ଆସୁଛି ବର୍ଷର ପ୍ରଥମ ବାତ୍ୟା ତଉକ୍‌ତେ!

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ବାତ୍ୟାର ସମ୍ମୁଖୀନ ହୋଇପାରନ୍ତି ଦେଶବାସୀ। ଆସନ୍ତା ୧୬ ତାରିଖରେ ଆରବ ସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୧୪ ତାରିଖରେ ଦକ୍ଷିଣପୂର୍ବ ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ୧୪ ତାରିଖ ସକାଳେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଦକ୍ଷିଣପୂର୍ବ ଆରବ ସାଗର […]

Cyclone

Cyclone

Hemant Lenka
  • Published: Tuesday, 11 May 2021
  • Updated: 11 May 2021, 06:20 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ବାତ୍ୟାର ସମ୍ମୁଖୀନ ହୋଇପାରନ୍ତି ଦେଶବାସୀ। ଆସନ୍ତା ୧୬ ତାରିଖରେ ଆରବ ସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୧୪ ତାରିଖରେ ଦକ୍ଷିଣପୂର୍ବ ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ୧୪ ତାରିଖ ସକାଳେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ।

ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ସହ ସମାନ୍ତରାଳ ଭାବେ ଏହା ଗତି କରିବାର ସମ୍ଭାବନା ରହିଛି। ଏଠାରେ ଏହି ଲଘୁଚାପ ଘନୀଭୂତ ହୋଇ ୧୫ ତାରିଖ ବେଳକୁ ଅବପାତ ଓ ଏହାପରେ ଗଭୀର ଅବପାତର ରୂପ ନେବ। ୧୬ ତାରିଖ ସକାଳ ସୁଦ୍ଧା ଏହା ପୂର୍ବକେନ୍ଦ୍ରୀୟ ଆରବ ସାଗର ଉପରେ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯଦି ଏହି ଲଘୁଚାପ ବାତ୍ୟାରେ ପରିଣତ ହୁଏ, ତା’ହେଲେ ଏହାର ନାଁ ତଉକତେ ରଖାଯିବ। ଏହାର ନାଁ ମିଆଁମାର ଦେଇଛି।

ବିଭାଗ ସୂଚନା ଅନୁଯାୟୀ, ବାତ୍ୟା ସୃଷ୍ଟି ହେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ସମ୍ଭାବ୍ୟ ଲଘୁଚାପ ଓ ବାତ୍ୟାକୁ ଦୃଷ୍ଟିରେ ରଖି ଲାକ୍ଷାଦ୍ୱୀପରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ମେ’ ୧୩ରୁ ୧୫ ଯାଏ ଏଠାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।

ଏହାବାଦ କେରଳ, ତାମିଲନାଡୁ ଓ କର୍ଣ୍ଣାଟକାର ବିଭିନ୍ନ ସ୍ଥାନରେ ୧୪ ଓ ୧୫ ତାରିଖରେ ପ୍ରବଳ ବର୍ଷା ସହ ପବନର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବର୍ଷାକୁ ଦୃଷ୍ଟିରେ ରଖି ମେ’ ୧୩ ତାରିଖରେ ଲାକ୍ଷାଦ୍ୱୀପ ପାଇଁ ୟେଲୋ ଓ ୧୪ ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଲାକ୍ଷାଦ୍ୱୀପରରେ ୧୫ ଓ ୧୬ ତାରିଖରେ ସମୁଦ୍ର ଜୁଆର ପ୍ରାୟ ୧ ମିଟର ଉଚ୍ଚକୁ ଉଠିବାର ଆଶଙ୍କା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହା ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ବାରଣ କରାଯାଇଛି। ସେହିପରି ଗଭୀର ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ ଫେରି ଆସିବାକୁ କୁହାଯାଇଛି।

ଲାକ୍ଷାଦ୍ୱୀପ ବ୍ୟତୀତ କେରଳର ଥିରୁବନନ୍ତପୁରମ ଓ କୋଲ୍ଲାମ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ମେ’ ୧୪ରେ ଏହି ଦୁଇ ସ୍ଥାନ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ମେ’ ୧୫ରେ ଥରୁବନନ୍ତପୁରମ, କୋଲ୍ଲାମ, ପଥନାମଥିଟ୍ଟା ଓ ଅଲପୁଜା ପାଇଁ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏଥିପାଇଁ ପାଣିପାଗ ବିଭାଗ ଏଠାରେ ଅରେଞ୍ଜ ଆଲର୍ଟ ଜାରି କରିଛି। ଏହାବାଦ ଗୋଆ ଓ ମହାରାଷ୍ଟ୍ରର କିଛି ସ୍ଥାନରେ ମଧ୍ୟ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story