ଭୟଙ୍କର ବନ୍ୟା, ପାଣିରେ ମିଶିଲା ଦୁଇ ମହଲା କୋଠା

ହାଇଦ୍ରାବାଦ: ପ୍ରବଳ ବର୍ଷା, ଆଉ ଭୟଙ୍କର ବନ୍ୟା ପରିସ୍ଥିତି। ଯୁଆଡେ ଦେଖିବ ଖାଲି ପାଣି ଆଉ ପାଣି। ଆନ୍ଧ୍ରପ୍ରେଦଶର ଚିତ୍ତୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଗାଁ ଏବଂ ସହର ଭିତରେ ଏବେ ବନ୍ୟା ପାଣି ଲହଡି ଭାଙ୍ଗୁଛି। ଏହି ବନ୍ୟା ଭିତରେ ସାମ୍ନାକୁ ଆସିଛି ଏକ ଭୟଙ୍କର ଭିଡିଓ। ପାଣିରେ ମିଶିଛି ଦୁଇ ମହଲା କୋଠା। ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଏକ ଦୁଇ ମହଲା […]

House Collapse

House Collapse

Madhupriya Mistry
  • Published: Friday, 19 November 2021
  • Updated: 19 November 2021, 02:25 PM IST

Sports

Latest News

ହାଇଦ୍ରାବାଦ: ପ୍ରବଳ ବର୍ଷା, ଆଉ ଭୟଙ୍କର ବନ୍ୟା ପରିସ୍ଥିତି। ଯୁଆଡେ ଦେଖିବ ଖାଲି ପାଣି ଆଉ ପାଣି। ଆନ୍ଧ୍ରପ୍ରେଦଶର ଚିତ୍ତୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଗାଁ ଏବଂ ସହର ଭିତରେ ଏବେ ବନ୍ୟା ପାଣି ଲହଡି ଭାଙ୍ଗୁଛି।

ଏହି ବନ୍ୟା ଭିତରେ ସାମ୍ନାକୁ ଆସିଛି ଏକ ଭୟଙ୍କର ଭିଡିଓ। ପାଣିରେ ମିଶିଛି ଦୁଇ ମହଲା କୋଠା। ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଏକ ଦୁଇ ମହଲା କୋଠା ଭୁଶୁଡି ପଡିଛି।  ଖେଳନା ଭଳି ଭାଙ୍ଗି ଯାଇଛି ଏହି ଘର। ତିରୁପତି ତିରୁଚାନୁର ଅଞ୍ଚଳରେ ଅବସ୍ଥିତ ବସୁନ୍ଦରା ନାଗରରେ ଏହି ଦୁର୍ଘଟଣା ଘଟିଛି, ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏହି ଭୟାନକ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ରିପୋର୍ଟ ମୁତାବକ, ଏହା ଏକ ନୂଆ ଘର ଥିଲା। ଭୁଶୁଡିବା ବେଳେ ଘର ଭିତରେ କେହି ନଥିଲେ କିନ୍ତୁ ଘର ଭିତରେ ଥିବା ଆସବାବପତ୍ର ସବୁ ଭାସିଯାଇଥିବା ସୂଚନା ମିଳିଛି। ସେପଟେ ତିରୁପତୀ ମନ୍ଦିର ରାସ୍ତାରେ ସାମ୍ନାରେ ମଧ୍ୟ ଭର୍ତ୍ତି ହୋଇଛି ପାଣି। ଫଳରେ ଅନେକ ଶ୍ରଦ୍ଧାଳୁ ଫଶି ରହିଛନ୍ତି। କିଛି ସମୟ ପୂର୍ବେ ଏଭଳି ଚିତ୍ର ସାମ୍ନାକୁ ଆସିଥିଲା। ଏହାପରେ ଶ୍ରଦ୍ଧାଳୁଙ୍କୁ  ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

https://twitter.com/jsuryareddy67/status/1461574837353123842?s=20

ବିଗତ କିଛି ଦିନ ହେଲାଣି ତାମିଲନାଡୁର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଚେନ୍ନାଇଠାରୁ ଆରମ୍ଭ କରି ଭେଲୋର ଯାଏ ଅବିଶ୍ରାନ୍ତ ବର୍ଷା ବନ୍ୟା ସ୍ଥିତି ସୃଷ୍ଟି କରିଛି। ବର୍ଷା ଯୋଗୁ ଭେଲୋରରେ ଗୋଟିଏ ଘର ଭୁଶୁଡ଼ି ପଡ଼ିବାରୁ ୯ ଜଣଙ୍କ ଜୀବନ ଯାଇଛି। ଘର ଭୁଶୁଡ଼ିବା ବେଳେ ମୃତକମାନେ ଏହା ମଧ୍ୟରେ ଶୋଇଥିଲେ।

ମୃତକଙ୍କ ମଧ୍ୟରେ ୪ ଜଣ ଛୋଟ ପିଲା, ୪ ଜଣ ମହିଳା ଓ ଜଣେ ବ୍ୟକ୍ତି ରହିଛନ୍ତି। ସେହିପରି ଏହି ଘର ଭୁଶୁଡ଼ିବା ଘଟଣାରେ ଆଉ ୮ ଜଣ ଆହତ ହୋଇଛନ୍ତି। ଅଗ୍ନିଶମ ଓ ଉଦ୍ଧାରକାରୀ ଦଳ ସେମାନଙ୍କୁ ଧ୍ୱଂସାବଶେଷ ତଳୁ ବାହାର କରି ପେରନମବେଟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେତୁ ପ୍ରବଳ ବର୍ଷା ଯୋଗୁ ନଦୀଗୁଡ଼ିକର ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ଆନ୍ଧ୍ରପ୍ରଦେଶର  ଚିତ୍ତୁର ଏବଂ କଡପ୍ପାରେ ଚଳିତ ବର୍ଷର ସବୁଠାରୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ ଏନ୍‌ଡିଆର୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ବର୍ଷା ପ୍ରଭାବିତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଏକ ଭିଡିଓ କନ୍‌ଫ୍ରେନ୍ସରେ ବୈଠ କରି ସେମାନଙ୍କୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜୋରଦାର କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି।

https://twitter.com/ANI/status/1461349733352415233?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story