ଦିଲ୍ଲୀରେ ୨୦ ହଜାର ଡେଇଁଲା କରୋନା ମାମଲା

ନୂଆଦିଲ୍ଲୀ: ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅନୁଯାୟୀ, ଶନିବାର ଦିଲ୍ଲୀରେ କରୋନା ମାମଲା ୨୦ ହଜାର ମାର୍କ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୦,୧୮୧ଟି ନୂଆ କରୋନା ମାମଲା ରେକର୍ଡ଼ ହୋଇଛି। ଏଥିସହ ପଜିଟିଭିଟି ହାର୨୦ ପ୍ରତିଶତରେ ପହଞ୍ଚିଛି। ମେ’ ୫ ପରେ ଗୋଟିଏ ଦିନରେ ଦିନରେ ସର୍ବାଧିକ ସଂଖ୍ୟକ ନୂତନ ମାମଲା ଦେଖିବାକୁ ମିଳିଛି। ମେ ୯ ପରେ ସର୍ବାଧିକ ପଜିଟିଭିଟି ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ […]

corona1

corona1

Tapas Behera
  • Published: Saturday, 08 January 2022
  • Updated: 08 January 2022, 10:40 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅନୁଯାୟୀ, ଶନିବାର ଦିଲ୍ଲୀରେ କରୋନା ମାମଲା ୨୦ ହଜାର ମାର୍କ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୦,୧୮୧ଟି ନୂଆ କରୋନା ମାମଲା ରେକର୍ଡ଼ ହୋଇଛି। ଏଥିସହ ପଜିଟିଭିଟି ହାର୨୦ ପ୍ରତିଶତରେ ପହଞ୍ଚିଛି। ମେ’ ୫ ପରେ ଗୋଟିଏ ଦିନରେ ଦିନରେ ସର୍ବାଧିକ ସଂଖ୍ୟକ ନୂତନ ମାମଲା ଦେଖିବାକୁ ମିଳିଛି। ମେ ୯ ପରେ ସର୍ବାଧିକ ପଜିଟିଭିଟି ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୭ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଦିଲ୍ଲୀରେ ସଂକ୍ରମଣ ହାର ୧୯ ପ୍ରତିଶତ ଅତିକ୍ରମ କରିଛି। ପ୍ରାୟ ୮ ମାସ ମଧ୍ୟରେ ଏହା ହେଉଛି ସର୍ବାଧିକ ସଂଖ୍ୟକ କରୋନା ମାମଲା ।

ସେପଟେ ବିଶ୍ୱରେ ଏବେ ଓମିକ୍ରନ ତାଣ୍ଡବ ରଚୁଥିବା ବେଳେ ଏସମୟରେ ସତର୍କ ରହିବାକୁ କହିଛନ୍ତି ‘ହୁ’ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ। ଆଗାମୀ କିଛି ସପ୍ତାହ ସତର୍କ ରହିବା ଜରୁରୀ ବୋଲି କହିଛନ୍ତି। ସେ କରିଥିବା ଟ୍ୱିଟ୍‌ରେ ଲେଖାଯାଇଛି‌ ଯେ, ଓମିକ୍ରନ୍ ବୃଦ୍ଧି ହେତୁ ପରବର୍ତ୍ତୀ କିଛି ସପ୍ତାହ ଗୁରୁତର ହେବ।  ଅଧିକାଂଶ ଲୋକଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଉଥିବାରୁ ଭୟଭୀତ ନ ହୋଇ ସତର୍କ କରିବା ଆବଶ୍ୟକ।

ଲକ୍ଷଣ ଦେଖାଗଲେ ପରୀକ୍ଷା କରନ୍ତୁ, ନିଜକୁ ଅନ୍ୟଠୁ ଅଲଗା କରନ୍ତୁ, ଅନାବଶ୍ୟକ ଔଷଧରୁ ଦୂରେଇ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ, ସମ୍ଭବ ଥିଲେ ଘରୁ କାମ କରନ୍ତୁ, ଭିଡ଼ରୁ ଦୂରେଇ ରୁହନ୍ତୁ ଏବଂ ଟିକା ନନେଇଥିଲେ ଟିକା ନିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୪୧,୯୮୬ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୮୫ମୃତ୍ୟୁ ରେକର୍ଡ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos