ସବୁ ମସଜିଦ ଖୋଳାଯାଉ, ଶିବଲିଙ୍ଗ ମିଳିଲେ ଆମର, ଶବ ମିଳିଲେ ତୁମର: ବିଜେପି

ହାଇଦ୍ରାବାଦ: ବାରଣାସୀର ବହୁ ଚର୍ଚ୍ଚିତ ଜ୍ଞାନବାପୀ ମସଜିଦ ପରିସରର ସର୍ଭେ ବେଳେ ଶିବଲିଙ୍ଗ ମିଳିବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ବିବାଦ ଉପୁଜିଥିବା ବେଳେ ରାଜନୀତି ମଧ୍ୟ ଜୋର ଧରିଛି। ଥମିବାର ନା ନେଉ ନାହିଁ ବୟାନବାଜୀ। ଏହାରି ଭିତରେ ତେଲେଙ୍ଗାନାର ରାଜ୍ୟ ବିଜେପି ସଭାପତି ଏଆଇଏମ୍‌ଆଇଏମ୍‌ ମୁଖ୍ୟଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଦେଶର ସବୁ ମସଜିଦକୁ ଖୋଳାଯାଉ। ଯଦି ସେଥିରୁ ଶିବଲିଙ୍ଗ ବାହାରେ ତେବେ ମୁସଲିମମାନେ ସେ ମସ୍‌ଜିଦଗୁଡ଼ିକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର […]

bjp-leader-challenges-owaisi

bjp-leader-challenges-owaisi

Madhupriya Mistry
  • Published: Thursday, 26 May 2022
  • Updated: 26 May 2022, 11:39 AM IST

Sports

Latest News

ହାଇଦ୍ରାବାଦ: ବାରଣାସୀର ବହୁ ଚର୍ଚ୍ଚିତ ଜ୍ଞାନବାପୀ ମସଜିଦ ପରିସରର ସର୍ଭେ ବେଳେ ଶିବଲିଙ୍ଗ ମିଳିବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ବିବାଦ ଉପୁଜିଥିବା ବେଳେ ରାଜନୀତି ମଧ୍ୟ ଜୋର ଧରିଛି। ଥମିବାର ନା ନେଉ ନାହିଁ ବୟାନବାଜୀ। ଏହାରି ଭିତରେ ତେଲେଙ୍ଗାନାର ରାଜ୍ୟ ବିଜେପି ସଭାପତି ଏଆଇଏମ୍‌ଆଇଏମ୍‌ ମୁଖ୍ୟଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।

ଦେଶର ସବୁ ମସଜିଦକୁ ଖୋଳାଯାଉ। ଯଦି ସେଥିରୁ ଶିବଲିଙ୍ଗ ବାହାରେ ତେବେ ମୁସଲିମମାନେ ସେ ମସ୍‌ଜିଦଗୁଡ଼ିକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବେ। ଯଦି ଶବ ବାହାରେ ତେବେ ସେମାନେ ମସଜିଦ୍‌ଗୁଡ଼ିକୁ ନେଇଯାଇ ପାରିବେ। ଆପଣ ଏଭଳି କରିପାରିବେ କି ବୋଲି ରାଜ୍ୟ ବିଜେପି ସଭାପତି ବନ୍ଦୀ ସଞ୍ଜୟ କୁମାର ‘ଏଆଇଏମ୍‌ଆଇଏମ୍‌’ର ମୁଖ୍ୟ ଆସଦ୍ଦୁଦିନ୍ ଓୱେସିଙ୍କୁ ପ୍ରଶ୍ନ କରିଛନ୍ତି।

ବୁଧବାର ଦିନ କରିମନଗରରେ ଏକ ବିଶାଳ ‘ହିନ୍ଦୁ ଏକତା ଯାତ୍ରା’ରେ ଉଦ୍‌ବୋଧନ ଦେବା ବେଳେ ବିଜେପି ନେତା ଏଆଇଏମ୍‌ଆଇଏମ୍‌ ମୁଖ୍ୟଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ଅତୀତରେ ମୁସଲମାନ ଶାସକମାନଙ୍କ ଦ୍ୱାରା ତେଲେଙ୍ଗାନାରେ ଅନେକ ମନ୍ଦିର ଭାଙ୍ଗି ଦିଆଯାଇଥିଲା ଏବଂ ସେମାନଙ୍କ ସ୍ଥାନରେ ମସଜିଦ ନିର୍ମାଣ କରାଯାଇଥିଲା ବୋଲି ବିଜେପି ଦାବି କରିଛନ୍ତି। ସେ ଓୱେସିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ରାଜ୍ୟର ସମସ୍ତ ମସଜିଦଗୁଡକର ଖନନ କରିବାକୁ କହିଛନ୍ତି।

https://twitter.com/ANI/status/1529645358443220994?s=20&t=KKh1JaRHGCmxnV7FwMF9tw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos