ଉପହାର ସିନେମା ହଲ୍‌ରେ ପୁଣି ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ବହୁ ଚର୍ଚ୍ଚିତ ଉପହାର ସିନେମା ହଲ୍‌ରେ ପୁଣିଥରେ ଅଗ୍ନିକାଣ୍ଡ ଘଟିଛି। ରବିବାର ସକାଳେ ଗ୍ରୀନ୍‌ ପାର୍କ ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏକ ବିଲ୍ଡିଂରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବିଭାଗକୁ ଖବର ମିଳିଥିଲା। ଟିମ୍ ସେଠାରେ ପହଞ୍ଚିବା ପରେ ଉପହାର ସିନେମା ହଲରେ ନିଆଁ ଲାଗିଥିବା ନେଇ ଦେଖିବାକୁ ମିଳିଥିଲା। ୫ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ସେ ନେଇ […]

fire-breaks-out uphar cinema hall

fire-breaks-out uphar cinema hall

Madhupriya Mistry
  • Published: Sunday, 17 April 2022
  • Updated: 17 April 2022, 11:01 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ବହୁ ଚର୍ଚ୍ଚିତ ଉପହାର ସିନେମା ହଲ୍‌ରେ ପୁଣିଥରେ ଅଗ୍ନିକାଣ୍ଡ ଘଟିଛି। ରବିବାର ସକାଳେ ଗ୍ରୀନ୍‌ ପାର୍କ ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏକ ବିଲ୍ଡିଂରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବିଭାଗକୁ ଖବର ମିଳିଥିଲା। ଟିମ୍ ସେଠାରେ ପହଞ୍ଚିବା ପରେ ଉପହାର ସିନେମା ହଲରେ ନିଆଁ ଲାଗିଥିବା ନେଇ ଦେଖିବାକୁ ମିଳିଥିଲା।

୫ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ୧୯୯୭ ମସିହାରେ ଏହି ସିନେମା ହଲରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗି ୫୯ ଜଣଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

୧୩ ଜୁନ୍‌ ୧୯୯୭ରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତ ଥିବା ସୁଶିଲ ଅସଂଲ ଏବଂ ଗୋପାଲ ଅସଂଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟ୍‌କା ଲାଗିଥିଲା। ଟ୍ରାଏଲ କୋର୍ଟର ସାତ ବର୍ଷର ଦଣ୍ଡଦେଶକୁ ସ୍ଥଗିତ ରଖିବାକୁ ହାଇକୋର୍ଟ ମନା କରି ଦେଇଛନ୍ତି। ସୁଶୀଲ ଅସଂଲ ଏବଂ ଗୋପାଳ ଅସଂଲ ଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ଆବେଦନ ଉପରେ ମଧ୍ୟ ଦିଲ୍ଲୀ ହାଇକୋର୍ଟ ନିଜ ରାୟ ଶୁଣାଇଥିଲେ।

https://twitter.com/ANI/status/1515556870777319431?s=20&t=ZK8sgwsrElj17ziYVqlgcw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos