ସମ୍ପୂର୍ଣ୍ଣ ଲକଡାଉନ୍‌ ହୋଇପାରେ ରାଜଧାନୀ

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ଲକଡାଉନ୍‌ ପାଇଁ ପ୍ରସ୍ତୁତ ଅଛି ରାଜଧାନୀ। ସୁପ୍ରିମକୋର୍ଟରେ ଏନେଇ ଆଜି ଏକ ସତ୍ୟପାଠ ଦାଖଲ କରି ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ରୋକିବାକୁ ସଂପୂର୍ଣ୍ଣ ଲକ୍ଡାଉନ୍ ପାଇଁ ଦିଲ୍ଲୀ ପ୍ରସ୍ତୁତ ଥିବା କହିଛନ୍ତି ମୁଖମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। NCR ଅଞ୍ଚଳରେ ବି ଲକ୍ଡାଉନ୍ କରିବାକୁ ଦିଲ୍ଲୀ ସରକାର କହିଛନ୍ତି। NCR ଅଞ୍ଚଳରେ ଲକ୍ଡାଉନ୍ ହେଲେ ଆହୁରି ଫଳପ୍ରଦ ହେବ କେଜ୍ରିୱାଲ କହିଛନ୍ତି। ତେବେ ଏହି ଲକଡାଉନ୍ କେବଳ ସୀମିତ ପ୍ରଭାବ ପକାଇବ ବୋଲି କହିଛନ୍ତି ଦିଲ୍ଲୀ […]

Delhi Pollutation

Delhi Pollutation

Madhupriya Mistry
  • Published: Monday, 15 November 2021
  • Updated: 15 November 2021, 11:23 AM IST

Sports

Latest News

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ଲକଡାଉନ୍‌ ପାଇଁ ପ୍ରସ୍ତୁତ ଅଛି ରାଜଧାନୀ। ସୁପ୍ରିମକୋର୍ଟରେ ଏନେଇ ଆଜି ଏକ ସତ୍ୟପାଠ ଦାଖଲ କରି ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ରୋକିବାକୁ ସଂପୂର୍ଣ୍ଣ ଲକ୍ଡାଉନ୍ ପାଇଁ ଦିଲ୍ଲୀ ପ୍ରସ୍ତୁତ ଥିବା କହିଛନ୍ତି ମୁଖମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। NCR ଅଞ୍ଚଳରେ ବି ଲକ୍ଡାଉନ୍ କରିବାକୁ ଦିଲ୍ଲୀ ସରକାର କହିଛନ୍ତି। NCR ଅଞ୍ଚଳରେ ଲକ୍ଡାଉନ୍ ହେଲେ ଆହୁରି ଫଳପ୍ରଦ ହେବ କେଜ୍ରିୱାଲ କହିଛନ୍ତି।

ତେବେ ଏହି ଲକଡାଉନ୍ କେବଳ ସୀମିତ ପ୍ରଭାବ ପକାଇବ ବୋଲି କହିଛନ୍ତି ଦିଲ୍ଲୀ ସରକାର । ବାୟୁ ପ୍ରଦୂଷଣର ସମସ୍ୟାକୁ ଏୟାର ଶେଡ୍‌ ସ୍ତରରେ ସମାଧାନ କରିବା ଆବଶ୍ୟକ। ସତ୍ୟପାଠରେ ଦିଲ୍ଲୀ ସରକାର କହିଛନ୍ତି, ସ୍ଥାନୀୟ ନିର୍ଗମନକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ଲକଡାଉନ୍ ଭଳି ପଦକ୍ଷେପ ନେବାକୁ ପ୍ରସ୍ତୁତ। ଯଦିଓ, ପଡୋଶୀ ରାଜ୍ୟର ଏନସିଆର ଅଞ୍ଚଳରେ ମଧ୍ୟ ଏହା କାର୍ଯ୍ୟକାରୀ ହୁଏ ତେବେ ଏପରି ପଦକ୍ଷେପ ଫଳପ୍ରଦ ହେବ।

https://twitter.com/ANI/status/1460115015998992387?s=20

ସେ ଆହୁରି କହିଛନ୍ତି, ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ଗତକାଲି ତୁଳନାରେ ଆଜି ଅଳ୍ପ ସୁଧାର ଆସିଛି। ଦିଲ୍ଲୀ ଏକ ଛୋଟ ଅଞ୍ଚଳ। ଏଠି ଲକଡାଉନ ପ୍ରଭାବ ବାୟୁର ଗୁଣବତ୍ତା ଉପରେ ସୀତିତ ପଡିବ। ତେବେ ପଡୋଶୀ ରାଜ୍ୟଗୁଡିକର ଏନସିଆର ଅଞ୍ଚଳରେ ଯଦି ଲକଡାଉନ୍‌ ଲାଗୁ ହୁଏ ତେବେ ଏହି ପଦକ୍ଷେପ ସାଥର୍କ ହେବ।'

ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ବର୍ଷ ୨୦୧୬ରୁ ଚାଲିଛି।ଏହା ବ୍ୟତୀତ ଟ୍ରକଗୁଡିକର ପ୍ରବେଶ, ନିର୍ମାଣକାର୍ଯ୍ୟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏଥି ସହିତ ସରକାର ଏକ ଅଡ୍‌-ଇଭେନ୍‌ ନୀତି ମଧ୍ୟ ଆଣିପାରନ୍ତି। ହରିୟାଣା ସରକାର ମଧ୍ୟ ଘରୁ କାମ ଆରମ୍ଭ କରିବା ସହ ନିର୍ମାଣ କାର୍ଯ୍ୟକୁ ନିଷିଦ୍ଧ କରିଛନ୍ତି। ଏହା ବ୍ୟତୀତ ନଡା ଜାଳିବା ଉପରେ ମଧ୍ୟ ନିଷେଧାଦେଶ ଦିଆଯାଇଛି ବୋଲି ସୁପ୍ରିମକୋର୍ଟକୁ ନିଜ ସତ୍ୟପାଠ ଜରିଆରେ ଅବଗତ କରାଇଛନ୍ତି ଦିଲ୍ଲୀ ସରକାର।

ସୂଚନା ମୁତାବକ, ଗତ କିଛି ଦିନ ହେବ ରାଜଧାନୀ ଦିଲ୍ଲୀ ଗ୍ୟାସ୍‌ ଚାମ୍ବର ପାଲଟିଛି। ଏଠି ନିଶ୍ୱାସ ନେବା କଷ୍ଟର ହୋଇପଡିଛି।  ପ୍ରଦୂଷଣ ମାତ୍ରା ଏତେ ବଢ଼ିଛି ଯେ, ଲୋକେ ଘରୁ ବାହାରିବାବି ମୁସକିଲ୍‌। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସପ୍ତାହ ପାଇଁ ସ୍କୁଲ କଲେଜ ସବୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ପ୍ରତିବର୍ଷ ଦିଲ୍ଲୀ ଦୀପାବଳି ପରେ ପ୍ରଦୂଷଣ ମାତ୍ରା ବଢ଼ିଥାଏ।

https://twitter.com/ANI/status/1460122738727686146?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos