ବଢ଼ିଲା ସିସୋଦିଆଙ୍କ ଅଡୁଆ, ସିବିଆଇ ପରେ ଆକ୍ସନ ନେବ ଇଡି

ନୂଆଦିଲ୍ଲୀ: ଲଗାତାର ବଢ଼ିବାରେ ଲାଗିଛି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ। ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଗୋଟେପଟେ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଆକ୍ସନ ନେବ। ମନି ଲଣ୍ଡରିଂ ଆଧାରରେ ତାଙ୍କ ବିରୋଧରେ ଚାଲିବ ମାମଲା। ସିବିଆଇ ପକ୍ଷରୁ ଇଡିକୁ କିଛି ଡକ୍ୟୁମେଣ୍ଟ ହସ୍ତାନ୍ତର କରାଯାଇଛି। ସିବିଆଇ ଅବକାରୀ ଦୁର୍ନୀତି ସହ ଜଡିତ ଏଫ୍‌ଆଇଆର୍‌ ଓ ଅନ୍ୟ ଡକ୍ୟୁମେଣ୍ଟ ଇଡିକୁ ଦେଇଛି। ଏବେ ସିସୋଦିଆଙ୍କ […]

manish sisodia-1

manish sisodia-1

Madhupriya Mistry
  • Published: Sunday, 21 August 2022
  • Updated: 21 August 2022, 12:41 PM IST

Sports

Latest News

ନୂଆଦିଲ୍ଲୀ: ଲଗାତାର ବଢ଼ିବାରେ ଲାଗିଛି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ। ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଗୋଟେପଟେ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଆକ୍ସନ ନେବ। ମନି ଲଣ୍ଡରିଂ ଆଧାରରେ ତାଙ୍କ ବିରୋଧରେ ଚାଲିବ ମାମଲା। ସିବିଆଇ ପକ୍ଷରୁ ଇଡିକୁ କିଛି ଡକ୍ୟୁମେଣ୍ଟ ହସ୍ତାନ୍ତର କରାଯାଇଛି।

ସିବିଆଇ ଅବକାରୀ ଦୁର୍ନୀତି ସହ ଜଡିତ ଏଫ୍‌ଆଇଆର୍‌ ଓ ଅନ୍ୟ ଡକ୍ୟୁମେଣ୍ଟ ଇଡିକୁ ଦେଇଛି। ଏବେ ସିସୋଦିଆଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିବାକୁ ପ୍ରସ୍ତୁତି ଚାଲିଥିବା ଏକ ସୂତ୍ରରୁ ଜଣାପଡିଛି। ଏହା ପୂର୍ବରୁ ସିବିଆଇ ତରଫରୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୪ ଜଣ ଲୋକଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରିଥିଲା।

ସେପଟେ ସିବିଆଇ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିବା ପରେ ଏହାକୁ ନେଇ ରାଗିଯାଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ। ମନୀଷ ସିସୋଦିଆ କହିଛନ୍ତି 'ଏ କି ନାଟକ ଚାଲିଛି।  ‘ମୁଁ ଦିଲ୍ଲୀରେ ଖୋଲାଖୋଲି ବୁଲୁଛି, ମୋତେ କେଉଁଠିକୁ ଆସିବାକୁ ହେବ କୁହନ୍ତୁ।’

ଏହା ପୂର୍ବରୁ ସିସୋଦିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସେ ସିବିଆଇ ଉପରେ ଦେଇଥିବା ବୟାନର ଏକ ଭିଡିଓକୁ ସେୟାର କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ସିବିଆଇର କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରଶ୍ନ ଉଠାଉଥିବା ଦେଖିବାକୁ ମିଳିଛି।

ସିସୋଦିଆ ଦିଲ୍ଲୀର ଅବକାରୀ ନୀତି ଉପରେ କହିଛନ୍ତି କି ଏଥିରେ କିଛି ଦୁର୍ନୀତି ହୋଇ ନାହିଁ । ଏହି ମାମଲାରେ ସିବିଆଇ ଯାଂଚର ଆବଶ୍ୟକତା ନାହିଁ। ଯଦି ଦୁର୍ନୀତି କଥା କହୁଛନ୍ତି ତେବେ ଗୁଜରାଟରେ ବେଆଇନ ଭାବେ ଚାଲିଥିବା ମଦ କାରବାର ଉପରେ ସରକାର ଯାଂଚ କରନ୍ତୁ ବୋଲି ସେ କହିଛନ୍ତି। ଏଥିସହ ସେ ମୋଦିଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, 'ଆପଣଙ୍କୁ ସାଧାରଣ ଜନତା ୨୦୨୪ରେ ଲୁକ୍‌ ଆଉଟ୍‌ ନୋଟିସ ଦେବ।'

ଅନ୍ୟପଟେ ମନୀଷ ସିସୋଦିଆଙ୍କ ସପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବାହାଛନ୍ତି। ସେ କହିଛନ୍ତି, 'ଦେଶ ଯେତେବେଳେ ବେରୋଜଗାର ଓ ମହଙ୍ଗା ମାଡରେ ଅସ୍ତବ୍ୟସ୍ତ ସେତେବେଳେ ରାଜ୍ୟ ସହ ମିଶି ଏହାର ସମାଧାନ କରିବା ବଦଳରେ କେନ୍ଦ୍ର ଇଡି ଓ ସିବିଆଇ ଖେଳ ଖେଳୁଛି।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos