ରେଳବାଇ ବିଲଡିଂର ୧୩ତମ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ, ୬ ମୃତ

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଥିବା ରେଳବାଇ ବିଭାଗର ଗୋଟିଏ ବହୁତଳ ପ୍ରସାଦ ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବିଲଡିଂ ୧୩ତମ ମହଲା ହୁତୁହୁତୁ ହୋଇ ଜଳୁଥିବାରୁ ଏହା ଅନ୍ୟ ଫ୍ଲୋରକୁ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ଦମକଳ ବାହିନୀର ଏକାଧିକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ବିଲଡିଂରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଥିବାରୁ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ। ତଥାପି ପ୍ରାଥମିକ ତଥ୍ୟ ଅନୁସାରେ […]

Fire

Hemant Lenka
  • Published: Monday, 08 March 2021
  • , Updated: 08 March 2021, 10:39 PM IST

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଥିବା ରେଳବାଇ ବିଭାଗର ଗୋଟିଏ ବହୁତଳ ପ୍ରସାଦ ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବିଲଡିଂ ୧୩ତମ ମହଲା ହୁତୁହୁତୁ ହୋଇ ଜଳୁଥିବାରୁ ଏହା ଅନ୍ୟ ଫ୍ଲୋରକୁ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ଦମକଳ ବାହିନୀର ଏକାଧିକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ବିଲଡିଂରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଥିବାରୁ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ। ତଥାପି ପ୍ରାଥମିକ ତଥ୍ୟ ଅନୁସାରେ ଅଗ୍ନିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ପ୍ରାଥମିକ ସୂଚନା ଅନୁଯାୟୀ, କୋଲକାତାର ଷ୍ଟ୍ରାଣ୍ଡ ରୋଡରେ ଥିବା ନୂଆ କୋଇଲାଘାଟ ବିଲଡିଂରେ ହିଁ ନିଆଁ ଲାଗିଛି। ଏହା ରେଳବାଇର ହାଉସ ଅଫିସ ଭାବେ ବ୍ୟବହୃତ ହେଉଥିଲା। କୋଲକାତା ପୁଲିସ୍‌ ପ୍ରଥମେ ସନ୍ଧ୍ୟା ୬.୧୦ରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଥିଲା। ଏହାପରେ ୧୦ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲା। ଏବେ ବି ସେମାନେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ତେବେ ନିଆଁ କେମିତି ଲାଗିଲା ସେକଥା ଜଣାପଡ଼ିନାହିଁ।


ଇଷ୍ଟର୍ଣ୍ଣ ରେଳବାଇର ମୁଖପାତ୍ର କମଳା ଦେଓ କହିଛନ୍ତି, କୋଲକାତାର ଷ୍ଟ୍ରାଣ୍ଡ ରୋଡରେ ଥିବା ନୂଆ କୋଇଲାଘାଟ ବିଲଡିଂରେ ଅଗ୍ନିକାଣ୍ଡ ଘଟିଛି। ଏହି ବିଲ୍ଡିଂକୁ ଇଣ୍ଟର୍ଣ୍ଣ ଓ ସାଉଥ ଇଷ୍ଟର୍ଣ୍ଣ ରେଳବାଇର ହାଉସ ଅଫିସ ଭାବେ ବ୍ୟବହାର କରାଯାଏ। ଏହାର ଗ୍ରାଉଣ୍ଡ ଫ୍ଲୋରରେ କମ୍ୟୁଟରକରଣ ଟିକେଟ୍‌ ବୁକିଂ କାଉଣ୍ଟର ମଧ୍ୟ ରହିଛି। ନିଆଁ ଲାଗିଥିଲେ ହେଁ ଆମେ ଏଯାଏ କ୍ଷୟକ୍ଷତି ସମ୍ପର୍କରେ ସୂଚନା ପାଇନାହୁଁ ବୋଲି ସେ କହିଛନ୍ତି।

Related story