ଜୀବନବ୍ୟାପି ସଞ୍ଚିଥିଲେ ୬୫,୦୦୦ ଟଙ୍କା, ଏବେ ଜାଣିଲେ ସେଗୁଡ଼ିକ ଅଚଳ

ଚେନ୍ନାଇ: ବିମୁଦ୍ରୀକରଣ ହେବାର ୫ ବର୍ଷ ବିତିଗଲାଣି। ଅଚଳ ହୋଇସାରିଛି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌। ହେଲେ ଏବେ ସେହି ଅଚଳ ଟଙ୍କାକୁ ଧରି ବଦଳେଇବା ପାଇଁ ହଇରାଣ ହେଉଛନ୍ତି ଜଣେ ୭୦ ବର୍ଷର ବୃଦ୍ଧ। ପାଖାପାଖି ୬୫,୦୦୦ ଟଙ୍କାର ପୁରୁଣା ନୋଟ୍‌ ବଦଳେଇବା ପାଇଁ ବୃଦ୍ଧ ଜଣକ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିଛନ୍ତି। ଏମିତି ଏକ ଚିତ୍ର ତାମିଲନାଡ଼ୁରୁ ଆସିଥିବା ବେଳେ ବୃଦ୍ଧ ଜଣକ ପୁରୁଣା ନୋଟ୍‌ର ୬୫,୦୦୦ ଟଙ୍କା ଧରି କ୍ରିଷ୍ଣଗିରି […]

old

old

Tapas Behera
  • Published: Wednesday, 20 October 2021
  • Updated: 20 October 2021, 05:18 PM IST

Sports

Latest News

ଚେନ୍ନାଇ: ବିମୁଦ୍ରୀକରଣ ହେବାର ୫ ବର୍ଷ ବିତିଗଲାଣି। ଅଚଳ ହୋଇସାରିଛି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌। ହେଲେ ଏବେ ସେହି ଅଚଳ ଟଙ୍କାକୁ ଧରି ବଦଳେଇବା ପାଇଁ ହଇରାଣ ହେଉଛନ୍ତି ଜଣେ ୭୦ ବର୍ଷର ବୃଦ୍ଧ। ପାଖାପାଖି ୬୫,୦୦୦ ଟଙ୍କାର ପୁରୁଣା ନୋଟ୍‌ ବଦଳେଇବା ପାଇଁ ବୃଦ୍ଧ ଜଣକ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିଛନ୍ତି।

ଏମିତି ଏକ ଚିତ୍ର ତାମିଲନାଡ଼ୁରୁ ଆସିଥିବା ବେଳେ ବୃଦ୍ଧ ଜଣକ ପୁରୁଣା ନୋଟ୍‌ର ୬୫,୦୦୦ ଟଙ୍କା ଧରି କ୍ରିଷ୍ଣଗିରି ଜିଲ୍ଲାପାଳଙ୍କ ନିକଟରେ ଦ୍ୱାରସ୍ତ ହୋଇଛନ୍ତି। ବୃଦ୍ଧ ଜଣକ ହେଲେ  ଚିନ୍ନାକାନ୍ନୁ। ବୃଦ୍ଧ ଜଣକ ଦୃଷ୍ଟିହୀନ ହୋଇଥିବା ବେଳେ ରାସ୍ତାକଡ଼ରେ ଭିକମାଗି ଚଳନ୍ତି। ତେବେ ବୃଦ୍ଧ ଜଣକ ବିମୁଦ୍ରୀକରଣ ବିଷୟରେ ଆଦୌ ଜାଣିନଥିବା ବେଳେ ଜୀବନବ୍ୟାପି ମାଗିକରି  ୬୫,୦୦୦ ଟଙ୍କା ସଞ୍ଚୟ କରି ରଖିଥିଲେ।  ସେହି ଟଙ୍କାକୁ ସେ କୌଣସି ଏକ ଜାଗାରେ ରଖିଦେଇ ଭୁଲି ଯାଇଥିବା ଅନୁମାନ କରାଯାଉଛି। ହେଲେ ହଠାତ୍‌ ସେ ଯେବେ ଏତେ ଗୁଡ଼ିଏ ଟଙ୍କା ଖୋଜି ପାଇଛନ୍ତି ସେ ଗୁଡ଼ିକ ଅଚଳ ହୋଇଯାଇଥିବା ଶୁଣି ନିରାଶ ହୋଇଛନ୍ତି।

ଏଣୁ ବୃଦ୍ଧ ଜଣକ ଜଣେ ସମାଜସେବୀଙ୍କ ସହାୟତାରେ ଟଙ୍କା ଧରି ଜିଲ୍ଲାପାଳଙ୍କ ନିଟରେ ଦ୍ୱାରସ୍ତ ହୋଇଛନ୍ତି। ଏବେ ତାଙ୍କ ପାଖରେ କେବଳ ୩୦୦ ଟଙ୍କା ଅଛି। ଯାହା ଚଳନୀୟ। ହେଲେ ଏହି ଟଙ୍କା କିଛି ଦିନ ପରେ ସରିଯିବ। ତେଣୁ ଆଗକୁ କେମିତି ଚଳିବେ ସେନେଇ ଚିନ୍ତାରେ ପଡ଼ିଚନ୍ତି ବୃଦ୍ଧ। ତେବେ କ୍ରିଷ୍ଣଗିରି ଜିଲ୍ଲାପାଳ ଏନେଇ ସ୍ଥାନୀୟ ଲିଡ୍ ବ୍ୟାଙ୍କକୁ ଚିଠି କରିଥିବା ବେଳେ ଆରବିଆଇ ନିୟମ ଅନୁଯାୟୀ ପୁରୁଣା ନୋଟ ଆଉ ବଦଳ ହେବ ନାହିଁ।   କାରଣ ପୁରୁଣା ଟଙ୍କା ଅଦଳବଦଳର ଶେଷ ତାରିଖ ଥିଲା ୨୦୧୭ ମାର୍ଚ୍ଚ ୩୧। ଭାରତ ସରକାରଙ୍କ ଅନୁଯାୟୀ ଏହା ଆଉ ଆଇନଗତ ଟେଣ୍ଡର ନୁହେଁ।  ଜିଲ୍ଲା ଲିଡ୍ ବ୍ୟାଙ୍କ ଏହି ମାମଲା ଆରବିଆଇକୁ ପଠାଇବ ଏବଂ କର୍ତ୍ତୃପକ୍ଷଙ୍କ  ଉତ୍ତରକୁ ଅପେକ୍ଷା କରାଯିବ ବୋଲି ବ୍ୟାଙ୍କ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story