କରୋନା: ଦିଲ୍ଲୀବାସୀଙ୍କ ପାଇଁ ଆସିଲା ଅଶ୍ୱସ୍ତିକର ଖବର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀବାସୀଙ୍କ ପାଇଁ ଅଶ୍ୱସ୍ତିକର ଖବର। ଏବେ ହ୍ରାସ ପାଉଛି କରୋନା ମାମଲା।  ଗତ ୨୪ ଘଣ୍ଟା ମଧ୍ୟରେ ୨୦,୭୧୮ଟି ମାମଲା ରଜୁ ହୋଇଛି। ଲଗାତାର ଦ୍ୱିତୀୟ ଦିନ ପାଇଁ ସଂକ୍ରମଣ ହାର ୩୦.୬୪ ପ୍ରତିଶତ ରହିଛି। ଗତ ମେ’ ୧ରେ ସଂକ୍ରମଣ ହାର ୩୧.୬୧ ପ୍ରତିଶତ ଥିଲା। ଏବେ ଆକ୍ଟିଭ ମାମଲା ୯୩,୪୦୭କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥସହ ଦିଲ୍ଲୀରେ କରୋନା ମୃତକଙ୍କ ସଂଖ୍ୟା […]

corona

corona

Tapas Behera
  • Published: Saturday, 15 January 2022
  • Updated: 15 January 2022, 06:57 PM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀବାସୀଙ୍କ ପାଇଁ ଅଶ୍ୱସ୍ତିକର ଖବର। ଏବେ ହ୍ରାସ ପାଉଛି କରୋନା ମାମଲା।  ଗତ ୨୪ ଘଣ୍ଟା ମଧ୍ୟରେ ୨୦,୭୧୮ଟି ମାମଲା ରଜୁ ହୋଇଛି। ଲଗାତାର ଦ୍ୱିତୀୟ ଦିନ ପାଇଁ ସଂକ୍ରମଣ ହାର ୩୦.୬୪ ପ୍ରତିଶତ ରହିଛି। ଗତ ମେ’ ୧ରେ ସଂକ୍ରମଣ ହାର ୩୧.୬୧ ପ୍ରତିଶତ ଥିଲା। ଏବେ ଆକ୍ଟିଭ ମାମଲା ୯୩,୪୦୭କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥସହ ଦିଲ୍ଲୀରେ କରୋନା ମୃତକଙ୍କ ସଂଖ୍ୟା ୨୫,୩୩୫କୁ ବୃଦ୍ଧି ପାଇଛି। ହୋମ ଆଇସୋଲେଶନ୍‌ରେ  ୬୯,୫୫୪ ଜଣ ରୋଗୀ ଅଛନ୍ତି। ଏବେ ଆକ୍ଟିଭ ମାମଲା ହେଉଛି ୫.୫୨ ପ୍ରତିଶତ। ସେହିପରି ରିକଭରିହାର ୯୨.୯୮ ପ୍ରତିଶତକୁ ବୃଦ୍ଧି ପାଇଛି।

ଦେଶରେ ଦୈନିକ କରୋନା ମାମଲା ୨ ଲକ୍ଷ ୬୮ହଜାରକୁ  ଅତିକ୍ରମ କରିଛି। ଦିଲ୍ଲୀ ହେଲଥ୍‌ ବୁଲେଟିନ୍ ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ୧୯,୫୫୪ ଜଣ ରୋଗୀଙ୍କୁ ଡିସଚାର୍ଜ କରାଯାଇଛି। ଏହି ସଂଖ୍ୟା ୧୫,୭୨,୯୪୨କୁ ବୃଦ୍ଧି ପାଇଛି।  ଗତ ୨୪ ଘଣ୍ଟା ମଧ୍ୟରେ ୬୭,୬୨୪ ଜଣ  ପରୀକ୍ଷା କରିଥିଲେ । ମୋଟ କରୋନା ପରୀକ୍ଷଣ ୩,୩୯,୯୪,୪୪୨କୁ ବୃଦ୍ଧି ପାଇଛି। ସେହିପରି  ଦିଲ୍ଲୀର କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୩୦,୪୭୨କୁ ବୃଦ୍ଧି ପାଇଛି। କରୋନା ମୃତ୍ୟୁ ହାର ୧.୫ ପ୍ରତିଶତକୁ ବୃଦ୍ଧି ପାଇଛି। ଦିଲ୍ଲୀର କରୋନା ଡାକ୍ତରଖାନାରେ ମୋଟ ୨୬୨୦ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୮୭ ରୋଗୀଙ୍କଠାରେ  ଅମ୍ଳଜାନ ଲାଗିଛି।

୧୧୩ ଜଣ ରୋଗୀ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରରେ ଭର୍ତ୍ତି ହୋଇଛନ୍ତି। ୭୨୪ ଜଣ କରୋନା ରୋଗୀ ଆଇସିୟୁରେ ଅଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୬୮ ହଜାର କରୋନା ମାମଲା ସାମ୍ନାକୁ ଆସିଛି। ପଜିଟିଭିଟି ହାର ପ୍ରାୟ ୧୬ ପ୍ରତିଶତରେ ପହଞ୍ଚିଛି। ଉଲ୍ଲେଖନୀୟ କଥା ହେଉଛି, ଗତ କିଛି ଦିନ ମଧ୍ୟରେ ୟୁପିରେ କରୋନା ମାମଲା ୧୪ ଗୁଣ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos