ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ପ୍ରଭାବ ଧୀରେଧୀରେ ଦେଶରେ ହ୍ରାସ ପାଇବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ପୂର୍ବାପେକ୍ଷା କମିଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସ୍ଥିତି ଏପରି ହୋଇଛି ଯେ ୬୯ ଲକ୍ଷ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୬୦ ଲକ୍ଷ ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ହୋଇସାରିଲେଣି। ଦେଶରେ ଆରୋଗ୍ୟ ହାର ୮୫.୫୨% ରହିଛି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ଆକ୍ଟିଭ କେସ ସଂଖ୍ୟା ୯ ଲକ୍ଷ ତଳେ ରହିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୭୩,୨୭୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୯,୭୯,୪୨୪ରେ ପହଞ୍ଚି ଗଲାଣି। ସେହିପରି କରୋନା ଦିନକରେ ଆଉ ୯୨୬ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୦୭,୪୧୬ରେ ପହଞ୍ଚି ଯାଇଛି।
ତେବେ ଗୋଟିଏ ଦିନରେ ୮୨,୭୫୩ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏଯାଏ ଦେଶରେ ମୋଟ ୫୯,୮୮,୮୨୨ ଜଣ ଲୋକ ସୁସ୍ଥ ହେଲେଣି। ଏହାର ଅର୍ଥ ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୮,୮୩,୧୮୫ ରହିଛି।
ଅନ୍ୟପକ୍ଷରେ ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ୧୦ ତାରିଖ ସୁଦ୍ଧା ଦେଶରେ ମୋଟ ୮,୫୭,୯୮,୬୯୮ଟି ନମୁନା ପରୀକ୍ଷା କରାଗଲାଣି। କେବଳ ଗତକାଲି ୧୧,୬୪,୦୧୮ଟି ନମୁନା ପରୀକ୍ଷା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।