Vivoର ୪୪ଟି ଠିକଣା ଉପରେ ରେଡ୍

ନୂଆଦିଲ୍ଲୀ: ଚାଇନା ଫୋନ୍ ନିର୍ମାତା Vivo ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କଡା କାର୍ଯ୍ୟାନୁଷ୍ଠାନ। ୟୁପି, ବିହାର, ମଧ୍ୟପ୍ରଦେଶ ଏବଂ ଦକ୍ଷିଣ ଭାରତର ୪୪ଟି ସ୍ଥାନରେ ଇଡି ଚଢ଼ାଉ କରୁଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାଇନାର ମୋବାଇଲ୍ ଫୋନ୍ ନିର୍ମାତା ଭିଭୋ ଏବଂ ଏହାର ଆନୁସଙ୍ଗିକ କମ୍ପାନୀ ଏବଂ ସହାୟକ କମ୍ପାନୀ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରି ଏହି ରେଡ୍ କରିଛି। ଏକ ଏଫ୍ଆଇଆର୍ ଆଧାରରେ ଇଡି ଏହି ଅର୍ଥ ହେରଫେର ମାମଲା ରୁଜୁ କରିଛି। ଏହି ମାମଲାରେ ପୂର୍ବରୁ ସିବିଆଇ ତଦନ୍ତ ମଧ୍ୟ ଜାରି ରଖିଛି।
ED raids underway at 40 locations in UP, MP, Bihar, and a few southern states, in connection with an ongoing case linked to a Chinese firm. The case is already being investigated by the CBI.
— ANI (@ANI) July 5, 2022
ଗତବର୍ଷ ଡିସେମ୍ବର ମାସରେ ଆୟକର ବିଭାଗ ଭିଭୋ ଏବଂ ଅନ୍ୟ ଚାଇନା ମୋବାଇଲ ଫୋନ୍ ନିର୍ମାତାଙ୍କ ପରିସରରେ ରେଡ୍ କରିଥିଲା। ୫୦୦ କୋଟିରୁ ଅଧିକ ଆୟର ହେର୍ଫେର୍ ହୋଇଛି। ରୟାଲଟି ନାଁରେ ଟଙ୍କା ଅପବ୍ୟବହାର କରାଯାଉଥିବା ଅଭିଯୋଗ କରିଛି ଆୟକର ବିଭାଗ।
ଚାଇନାର ମୋବାଇଲ୍ କମ୍ପାନୀଗୁଡିକ ଭାରତରେ ଆଇଟି ଏବଂ ଇଡି ରାଡାରରେ ଅଛନ୍ତି। ଏହାପୂର୍ବରୁ ଅନୁସନ୍ଧାନକାରୀ ସଂସ୍ଥା ଫେମା ଅଧୀନରେ ସାଓମିର ୫୦୦୦ କୋଟି ଟଙ୍କାର ସମ୍ପତ୍ତି ସିଜ୍ କରିଥିଲା। ତେବେ କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାକୁ ସ୍ଥଗିତ ରଖିଛନ୍ତି। ସାଓମି ଦାବି କରିଛି ଯେ ଇଡି ଏହି ମାମଲାକୁ ନେଇ ତା’ର ଉଚ୍ଚ ପଦାଧିକାରୀମାନଙ୍କୁ ବାଧ୍ୟ କରିଛି। ତେବେ ତଦନ୍ତକାରୀ ସଂସ୍ଥା ଏହି ଅଭିଯୋଗକୁ ଖଣ୍ଡନ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।