହେବ କି ଶେଷ ରାତି ?

ମୁମ୍ବାଇ: ଜାମିନ୍‌ ପାଇଁ ଆବେଦନ କରି ଆଜି ପୁଣି ନିରାଶ ହୋଇଛନ୍ତି ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌। ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ୍‌ ଆବେଦନ ଶୁଣାଣିକୁ କୋର୍ଟ ଆସନ୍ତାକାଲିକୁ ଘୁଞ୍ଚାଇ ଦେଇଛନ୍ତି । ତେଣୁ ଆଜିବି ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଜେଲରେ ରାତି କଟାଇବାକୁ ପଡ଼ିବ। ଆସନ୍ତାକାଲି ଦିନ ୧୧ଟା ପରେ ଶୁଣାଣି ହେବା ନେଇ ସୂଚନା ମିଳିଛି। ଡ୍ରଗସ୍‌ ମାମଲା ନେଇ ମୁମ୍ବାଇର ଆଜି ସ୍ପେସିଆଲ କୋର୍ଟରେ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଶୁଣାଣି ହୋଇଥିଲା। ତେବେ […]

Sharukh khan and aryan khan-1

Sharukh khan and aryan khan-1

Tapas Behera
  • Published: Wednesday, 13 October 2021
  • Updated: 13 October 2021, 06:16 PM IST

Sports

Latest News

ମୁମ୍ବାଇ: ଜାମିନ୍‌ ପାଇଁ ଆବେଦନ କରି ଆଜି ପୁଣି ନିରାଶ ହୋଇଛନ୍ତି ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌। ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ୍‌ ଆବେଦନ ଶୁଣାଣିକୁ କୋର୍ଟ ଆସନ୍ତାକାଲିକୁ ଘୁଞ୍ଚାଇ ଦେଇଛନ୍ତି । ତେଣୁ ଆଜିବି ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଜେଲରେ ରାତି କଟାଇବାକୁ ପଡ଼ିବ। ଆସନ୍ତାକାଲି ଦିନ ୧୧ଟା ପରେ ଶୁଣାଣି ହେବା ନେଇ ସୂଚନା ମିଳିଛି।

ଡ୍ରଗସ୍‌ ମାମଲା ନେଇ ମୁମ୍ବାଇର ଆଜି ସ୍ପେସିଆଲ କୋର୍ଟରେ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଶୁଣାଣି ହୋଇଥିଲା। ତେବେ ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ ଆବେଦନକୁ ଏନ୍‌ସିବି ବିରୋଧ କରିଥିଲା। ଏନ୍‌ସିବି କହିଥିଲା ଯେ, ଆର୍ଯ୍ୟନ୍‌ଙ୍କ ହ୍ୱାଟସଆପ୍‌ ଚାର୍ଟରୁ ସେ ବିଦେଶରୁ ଡ୍ରଗସ୍‌ କାରବାର କରୁଥିବା ତଥ୍ୟ ମିଳିଛି।

ତେଣୁ ଏ ବଷୟରେ ଅଧିକ ତଦନ୍ତ ଆବଶ୍ୟକ ବୋଲି ଅତିରିକ୍ତ ସଲିସିଟର ଜେନେରାଲଙ୍କ ପକ୍ଷରୁ କୁହାଯାଇଛି। ଯେକୌଣସି ଅଭିଯୁକ୍ତଙ୍କୁ ଜାମିନରେ ଛାଡ଼ିଲେ ତଦନ୍ତ ବାଧାପ୍ରାପ୍ତ ହେବ ବୋଲୁ କୁହାଯାଇଛି। ଧରାପଡ଼ିଥିବା ଡ୍ରଗସ୍‌ କାରବାର କୌଣସି ଜଣେ ବ୍ୟକ୍ତି ନୁହଁ ବରଂ ଏଥିରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି । ତେଣୁ ଏଥିରେ ଜଣକୁ ଜାମିନ ଦେଇ ହେବ ନାହିଁ ବୋଲି ଅତିରିକ୍ତ ସଲିସିଟର ଜେନେରାଲଙ୍କ ପକ୍ଷରୁ ଯୁକ୍ତି ବଢ଼ାଯାଇଥିଲା।

ସେହିପରି ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ଏନସିବି ନିଜ ଯୁକ୍ତିରେ କହିଛି ଯେ ଅବଶ୍ୟ ଅଭିଯୁକ୍ତ ଆର୍ଯ୍ୟନ ଖାନଙ୍କ ପାଖରୁ ଅସିଦ୍ଧ ନିଶାଦ୍ରବ୍ୟ ଜବତ ହୋଇନାହିଁ। କିନ୍ତୁ ଅନ୍ୟ ଅଭିଯୁକ୍ତଙ୍କ ଭଳି ସେ ମଧ୍ୟ ପୂରା ନିଶାଦ୍ରବ୍ୟ ଘଟଣାର ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି। ଆର୍ଯ୍ୟନ ଖାନ ଅସିଦ୍ଧ ନିଶାଦ୍ରବ୍ୟ ଅନ୍ୟମାନଙ୍କ ଠାରୁ ଆଣନ୍ତି। ଅରବାଜ ମରଚାଣ୍ଟଙ୍କ ଠାରୁ ନଶାଦ୍ରବ୍ୟ ଠାବ ହୋଇଛି। ଆର୍ଯ୍ୟନ ମଧ୍ୟ ଏହି ନିଶା ଦ୍ରବ୍ୟ କ୍ରୁଜ୍‌କୁ ନେବାରେ ସାମିଲ ଥିଲେ।

ପୂରା ଘଟଣା ସହ ବିଦେଶର ଲିଙ୍କ ରହିଥିବା ଆଶଙ୍କା କରାଯାଉଛି। ବିଦେଶରେ ଥିବା ଲୋକଙ୍କ ସହ କିଛି ଆର୍ଥିକ କାରବାର ହୋଇଥିବା ପ୍ରମାଣ ମିଳିଛି। ଏହାର ତଦନ୍ତ ଚାଲିଛି ଓ ଆଗକୁ ମଧ୍ୟ ଏହାର ବିସ୍ତୃତ ତଦନ୍ତ ହେବା ଆବଶ୍ୟକ। ଅନ୍ୟ ଅଭିଯୁକ୍ତମାନଙ୍କ ଠାରୁ ଆର୍ଯ୍ୟନଙ୍କ ଭୂମିକାକୁ ଅଲଗା ଭାବେ ବିଚାର କରାଯାଇ ପାରିବ ନାହିଁ। ତେଣୁ ତାଙ୍କୁ ଜାମିନ ନ ମିଳିବା ଉଚିତ ବୋଲି ଏନସିବି ତା’ର ଯୁକ୍ତିରେ କହିଛି। ଏନସିବି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଅନୀଲ ସିଂହ ଆଜି ପକ୍ଷ ରଖିଥିଲେ।  ଜାମିନ ଆବେଦନର ଶୁଣାଣି ପୂର୍ବରୁ ମୁମ୍ବାଇ ସିଭିଲ ସିଟି ଓ ସେସନ୍ସ କୋର୍ଟରେ ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଢଡଲାନି ଓ ତାଙ୍କ ବଡିଗାର୍ଡ ରାଜୁ ପହଞ୍ଚିଥିଲେ।

ଅକ୍ଟୋବର ୨ ତାରିଖରେ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଅଭିଯୋଗରେ ଏନ୍‌ସିବି ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଗିରଫ କରିଥିଲା। ତାଙ୍କ ସହ ଅନ୍ୟ ୮ ଜଣ ମଧ୍ୟ ଧରାପଡ଼ିଥିଲେ। ଏହାପରେ କୋର୍ଟ ଆର୍ଯ୍ୟନ୍‌ଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଏବେ ଆର୍ଯ୍ୟନ୍‌ ମୁମ୍ବାଇର ଆର୍ଥର ରୋଡ୍‌ ଜେଲରେ ଅଛନ୍ତି।

ଗତ ଶୁକ୍ରବାର ମୁମ୍ବାଇ କିଲା କୋର୍ଟ ଆର୍ଯ୍ୟନ୍‌ଙ୍କ ସମେତ ଅରବାଜ ମରଚାଣ୍ଟ, ମୁନ୍‌ ମୁନ୍‌ ଧମେଚା ଓ ଅନ୍ୟମାନଙ୍କୁ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଏମାନଙ୍କ ଜାମିନର ଆବେଦନର ଶୁଣାଣି ଯୋଗ୍ୟ ନୁହେଁ ବୋଲି କୋର୍ଟ କହିଥିଲେ। ଏହାପରେ ଆର୍ଯ୍ୟନ୍‌ଙ୍କ ଓକିଲ ସତୀଶ ମାନସିନ୍ଦେ ସ୍ୱତନ୍ତ୍ର ଏନ୍‌ଡିପିଏସ୍‌ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସୋମବାର କୋର୍ଟ ବୁଧବାର ଜାମିନ ଆବେଦନର ଶୁଣାଣି ହେବ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos