ପୁଲିସକୁ ପଥରମାଡ଼, ୪୦ ଘଣ୍ଟା ପରେ ଦଳିତ ଛାତ୍ରର ହେଲା ଅନ୍ତିମ ସଂସ୍କାର

ଜୟପୁର: ଦଳିତ ଛାତ୍ରର ମୃତ୍ୟୁକୁ ନେଇ ଥମୁନି ବିବାଦ। ବଢ଼ିବାରେ ଲାଗିଛି ଉତ୍ତେଜନା। ୪୦ ଘଣ୍ଟା ପରେ ମୃତ ଛାତ୍ରର ଅନ୍ତିମ ସଂସ୍କାର କରାଯାଇଛି। ତେବେ ଅନ୍ତିମ ସଂସ୍କାର ପୂର୍ବରୁ ଗାଁରେ ପୁଲିସ ପ୍ଲାଗମାର୍ଚ୍ଚ କରିଥିଲା। ଏହି ସମୟରେ ପୁଲିସ ଉପରକୁ ଉତ୍ତ୍ୟକ୍ତ ଲୋକେ ପଥର ମାଡ କରିବା ସହ ଶିଶୁର ମୃତଦେହ ଛଡାଇ ନେବାକୁ ଚେଷ୍ଟା କରିଥିବା ଜଣାପଡିଛି। ସୂଚନା ମୁତାବକ ରାଜସ୍ଥାନର ଜାଲୋର ଜିଲ୍ଲାର ସୁରାଣା ଗାଁରେ ଏକ ଘରୋଇ ସ୍କୁଳର ଶିକ୍ଷକ ମାଠିଆରୁ […]

dalit-student-beaten

dalit-student-beaten

Madhupriya Mistry
  • Published: Monday, 15 August 2022
  • Updated: 15 August 2022, 04:45 PM IST

Sports

Latest News

ଜୟପୁର: ଦଳିତ ଛାତ୍ରର ମୃତ୍ୟୁକୁ ନେଇ ଥମୁନି ବିବାଦ। ବଢ଼ିବାରେ ଲାଗିଛି ଉତ୍ତେଜନା। ୪୦ ଘଣ୍ଟା ପରେ ମୃତ ଛାତ୍ରର ଅନ୍ତିମ ସଂସ୍କାର କରାଯାଇଛି। ତେବେ ଅନ୍ତିମ ସଂସ୍କାର ପୂର୍ବରୁ ଗାଁରେ ପୁଲିସ ପ୍ଲାଗମାର୍ଚ୍ଚ କରିଥିଲା। ଏହି ସମୟରେ ପୁଲିସ ଉପରକୁ ଉତ୍ତ୍ୟକ୍ତ ଲୋକେ ପଥର ମାଡ କରିବା ସହ ଶିଶୁର ମୃତଦେହ ଛଡାଇ ନେବାକୁ ଚେଷ୍ଟା କରିଥିବା ଜଣାପଡିଛି।

ସୂଚନା ମୁତାବକ ରାଜସ୍ଥାନର ଜାଲୋର ଜିଲ୍ଲାର ସୁରାଣା ଗାଁରେ ଏକ ଘରୋଇ ସ୍କୁଳର ଶିକ୍ଷକ ମାଠିଆରୁ ପାଣି ପିଇବାରୁ ଜଣେ ୯ ବର୍ଷର ତୃତୀୟ ଶ୍ରେଣୀର ଦଳିତ ଛାତ୍ରଙ୍କୁ ମାଡ ମାରିଥିଲେ। ଏଥିରେ ଗୁରୁତର ହୋଇ ଛାତ୍ର ଜଣକ ଶନିବାର ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଆଖିବୁଜି ଥିଲା। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ଏପରିକି ଗାଁରେ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍‌ ସେବା ମଧ୍ୟ ବନ୍ଦ କରିବାକୁ ପଡିଛି।

ରବିବାର ଛାତ୍ରର ମୃତଦେହ ଘରେ ପହଁଚିଥିଲା। ଦାବି ପୂରଣ ନେହେବା ଯାଏଁ ପରିବାର ଲୋକେ ଅନ୍ତିମ ସଂସ୍କାର କରିବେ ନାହିଁ ବୋଲି କହିଥିଲେ। ଘର ଅଗରେ ମୃତଦେହ ରଖି ପ୍ରଶାସନ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲା। ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ପରିବାରର ଜଣଙ୍କୁ ଚାକିରି ଓ ସ୍କୁଲର ମାନ୍ୟତା ରବ୍ଦ କରିବା ପାଇଁ ପରିବାର ଲୋକେ ଦାବି କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ଘଣ୍ଟା ଧରି ଆଲୋଚନା ହୋଇଥିଲେ ବି ବିଫଳ ହୋଇଥିଲା।

ଏହାପରେ ବିକ୍ଷୋଭକାରୀମାନେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ। ପୁଲିସ ଉପରକୁ ପଥର ମାଡ କରିଥିଲେ। ପୁଲିସ ମଧ୍ୟ ପାଲଟା ଲାଠି ଚାଳନା କରିଥିଲା। ଏଥିରେ କିଛି ମହିଳାଙ୍କ ସମେତ ୧୦ରୁ ଅଧିକ ଆହତ ହୋଇଛନ୍ତି। ପୁଲିସ ଭୀମଆର୍ମିର ୧୦ଜଣଙ୍କୁ ଅଟକ ରଖିଛି। ଶେଷରେ ୪୦ ଘଣ୍ଟା ପରେ ପରିବାର ଲୋକଙ୍କ ସହ ଆଲୋଚନା ସଫଳ ପରେ ଅନ୍ତିମ ସଂସ୍କାର କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଜୁଲାଇ ୨୦ ତାରିଖରେ ସ୍କୁଲ ଶିକ୍ଷକ ଛେଲା ସିଂହ ଛାତ୍ର ଇନ୍ଦ୍ରଙ୍କ କାନ ଉପରକୁ ଚାପୁଡା ମାରିଦେଇଥିଲେ। ଫଳରେ ତା'ର କାନ ଶିରା ଫାଟି ଯାଇଥିଲା। ସେ ଗୁରୁତର ଅବସ୍ଥାରେ କାନ୍ଦି କାନ୍ଦି ଘରେ ପହଞ୍ଚିଥିଲା ଓ ଘର ଲୋକଙ୍କୁ ସବୁ କଥା କହିଥିଲା ଇନ୍ଦ୍ର। ଏହାପରେ ବାପା ଓ ଅନ୍ୟ ପରିବାର ଲୋକେ ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଶନିବାର ଦିନ ଚିକିତ୍ସିତ ଅବସ୍ଥାରେ ୯ ବର୍ଷିୟ ଦଳିତ ଛାତ୍ରର ମୃତ୍ୟୁ ହୋଇଥିଲା। ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଏସସି-ଏସଟି ଆକ୍ଟ, ହତ୍ୟାରେ ମାମଲା ରୁଜୁ କରିଛି। ଶିକ୍ଷକଙ୍କୁ ଗିରଫ କରାଯାଇଛି। ଏହି ମାମଲାକୁ ପୁଲିସ ଗୁରୁତର ସହ ନେଇ ଯାଞ୍ଚ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos