ଉଡ଼ାଣ ବେଳେ ଯାତ୍ରୀବାହୀ ବିମାନ ତଳେ ପଶିଗଲା କାର୍

ନୂଆଦିଲ୍ଲୀ: ଯାତ୍ରୀଙ୍କ ଜୀବନ ସହ ଖେଳ। ଦିଲ୍ଲୀ ବିମାନ ବନ୍ଦରରେ ଅବହେଳାର ଏକ ବଡ ମାମଲା ସାମ୍ନାକୁ ଆସିଛି। ମଙ୍ଗଳବାର ଏଠାରେ ଇଣ୍ଡିଗୋ ବିମାନ ତଳେ ଏକ କାର ପଶିଯାଇଥିବା ଦେଖିବାକୁ ମିଳିଛି। ତେବେ ଏହି ସମୟରେ ବିମାନର ଚକା ଧକ୍କା ଦେବା ପୂର୍ବରୁ କାରଟି ସମ୍ପୂର୍ଣ୍ଣ ଭାବରେ ସେଠାରୁ ଖସି ପଳାଇଥିଲା। ଫଳରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା ବିମାନ।
କୁହାଯାଉଛି ଯେ ଏହି କାର୍ଟି ଗୋ-ଫାଷ୍ଟ ଏୟାରଲାଇନ୍ସର ଥିଲା। ବିମାନବନ୍ଦରର T2 ଟର୍ମିନାଲର ଷ୍ଟାଣ୍ଡ ନମ୍ବର ୨୦୧ରେ ଏହି ଦୁର୍ଘଟଣା ଘଟିଛି। ଏଠାରେ ଗୋ-ଫାଷ୍ଟ ଏୟାରଲାଇନ୍ସର କାର ଇଣ୍ଡିଗୋ ର A320neo ବିମାନ ତଳେ ଆସିଯାଇଥିଲା। ଡିଜିସିଏ ଏହି ଘଟଣାର ତଦନ୍ତ କରିବ ବୋଲି ସୂଚନା ମିଳିଛି।
ସେପଟେ ଉକ୍ତ କାର୍ ଡ୍ରାଇଭର୍ ଡ୍ରାଇଭିଂ ବେଳେ ମଦ୍ୟପାନ କରିଥିଲେ ନା ନାହିଁ ତାହା ଜାଣିବା ପାଇଁ ବ୍ରେଥ୍ ଆନାଲାଇଜର୍ ଟେଷ୍ଟ କରାଯାଇଛି। କୁହାଯାଉଛି ଯେ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି। କିମ୍ବା ବିମାନରେ କୌଣସି କ୍ଷୟକ୍ଷତି ହୋଇନାହିଁ।
ମଙ୍ଗଳବାର ସକାଳେ ଇଣ୍ଡିଗୋର ଏହି ଯାତ୍ରୀବାହୀ ବିମାନ ପାଟନାକୁ ଉଡ଼ିବାକୁ ଯାଉଥିଲା। ଏହି ସମୟରେ ବିମାନ ତଳେ ଏକ କାର ପଶିଆସିଥିଲା। ତେବେ କାରଟି ବିମାନର ଚକକୁ ଧକ୍କା ଦେବା ଠାରୁ ଦୂରେଇ ରହିଥିଲା। ଏହା ପରେ ବିମାନ ପାଟନା ଅଭିମୁଖେ ଯାତ୍ରା କରିଥିଲା।
#WATCH | A Go Ground Maruti vehicle stopped under the nose area of the Indigo aircraft VT-ITJ that was parked at Terminal T-2 IGI airport, Delhi. It was an Indigo flight 6E-2022 (Delhi–Patna) pic.twitter.com/dxhFWwb5MK
— ANI (@ANI) August 2, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।