ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଫଡନାଭିସ, ବିଦ୍ରୋହୀ ଏକନାଥ ହେବେ ଡେପୁଟି

ମୁମ୍ବାଇ: ନିଜ ଦଳ ଗଠନ କରିଥିବା ସରକାର ବିରୋଧରେ ବିଦ୍ରୋହ କରି ଏହାକୁ ଭାଙ୍ଗି ଦେଇଥିବା ଶିବସେନା ନେତା ଏକନାଥ ସିନ୍ଦେଙ୍କୁ ବିଜେପି ବଡ଼ ଉପହାର ଦେବାକୁ ଯାଉଛି। ସେ ଆଜି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶବିସେନା ସୁପ୍ରିମୋ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଥିବାରୁ ବିଜେପି ଏବେ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଆଜି ସନ୍ଧ୍ୟାରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ […]

BJP

BJP

Hemant Lenka
  • Published: Thursday, 30 June 2022
  • Updated: 30 June 2022, 04:56 PM IST

Sports

Latest News

ମୁମ୍ବାଇ: ନିଜ ଦଳ ଗଠନ କରିଥିବା ସରକାର ବିରୋଧରେ ବିଦ୍ରୋହ କରି ଏହାକୁ ଭାଙ୍ଗି ଦେଇଥିବା ଶିବସେନା ନେତା ଏକନାଥ ସିନ୍ଦେଙ୍କୁ ବିଜେପି ବଡ଼ ଉପହାର ଦେବାକୁ ଯାଉଛି। ସେ ଆଜି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶବିସେନା ସୁପ୍ରିମୋ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଥିବାରୁ ବିଜେପି ଏବେ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

ଆଜି ସନ୍ଧ୍ୟାରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାପୂର୍ବରୁ ସେ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ସରକାର ଗଠନ ପାଇଁ ଦାବି ଜଣାଇଥିଲେ। ରାଜ୍ୟପାଳ ତାଙ୍କ ଦାବିକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା ୭ଟାରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କହିଛନ୍ତି। ଫଡନାଭିସ ରାଜ୍ୟପାଳଙ୍କୁ ଭେଟିବା ବେଳେ ତାଙ୍କ ସହ ମହା ବିକାଶ ଅଘାଡ଼ି ସରକାରକୁ ଭାଙ୍ଗିବାରେ ସହାୟତା କରିଥିବା ଏକନାଥ ସିନ୍ଦେ ମଧ୍ୟ ରହିଥିଲେ। ସେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ଫଡନାଭିସ ଓ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଗୋଆରେ ଅନ୍ୟ ବିଦ୍ରୋହୀ ଶିବସେନା ବିଧାୟକଙ୍କ ସହ ଡେରା ପକାଇଥିବା ସିନ୍ଦେ ଆଜି ମୁମ୍ବାଇରେ ପହଞ୍ଚିଥିଲେ। ସେ ମୁମ୍ବାଇରେ ପହଞ୍ଚିବା ପରେ ଫଡନାଭିସଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନା ପରେ ଉଭୟ ରାଜ୍ୟପାଳଙ୍କ ପାଖକୁ ଯାଇଥିଲେ। ସେହିପରି ବାକି ବିଦ୍ରୋହୀ ବିଧାୟକମାନେ ନୂଆ ସରକାର ଶପଥ ନେବା ବେଳେ ଗୋଆରୁ ମୁମ୍ବାଇ ଆସିବେ।

ଅଢ଼େଇ ବର୍ଷ ତଳେ ଫଡନାଭିସ ଏନସିପିର ଅଜିତ ପାୱାରଙ୍କୁ ଧରି ତରବରିଆ ଭାବେ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିଥିଲେ। ହେଲେ ଶପଥ ନେବାର ୨୪ ଘଣ୍ଟା ନ ପୁରୁଣୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ସେବେଠାରୁ ସେ ବିରୋଧୀ ଦଳ ନେତା ଭାବେ କାମ କରୁଥିଲେ। ହେଲେ ଆସନ୍ତାକାଲି ସେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଫଡନାଭିସ ପ୍ରାଥମିକ ଅବସ୍ଥାରେ ବହୁତ କମ ଲୋକଙ୍କୁ ନେଇ ନିଜର କ୍ୟାବିନେଟ ଚଳାଇବେ। ଏହାପରେ ଏହାକୁ ସଂପ୍ରସାରଣ କରାଯିବ।

ଶିବସେନାର ୫୫ ଜଣ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ ଏକନାଥ ସିନ୍ଦେଙ୍କ ସହ ରହିଛନ୍ତି। ଏହି କାରଣରୁ ଉଦ୍ଧବ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିଲେ। ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ହିଁ ଗତକାଲି ରାତିରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story