DHFL ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ ୨୫ରୁ ଅଧିକ ଲଗ୍‌ଜୁରୀ ଘଣ୍ଟା ଜବତ

ମୁମ୍ବାଇ: ବହୁ ଚର୍ଚ୍ଚିତ ଦିୱାନ୍‌ ହାଉସିଂ ଫାଇନାନ୍ସ ଲିମିଟେଡ୍‌ ତଥା ଡିଏଚ୍‌ଏଫ୍‌ଏଲ୍‌ ଦୁର୍ନୀତି ମାମଲାରେ ସିବିଆଇର ବଡ କାର୍ଯ୍ୟାନୁଷ୍ଠାନ। ଦୁର୍ନୀତିରେ ସମ୍ପୃକ୍ତ ଥିବା କପିଲ ୱାଧୱାନ୍‌, ଧୀରଜ ୱାଧୱାନ୍‌ ଏବଂ ଅନ୍ୟମାନଙ୍କ ଘରୁ ଶୁକ୍ରବାର ଦିନ ‘ସିବିଆଇ’ ଚଢ଼ାଉ କରି ୧ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୨୫ଟି ଲଗ୍‌ଜୁରୀ ହାତଘଣ୍ଟା ଏବଂ ୩୮ କୋଟି ଟଙ୍କା ମୂଲ୍ୟର ୫୬ଟି ‘ପେଣ୍ଟିଙ୍ଗ୍‌’ (କଳାକୃତି) ଜବତ କରିଛି। ଏହାଛଡ଼ା, ‘ସିବିଆଇ’ ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ରେବେକା ଦେୱାନ୍‌ ଏବଂ […]

dhfl-scam

dhfl-scam

Madhupriya Mistry
  • Published: Sunday, 10 July 2022
  • Updated: 10 July 2022, 10:26 AM IST

Sports

Latest News

ମୁମ୍ବାଇ: ବହୁ ଚର୍ଚ୍ଚିତ ଦିୱାନ୍‌ ହାଉସିଂ ଫାଇନାନ୍ସ ଲିମିଟେଡ୍‌ ତଥା ଡିଏଚ୍‌ଏଫ୍‌ଏଲ୍‌ ଦୁର୍ନୀତି ମାମଲାରେ ସିବିଆଇର ବଡ କାର୍ଯ୍ୟାନୁଷ୍ଠାନ। ଦୁର୍ନୀତିରେ ସମ୍ପୃକ୍ତ ଥିବା କପିଲ ୱାଧୱାନ୍‌, ଧୀରଜ ୱାଧୱାନ୍‌ ଏବଂ ଅନ୍ୟମାନଙ୍କ ଘରୁ ଶୁକ୍ରବାର ଦିନ ‘ସିବିଆଇ’ ଚଢ଼ାଉ କରି ୧ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୨୫ଟି ଲଗ୍‌ଜୁରୀ ହାତଘଣ୍ଟା ଏବଂ ୩୮ କୋଟି ଟଙ୍କା ମୂଲ୍ୟର ୫୬ଟି ‘ପେଣ୍ଟିଙ୍ଗ୍‌’ (କଳାକୃତି) ଜବତ କରିଛି।

ଏହାଛଡ଼ା, ‘ସିବିଆଇ’ ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ରେବେକା ଦେୱାନ୍‌ ଏବଂ ଅଜୟ ରମେଶ ନୱାନ୍ଦର୍‌ଙ୍କ ଫ୍ଲାଟ୍‌ରେ ମଧ୍ୟ ଖାନ୍‌ତଲାସ କରିଥିଲେ। ଖୋଜା ପଡ଼ିଥିବା ଅପରାଧୀମାନଙ୍କ ସହିତ ନୱାନ୍ଦର୍‌ଙ୍କ କି ସମ୍ପର୍କ ରହିଛି ତାହା ମଧ୍ୟ ତଦନ୍ତ କରାଯିବ ବୋଲି ‘ସିବିଆଇ’ କହିଛି।

ଚଢ଼ାଉ ସଂକ୍ରାନ୍ତରେ ବିବୃତି ଜାରି କରି ‘ସିବିଆଇ’ କହିଛି, ତଦନ୍ତ ସମୟରେ ଜଣାପଡ଼ିଲା ଯେ, ‘ଡିଏଚ୍‌ଏଫ୍‌ଏଲ୍‌’ର ପ୍ରମୋଟର୍‌ମାନେ ପାଣ୍ଠି ହେର୍‌ଫେର୍‌ କରି ତାକୁ ଅନ୍ୟାନ୍ୟ ସଂସ୍ଥାନଗୁଡ଼ିକରେ ବିନିଯୋଗ କରିଛନ୍ତି। ଉକ୍ତ ଟଙ୍କାରେ ସେମାନେ ପ୍ରାୟ ୫୫ କୋଟି ଟଙ୍କାର ‘‌ପେଣ୍ଟିଙ୍ଗ୍‌’ ଏବଂ ସ୍କଲ୍‌ଚର୍‌ କିଣିଛନ୍ତି।

୩୪,୬୧୪ କୋଟି ଟଙ୍କାର ବ୍ୟାଙ୍କ୍‌ ଠକେଇ ଅଭିଯୋଗରେ ‘ସିବିଆଇ’ ‘ଡିଏଚ୍‌ଏଫ୍‌ଏଲ୍‌’ ଓ ତା’ର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ କପିଳ ୱାଧୱାନ୍‌, ନିର୍ଦେଶକ ଧୀରଜ ୱାଧାୱନ୍‌ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ଜୁନ୍ ୨୦ରେ ଏହି ମାମଲା ରୁଜୁ ହୋଇଥିଲା। ଏହାପରେ ୫୦ରୁ ଅଧିକ ସିବିଆଇ ଅଧିକାରୀଙ୍କ ଏକ ଟିମ୍ ମୁମ୍ବାଇରେ ‘ଆମାରେଲିସ୍ ରିୟଲଟର୍ସ’ର ସୁଧାକର ଶେଟ୍ଟୀଙ୍କ ଏବଂ ଆଉ୮ଜଣ ବିଲ୍‌ଡର୍‌ଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ୧୨ଟି ଘରେ ଝାନଭିନ୍‌ କରିଥିଲା।

୧୭ସଦସ୍ୟ ବିଶିଷ୍ଟ ଋଣଦାତା ସଂଘର ପ୍ରମୁଖ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଭିଯୋଗ ଉପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉଲ୍ଲେଖଯୋଗ୍ୟ, ୨୦୧୦ ରୁ ୨୦୧୮ ମଧ୍ୟରେ ୪୨,୮୭୧ କୋଟି ଟଙ୍କା ପର୍ଯ୍ୟନ୍ତ DHFL କୁ ଋଣ ଦେଇଥିଲା ବ୍ୟାଙ୍କ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story