ଜାତୀୟ ଗଣମାଧ୍ୟମରେ ସ୍ୱିଗୀ ବୟଙ୍କ ମାଡ଼ ଭିଡିଓ ଚର୍ଚ୍ଚା

ଭୁବନେଶ୍ୱର: ଜାତୀୟ ଗଣମାମଧ୍ୟମରେ ଭୁବନେଶ୍ୱର ସ୍ୱିଗୀ ବୟ ଚର୍ଚ୍ଚାରେ। ଗ୍ରାହକଙ୍କୁ ସେମିତି କିଛି ଖାସ ଅନ୍ଦାଜରେ ଖାଦ୍ୟ ପରିବେଷଣ ନୁହେଁ ବରଂ ଏକ ଭିନ୍ନ କାରନାମା ତାଙ୍କୁ ଚର୍ଚ୍ଚିତ କରିଛି। ଜଣେ ଯୁବତୀଙ୍କୁ ଚାପୁଡ଼ା ବିଧା ମାରି ଭାଇରାଲ ହୋଇଯାଇଛନ୍ତି ସେ। ବିଚ୍‌ ରାସ୍ତାରେ ଜଣେ ପ୍ରେମୀ ଯୁଗଳଙ୍କ ଡ୍ରାମାରେ ଏଣ୍ଟ୍ରିମାରି ଫିଲ୍ମ ଷ୍ଟାଇଲରେ କାରନାମା ଦେଖାଇଥିବା ସ୍ୱଗୀବୟ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍ ପାଲଟିଯାଇଛନ୍ତି। ଖବରଟି ଜାତୀୟ ଗଣମାଧ୍ୟମ ଇଣ୍ଡିଆ-ଟୁଡେଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ […]

bbsr

bbsr

Tapas Behera
  • Published: Friday, 01 April 2022
  • Updated: 02 April 2022, 09:12 AM IST

Sports

Latest News

ଭୁବନେଶ୍ୱର: ଜାତୀୟ ଗଣମାମଧ୍ୟମରେ ଭୁବନେଶ୍ୱର ସ୍ୱିଗୀ ବୟ ଚର୍ଚ୍ଚାରେ। ଗ୍ରାହକଙ୍କୁ ସେମିତି କିଛି ଖାସ ଅନ୍ଦାଜରେ ଖାଦ୍ୟ ପରିବେଷଣ ନୁହେଁ ବରଂ ଏକ ଭିନ୍ନ କାରନାମା ତାଙ୍କୁ ଚର୍ଚ୍ଚିତ କରିଛି। ଜଣେ ଯୁବତୀଙ୍କୁ ଚାପୁଡ଼ା ବିଧା ମାରି ଭାଇରାଲ ହୋଇଯାଇଛନ୍ତି ସେ। ବିଚ୍‌ ରାସ୍ତାରେ ଜଣେ ପ୍ରେମୀ ଯୁଗଳଙ୍କ ଡ୍ରାମାରେ ଏଣ୍ଟ୍ରିମାରି ଫିଲ୍ମ ଷ୍ଟାଇଲରେ କାରନାମା ଦେଖାଇଥିବା ସ୍ୱଗୀବୟ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍ ପାଲଟିଯାଇଛନ୍ତି। ଖବରଟି ଜାତୀୟ ଗଣମାଧ୍ୟମ ଇଣ୍ଡିଆ-ଟୁଡେଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ଘଟଣାଟି ଏମିତି। ଗୁରୁବାର ଭୁବନେଶ୍ୱରର ଆଇଜି ପାର୍କ ସାମ୍ନା। ସମୟ ପ୍ରାୟ ଅପରାହ୍ନ ହେବ।

ବେଶ ବ୍ୟସ୍ତବହୁଳ ରହୁଥିବା ଏହି ରାସ୍ତାରେ ହଠାତ୍‌ ଦୁଇ ପ୍ରେମୀ ଯୁଗଳଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଉଭୟଙ୍କ ଗଣ୍ଡଗୋଳ ଏତେ ତୀବ୍ର ହୋଇଥିଲା ଯେ, ସଙ୍ଗେ ସଙ୍ଗେ ଟ୍ରାଫିକ୍‌ ଜାମ ହୋଇଯାଇଥିଲା। ଉଭୟଙ୍କ କଳହ ଉଗ୍ର ହେବାରୁ  ଦେଖଣାହାରୀଙ୍କ ଭିଡ଼ ବଢ଼ିଲା। ତେବେ ପ୍ରେମିକ ଜଣକର ସ୍ୱର ନରମ ଥିଲା ବେଳେ ଯୁବତୀଙ୍କ ସ୍ୱର ବେଶ ଗରମ ଥିଲା ଭଳି ଲାଗୁଥିଲା। ଯୁବତୀ ଜଣକ ତାଙ୍କ ପ୍ରେମିକାକୁ ଅସଭ୍ୟ ଭାଷାରେ ଗାଲି ଗୁଲଜ କରୁଥିବା ଦେଖିବାକୁ ମିଳିଥିଲା। ଏପରିକି ତାଙ୍କୁ ଚପଲରେ ପିଟୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ମାହୋଲ ଗରମ ହୋଇ ରାସ୍ତା ଜାମ ହୋଇଯିବାରୁ ଖାଦ୍ୟ ନେଇ ଯାଉଥିବା ସ୍ୱିଗୀ ବୟ ସମାଧାନ କରିବାକୁ ଉଦ୍ୟମ କରିଥିଲେ।

ତେବେ ସ୍ୱିଗୀ ବୟ ଜଣକ ବୁଝାସୁଝା କରିଥିଲେ ମଧ୍ୟ  ଯୁବତୀ ଜଣକ  ତାଙ୍କୁ ମଧ୍ୟ ଅସଭ୍ୟ ଭାସାରେ ଜବାବ ଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ବାକ ଯୁଦ୍ଧ ଲାଗି ରହିଲା। ତେବେ ଯୁବତୀ ଜଣକ ଅତ୍ୟଧିକ ଖରାପ ଭାସା ବ୍ୟବହାର କରିବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ୱିଗୀ ବୟ ଜଣକ ତାଙ୍କ ଗାଲକୁ  ଚାପୁଡ଼ା ପରେ ଚାପୁଡ଼ା ମାରିଥିଲେ। ଏହି ଦୃଶ୍ୟକୁ ସେଠାରେ ରୁଣ୍ଡ ହୋଇଥିବା ଲୋକେ ନିଜ ମୋବାଇଲ କ୍ୟାମେରାରେ କଏଦ କରିଥିଲେ। ତେବେ  ସ୍ଥାନୀୟ ଲୋକେ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା। ତେବେ ସର୍ବସାଧାରଣରେ ଜଣେ ଯୁବତୀଙ୍କୁ ହାତ ଉଠାଇ ମାଡ଼ ମାରିବା କେତେକ ନାପସନ୍ଦ କରିଥିବା ବେଳେ ଆଉ କେତେକ ସମର୍ଥନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos