ଡବଲ୍‌ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କ ଟିକା ସାର୍ଟିଫିକେଟ୍‌ରେ ରହିବ ଜନ୍ମ ତାରିଖ

ନୂଆଦିଲ୍ଲୀ: ଭାରତୀୟଙ୍କ ଟିକାକରଣ ସ୍ଥିତିକୁ ନେଇ ଭାରତ-ୟୁକେ ମଧ୍ୟରେ ଟଣାଓଟଣା ଲାଗି ରହିଛି। ଏହାରି ଭିତରେ ଟିକାର ଡବଲ୍‌ ଡୋଜ୍‌ ନେଇଥିବା ଏବଂ ବିଦେଶ ଯିବାକୁ ଚାହୁଁଥିବା ବ୍ୟକ୍ତିଙ୍କ କୋୱିନ୍‌ ସାର୍ଟିଫିକେଟ୍‌ରେ ଜନ୍ମ ତାରିଖ ଉଲ୍ଳେଖ ରହିବ ବୋଲି ସ୍ଥିର କରିଛି ଭାରତ। ଏହା ଡବ୍ଲୁଏଚ୍‌ଓର ମାନଦଣ୍ଡକୁ ପୂରଣ କରିବ। ଉକ୍ତ ପ୍ରମାଣପତ୍ରରେ ଜନ୍ମ ତାରିଖ ତାରିଖ-ମାସ-ବର୍ଷ ଫର୍ମାଟରେ ଲେଖା ରହିବ। ବର୍ତ୍ତମାନ ସୁଦ୍ଧା ଟିକା ପ୍ରମାଣପତ୍ରରେ କେବଳ ନାମ ଓ ଟିକାକରଣ ସ୍ଥାନ ସହ କେବଳ […]

Cowin certificate

Cowin certificate

Madhupriya Mistry
  • Published: Sunday, 26 September 2021
  • Updated: 26 September 2021, 08:52 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟଙ୍କ ଟିକାକରଣ ସ୍ଥିତିକୁ ନେଇ ଭାରତ-ୟୁକେ ମଧ୍ୟରେ ଟଣାଓଟଣା ଲାଗି ରହିଛି। ଏହାରି ଭିତରେ ଟିକାର ଡବଲ୍‌ ଡୋଜ୍‌ ନେଇଥିବା ଏବଂ ବିଦେଶ ଯିବାକୁ ଚାହୁଁଥିବା ବ୍ୟକ୍ତିଙ୍କ କୋୱିନ୍‌ ସାର୍ଟିଫିକେଟ୍‌ରେ ଜନ୍ମ ତାରିଖ ଉଲ୍ଳେଖ ରହିବ ବୋଲି ସ୍ଥିର କରିଛି ଭାରତ।

ଏହା ଡବ୍ଲୁଏଚ୍‌ଓର ମାନଦଣ୍ଡକୁ ପୂରଣ କରିବ। ଉକ୍ତ ପ୍ରମାଣପତ୍ରରେ ଜନ୍ମ ତାରିଖ ତାରିଖ-ମାସ-ବର୍ଷ ଫର୍ମାଟରେ ଲେଖା ରହିବ। ବର୍ତ୍ତମାନ ସୁଦ୍ଧା ଟିକା ପ୍ରମାଣପତ୍ରରେ କେବଳ ନାମ ଓ ଟିକାକରଣ ସ୍ଥାନ ସହ କେବଳ ବୟସ ଉଲ୍ଲେଖ ରହୁଥିଲା। ଆସନ୍ତା ସପ୍ତାହ ତଥା ସୋମବାର ଠାରୁ ଏହି ନୂଆ ନିୟମ ଲାଗୁ ହେବ।

ନିକଟରେ ଇଂଲଣ୍ଡ ସରକାର ନିଜର ଟ୍ରାଭେଲ ନିୟମରେ ପରିବର୍ତ୍ତନ କରିଛନ୍ତି। ଏଥିସହ ଭାରତର କୋଭିସିଲ୍‌ଡ ଟିକାକୁ ସ୍ୱୀକୃତି ମଧ୍ୟ ଦେଇଛନ୍ତି। କିନ୍ତୁ ଇଂଲଣ୍ଡ ସରକାର ଭାରତର ସାର୍ଟିଫିକେସନ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି।

ଭାରତ ସରକାର ଏହାକୁ ସମାଲୋଚନା କରିବା ସହ ଭାରତୀୟ ଟିକା ଓ ସାର୍ଟିଫିକେଟକୁ ସ୍ୱୀକୃତି ଦେବାକୁ ଦାବି ଜଣାଇଥିଲେ। ଭାରତ ସ୍ପଷ୍ଟ କରିଛି ଯେ, କୋଭିସିଲ୍‌ଡ ଟିକା ନେଇଥିବା ଭାରତୀୟ ଯାତ୍ରୀଙ୍କୁ ଯଦି ଇଂଲଣ୍ଡ ସ୍ୱୀକୃତି ନ ଦେବ ତେବେ ଇଂଲଣ୍ଡର ଯେଉଁ ଯାତ୍ରୀମାନେ ଭାରତ ଆସୁଛନ୍ତି ସେମାନଙ୍କ ପ୍ରତି ମଧ୍ୟ ସମାନ ଆଚରଣ ପ୍ରଦର୍ଶନ କରାଯିବ।

ବ୍ରିଟିଶ ଉଚ୍ଚାୟୁକ୍ତ ଆଲେକ୍ସ ଏଲିସ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଅଧ୍ୟକ୍ଷ ଆର୍‌ଏସ୍ ଶର୍ମାଙ୍କୁ ସାକ୍ଷାତ୍ କରି ଆଲୋଚନା କରିବା ପରେ କୋଭିସିଲ୍‌ଡ ଟିକାକୁ ନେଇ ଇଂଲଣ୍ଡର କୌଣସି ଆପତ୍ତି ନାହିଁ ବୋଲି କହିଥିଲେ। ଏହି ଟିକାକୁ ଇଂଲଣ୍ଡ ସ୍ୱୀକୃତି ଦେଉଛି, କିନ୍ତୁ ଏହାର ପ୍ରମାଣପତ୍ରକୁ ଗ୍ରହଣ କରୁନାହିଁ। ତେଣୁ ସମ୍ପୂର୍ଣ୍ଣ ଟିକା ନେଇଥିବା ଭାରତୀୟଙ୍କୁ ଇଂଲଣ୍ଡ ଗଲେ ଟିକା ନେଇ ନ ଥିବା ଯାତ୍ରୀ ଭଳି ୧୦ ଦିନ ଯାଏ କ୍ୱାରେଣ୍ଟାଇନରେ ରହିବାକୁ ପଡୁଛି। ଏହାକୁ ନେଇ ଭାରତ ଅଭିଯୋଗ କରିଛି।

ଆର୍‌ଏସ୍‌ ଶର୍ମା କହିଛନ୍ତି ଯେ, ଭାରତ ଦେଉଥିବା ଟିକା ପ୍ରମାଣପତ୍ରକୁ ନେଇ କୌଣସି ସମସ୍ୟା ନ ଥିଲା। ଏହା କିଛି ଲୋକଙ୍କ ଦ୍ୱାରା ଉଠାଯାଇଥିବା ଏକ ସମ୍ପୂର୍ଣ୍ଣ ଭିତ୍ତିହୀନ ପ୍ରସଙ୍ଗ। ତେବେ ଭାରତୀୟ ଟିକା ସାର୍ଟିଫିକେଟରେ ଏଣିକି କେବଳ ବୟସ ବଦଳରେ ସମ୍ପୂର୍ଣ୍ଣ ଜନ୍ମ ତାରିଖ ଉଲ୍ଲେଖ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story