ଔଷଧ ଦୋକାନରେ ବିକ୍ରି ହୋଇପାରିବନି କରୋନା ଟିକା

ନୂଆଦିଲ୍ଲୀ: ଆସନ୍ତା ୧ ତାରିଖରୁ କରୋନା ଟିକା ଖୋଲା ବଜାରରେ ମିଳିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ସେହିପରି ୧ ତାରିଖରୁ ୧୮ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବ। ଖୋଲା ବଜାରରେ ଟିକା ମିଳିବ ବୋଲି ସରକାର କହିଥିବାରୁ ସମସ୍ତେ ଭାବିଥିଲେ ବଡ଼ବଡ଼ ମେଡିସିନ ଦୋକାନରେ ମଧ୍ୟ କରୋନା ଟିକା ଉପଲବ୍ଧ ହେବ। କିନ୍ତୁ କରୋନା ଟିକା କୌଣସି ଔଷଧ ଦୋକାନରେ ବିକ୍ରି ପାଇଁ ଉପଲବ୍ଧ ହେବନାହିଁ। କେବଳ ହସ୍ପିଟାଲ ଓ ଅନୁମତିପ୍ରାପ୍ତ […]

Corona

Corona

Hemant Lenka
  • Published: Wednesday, 21 April 2021
  • Updated: 21 April 2021, 03:36 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୧ ତାରିଖରୁ କରୋନା ଟିକା ଖୋଲା ବଜାରରେ ମିଳିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ସେହିପରି ୧ ତାରିଖରୁ ୧୮ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବ। ଖୋଲା ବଜାରରେ ଟିକା ମିଳିବ ବୋଲି ସରକାର କହିଥିବାରୁ ସମସ୍ତେ ଭାବିଥିଲେ ବଡ଼ବଡ଼ ମେଡିସିନ ଦୋକାନରେ ମଧ୍ୟ କରୋନା ଟିକା ଉପଲବ୍ଧ ହେବ।

କିନ୍ତୁ କରୋନା ଟିକା କୌଣସି ଔଷଧ ଦୋକାନରେ ବିକ୍ରି ପାଇଁ ଉପଲବ୍ଧ ହେବନାହିଁ। କେବଳ ହସ୍ପିଟାଲ ଓ ଅନୁମତିପ୍ରାପ୍ତ ଟିକାକରଣ କେନ୍ଦ୍ରରେ ହିଁ କରୋନା ଟିକା ଉପଲବ୍ଧ ହେବ। ହସ୍ପିଟାଲ ଓ ଟିକାକରଣ କେନ୍ଦ୍ର ବାଦ୍‌ ଆଉ କେଉଁଠି ବି ଲୋକଙ୍କୁ ଟିକା ମିଳିବ ନାହିଁ। ଟିକାକରଣ ପରେ ପାର୍ଶ୍ୱପ୍ରତିକ୍ରିୟା କୋ-ୱିନ ଆପ୍‌ରେ ରେକର୍ଡ ହେବ ଓ ଏହାକୁ ତର୍ଜମା କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଆସନ୍ତା ଦୁଇ ଦିନ ମଧ୍ୟରେ ଭାରତ ସରକାର ସମସ୍ତ ଡାକ୍ତର ଓ ସାଧାରଣ ଲୋକଙ୍କ ପାଇଁ ଟିକାକରଣ ପରେ କ’ଣ ସବୁ ପଦକ୍ଷେପ ନେବାକୁ ପଡ଼ିବ, ସେ ବିଷୟରେ ଗାଇଡଲାଇନ ଜାରି କରିବେ। ଏଥିରେ ଟିକାକରଣ ପରେ ଦେଖାଯାଉଥିବା ପାର୍ଶ୍ୱପ୍ରତିକ୍ରିୟାର ଯତ୍ନ କେମିତି ନିଆଯିବ, ସେକଥା ଉଲ୍ଲେଖ କରାଯିବ।

ଅଧିକାରୀ ଜଣଙ୍କ କହିଛନ୍ତି, କରୋନା ଟିକାକୁ ଜରୁରୀ କାଳୀନ ଭିତ୍ତିରେ ବ୍ୟବହାର କରିବାକୁ ଅନୁମତି ମିଳିଛି। ତେଣୁ ଏହାକୁ କେବେ ହେଲେ ଔଷଧ ଦୋକାନରେ ବିକ୍ରି ପାଇଁ ଅନୁମତି ମିଳିବ ନାହିଁ। ଟିକାକରଣ କାର୍ଯ୍ୟକ୍ରମ ଉପଯୁକ୍ତ ପରିବେଶ ଓ ଗାଇଡଲାଇନ ମଧ୍ୟରେ କରିବା ଜରୁରୀ। ସେହିପରି ପାର୍ଶ୍ୱପ୍ରତିକ୍ରିୟା ଉପରେ ମଧ୍ୟ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ଭାରତ ସରକାର ସୋମବାର ଟିକାକରଣ ଉପରେ ବଡ଼ ନିଷ୍ପତ୍ତି ନେଇଥିଲେ। ମେ’ ୧ରୁ ଦେଶର ୧୮ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ଟିକାକରଣ କରାଯିବ ବୋଲି ସରାକର ଘୋଷଣା କରିଛନ୍ତି। ଏଥିସହ ରାଜ୍ୟମାନେ ସିଧାସଳଖ ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଠାରୁ ୫୦% ଟିକା ନେଇପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story