ଲୁଚିଥିଲେ ୨ ଆତଙ୍କବାଦୀ, ସେନା ଗୁଳିରେ ଟଳିଲା ଜଣେ

ଶ୍ରୀନଗର: ଚାରିଆଡୁ ଗୁଳିମାଡ। ସର୍ଚ୍ଚ ଅପରେସନ୍‌ କରୁଛି ସେନା। ଆତଙ୍କବାଦୀଙ୍କୁ ଧରିବା ପାଇଁ ଜାଲ ବିଛାଇଛନ୍ତି ସୁରକ୍ଷାକର୍ମୀ। ଜମ୍ମୁ-କାଶ୍ମୀରର ବାରାମୂଳା ଜିଲ୍ଲାରେ ଶନିବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ସେନା ଗୁଳିରେ ଜଣେ ଆତଙ୍କବାଦୀ ଟଳିଥିବା ସୂଚନା ମିଳିଛି। ପୁଲିସ ଅଧିକାରୀଙ୍କ କହିବାନୁସାରେ, କ୍ରିରୀ ଅଞ୍ଚଳର ବନିଗାମରେ ଦୁଇ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ଯାହାପରେ ସୁରକ୍ଷାକର୍ମୀ ଅଞ୍ଚଳରେ ଘେରାବନ୍ଦୀ କରି କମ୍ବିଂ ଅପରେସନ ଆରମ୍ଭ କରିଥିଲେ। କମ୍ବିଂ ଅପରେସନ ବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ […]

Encounter

Encounter

Madhupriya Mistry
  • Published: Saturday, 30 July 2022
  • Updated: 30 July 2022, 11:43 AM IST

Sports

Latest News

ଶ୍ରୀନଗର: ଚାରିଆଡୁ ଗୁଳିମାଡ। ସର୍ଚ୍ଚ ଅପରେସନ୍‌ କରୁଛି ସେନା। ଆତଙ୍କବାଦୀଙ୍କୁ ଧରିବା ପାଇଁ ଜାଲ ବିଛାଇଛନ୍ତି ସୁରକ୍ଷାକର୍ମୀ। ଜମ୍ମୁ-କାଶ୍ମୀରର ବାରାମୂଳା ଜିଲ୍ଲାରେ ଶନିବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ସେନା ଗୁଳିରେ ଜଣେ ଆତଙ୍କବାଦୀ ଟଳିଥିବା ସୂଚନା ମିଳିଛି।

ପୁଲିସ ଅଧିକାରୀଙ୍କ କହିବାନୁସାରେ, କ୍ରିରୀ ଅଞ୍ଚଳର ବନିଗାମରେ ଦୁଇ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ଯାହାପରେ ସୁରକ୍ଷାକର୍ମୀ ଅଞ୍ଚଳରେ ଘେରାବନ୍ଦୀ କରି କମ୍ବିଂ ଅପରେସନ ଆରମ୍ଭ କରିଥିଲେ। କମ୍ବିଂ ଅପରେସନ ବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳିମାଡ କରିଥିଲେ। ଏହାର ଜବାବରେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏବେବି ଗୁଳିବିନିମୟ ଜାରି ରହିଛି।

ଏହାପୂର୍ବରୁ ବୁଧବାର ସକାଳେ ଜମ୍ମୁ-କାଶ୍ମୀରରେ ଗୁଳିବିନିମୟ ଖବର ଆସିଥିଲା। କୁଲଗାମ ଜିଲ୍ଲାରେ  ଉଭୟ ପକ୍ଷ ମଧ୍ୟରେ ଏନକାଉଣ୍ଟର ହୋଇଥିଲା।ସେହିପରି ଜୁଲାଇ ୨୭ ତାରିଖ ସକାଳେ ୟାରିପୁରାରେ ପୁଲିସ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଦୁଇରୁ ତିନି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos