ଜେଲର ଗୋଟିଏ ବାରାକରେ ସିଦ୍ଧୁ ଓ ଦଲେର ମେହେନ୍ଦି

ଚଣ୍ଡିଗଡ଼: ପଞ୍ଜାବ ତଥା ଦେଶର ଦୁଇ ଚର୍ଚ୍ଚିତ ଚେହେରା ନବଜୋତ ସିଂହ ସିଦ୍ଧୁ ଓ ଦଲେର ମେହେନ୍ଦି ଏବେ ଜେଲରେ। କଣ୍ଠଶିଳ୍ପୀ ମେହେନ୍ଦି ୨୦୦୩ ମସିହା ମାନବ ଚାଲାଣ ମାମଲାରେ ଗତକାଲି ୨ ବର୍ଷ ପାଇଁ ଜେଲ ହାଜତକୁ ଯାଇଛନ୍ତି। ପୂର୍ବରୁ ହିଟ ଆଣ୍ଡ ରନ ମାମଲାରେ ସିଦ୍ଧୁ ଜେଲଦଣ୍ଡ ଭୋଗୁଛନ୍ତି। ଉଭୟ ସିଦ୍ଧୁ ଓ ଦଲେର ମେହେନ୍ଦି ଏବେ ପଞ୍ଜାବର ପଟିଆଲ ଜେଲର ସମାନ ବାରାକରେ ରହିଛନ୍ତି। ଜେଲର ଜଣେ ଅଧିକାରୀ ନିଜ ନାଁ ଗୋପନ […]

Jail

Jail

Hemant Lenka
  • Published: Friday, 15 July 2022
  • Updated: 15 July 2022, 05:10 PM IST

Sports

Latest News

ଚଣ୍ଡିଗଡ଼: ପଞ୍ଜାବ ତଥା ଦେଶର ଦୁଇ ଚର୍ଚ୍ଚିତ ଚେହେରା ନବଜୋତ ସିଂହ ସିଦ୍ଧୁ ଓ ଦଲେର ମେହେନ୍ଦି ଏବେ ଜେଲରେ। କଣ୍ଠଶିଳ୍ପୀ ମେହେନ୍ଦି ୨୦୦୩ ମସିହା ମାନବ ଚାଲାଣ ମାମଲାରେ ଗତକାଲି ୨ ବର୍ଷ ପାଇଁ ଜେଲ ହାଜତକୁ ଯାଇଛନ୍ତି। ପୂର୍ବରୁ ହିଟ ଆଣ୍ଡ ରନ ମାମଲାରେ ସିଦ୍ଧୁ ଜେଲଦଣ୍ଡ ଭୋଗୁଛନ୍ତି। ଉଭୟ ସିଦ୍ଧୁ ଓ ଦଲେର ମେହେନ୍ଦି ଏବେ ପଞ୍ଜାବର ପଟିଆଲ ଜେଲର ସମାନ ବାରାକରେ ରହିଛନ୍ତି।

ଜେଲର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି ସିଦ୍ଧୁ ଓ ମହେନ୍ଦି ସମାନ ବାରାକରେ ରହିଥିବା କଥାକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ପଟିଆଲାର ସେଣ୍ଟ୍ରାଲ ଜେଲର ୱାର୍ଡ ନଂ ୧୦ରେ ଗୁରୁବାର ଠାରୁ ଦଲେର ମେହିନ୍ଦିଙ୍କୁ ରଖା ଯାଇଛି। ପୂର୍ବରୁ ଏହି ବାରାକରେ ସିଦ୍ଧୁ ମଧ୍ୟ ରହୁଥିଲେ। ଏହାର ପାର୍ଶ୍ୱବର୍ତ୍ତୀ ବାରାକରେ ଅକାଳୀ ଦଳର ନେତା ବିକ୍ରମ ସିଂହ ମାଜିଥିଆ ମଧ୍ୟ ରହୁଛନ୍ତି। ଅର୍ଥାତ ପଞ୍ଜାବର ୩ ଜଣ ହେଭିୱେଟ ଚେହେରା ଗୋଟିଏ ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି।

୨୦୦୩ ରେ ଦଲେର ମେହେନ୍ଦିଙ୍କ ବିରୋଧରେ ମାନବ ଚାଲାଣ ନେଇ ମାମଲା ରୁଜୁ ହୋଇଥିଲା। ପଞ୍ଜାବ ବେଡା ଗାଁର ବକ୍ସିସ ସିଂହଙ୍କ ଅଭିଯୋଗ ଆଧାରରେ ଦଲେର ମେହେନ୍ଦି ଓ ତାଙ୍କ ଭାଇ ଶମସେର ମେହେନ୍ଦି ଓ ବୁଲବୁଲ ମେହେଟାଙ୍କ ବିରୋଧରେ ବିଦେଶକୁ ମାନବ ଚାଲାଣ କରିବାକୁ ୨୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ସଦର ଥାନା ପୁଲିସ ମାମଲା ରୁଜୁ କରିଥିଲା। ଦଲେର ମେହେନ୍ଦି ଓ ତାଙ୍କ ଭାଇଙ୍କ ବିରୋଧରେ ମୋଟ ୩୧ଟି ମାମଲା ରୁଜୁ କରାଯାଇଥିଲା।

୨୦୧୮ରେ ତାଙ୍କୁ ଏଥିପାଇଁ ଦୁଇ ବର୍ଷର ଜେଲଦଣ୍ଡ ମିଳିଥିଲା। ତେବେ ସେ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ଗୁରୁବାର ଏହି ଦଣ୍ଡାଦେଶ କାଏମ ରହିବାରୁ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କ ମେଡିକାଲ ଟେଷ୍ଟ ହୋଇଥିଲା ଓ ତାଙ୍କୁ ପଟିଆଲାର କେନ୍ଦ୍ରୀୟ ଜେଲକୁ ପଠାଇ ଦିଆଯାଇଥିଲା। ସନ୍ଧ୍ୟା ପ୍ରାୟ ୬ଟା ବେଳେ ସେ ଜେଲରେ ପ୍ରବେଶ କରିଥିଲେ।

ସେଠାରେ ତାଙ୍କର କାଗଜପତ୍ର କାମ ହୋଇଥିଲା। ଜେଲରେ ମିଳିଥିବା ଖାଦ୍ୟ ହିଁ ମେହେନ୍ଦିଙ୍କୁ ଖାଇବାକୁ ପଡ଼ିଛି। ତାଙ୍କୁ କୌଣସି ପ୍ରକାରର ସ୍ୱତନ୍ତ୍ର ସୁବିଧା ଜେଲରେ ମିଳିନାହିଁ। ମେହେନ୍ଦିଙ୍କୁ ମିଳିଥିବା ବାରାକରେ ମେ’ ୨୦ରୁ ସିଦ୍ଧୁ ରହୁଛନ୍ତି। ତାଙ୍କୁ ଡାକ୍ତରଙ୍କ ପରାମର୍ଶକ୍ରମେ ସ୍ୱତନ୍ତ୍ର ଖାଦ୍ୟ ଜେଲ କର୍ତ୍ତୃପକ୍ଷ ଦେଉଛନ୍ତି। ସେହିପରି ବିକ୍ରମ ମାଜିଥିଆ ଫେବୃଆରୀ ୨୪ରୁ ଏହି ଜେଲରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos