ବିଜେପି ନେତା କହିଲେ 'ମୁଁ ୫ଜଣଙ୍କୁ ହତ୍ୟା କରିଛି', FIR ରୁଜୁ

ନୂଆଦିଲ୍ଲୀ: ଫସିଲେ ରାଜସ୍ଥାନର ପୂର୍ବତନ ବିଜେପି ବିଧାୟକ ଜ୍ଞାନଦେବ ଅହୁଜା। ବିବାଦୀୟ ମନ୍ତବୟ୍ୟ ଦେବା ତାଙ୍କୁ ପଡିଲା ମହଙ୍ଗା। ତାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ପ୍ରକୃତରେ, ଜ୍ଞାନଦେବଙ୍କର ଏକ ଭିଡିଓ ଏବେ ସୋସାଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବିଜେପି ନେତା ଜ୍ଞାନଦେବ କହୁଛନ୍ତି ‘ଆମେ ତ ସେମାନଙ୍କର ୫ ଜଣ ଲୋକଙ୍କୁ ମାରିଛୁ, ହେଲେ ପ୍ରଥମ ଥର ପାଇଁ ସେମାନେ ଆମର ଜଣେ ଲୋକଙ୍କୁ ହତ୍ୟା କରିଛନ୍ତି।’ ଜ୍ଞାନଦେବଙ୍କ […]

former-bjp-mla-gyandev-ahuja

former-bjp-mla-gyandev-ahuja

Madhupriya Mistry
  • Published: Sunday, 21 August 2022
  • Updated: 21 August 2022, 11:57 AM IST

Sports

Latest News

ନୂଆଦିଲ୍ଲୀ: ଫସିଲେ ରାଜସ୍ଥାନର ପୂର୍ବତନ ବିଜେପି ବିଧାୟକ ଜ୍ଞାନଦେବ ଅହୁଜା। ବିବାଦୀୟ ମନ୍ତବୟ୍ୟ ଦେବା ତାଙ୍କୁ ପଡିଲା ମହଙ୍ଗା। ତାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି।

ପ୍ରକୃତରେ, ଜ୍ଞାନଦେବଙ୍କର ଏକ ଭିଡିଓ ଏବେ ସୋସାଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବିଜେପି ନେତା ଜ୍ଞାନଦେବ କହୁଛନ୍ତି ‘ଆମେ ତ ସେମାନଙ୍କର ୫ ଜଣ ଲୋକଙ୍କୁ ମାରିଛୁ, ହେଲେ ପ୍ରଥମ ଥର ପାଇଁ ସେମାନେ ଆମର ଜଣେ ଲୋକଙ୍କୁ ହତ୍ୟା କରିଛନ୍ତି।' ଜ୍ଞାନଦେବଙ୍କ ଏଭଳି ବୟାନ ଭାଇରାଲ ହେବା ପରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି।

ଗୋବିନ୍ଦଗଡରେ ଜ୍ଞାନଦେବ ଆହୁଜା ସଙ୍ଘବଦ୍ଧ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଚିରଞ୍ଜିଲାଲଙ୍କ ଘରକୁ ଯାଇଥିବା ବେଳେ ସେଠାରେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି। ଉଦୟପୁରରେ କହ୍ନେୟାଲାଲଙ୍କ ହତ୍ୟା ଆଧାରରେ ଜ୍ଞାନଦେବ ଏହି ବୟାନ ଦେଇଥିବା କୁହାଯାଉଛି। ଜ୍ଞାନଦେବ ଆହୁରି କହିଛନ୍ତି କି 'ମୁଁ ମୋର କାର୍ଯ୍ୟକର୍ତ୍ତାଙ୍କୁ ପୁରା ସ୍ୱାଧୀନତା ଦେଇଛି। ସେମାନେ ହତ୍ୟା କରିବା ପରେ କିଭଳି ଜାମିନ ପାଇବେ ତାର ବ୍ୟବସ୍ଥା କରିବାକୁ ଆହ୍ୱାନ ଦେଇଛି।' ଏଭଳି ବୟାନକୁ ନେଇ ମାମଲା ରୁଜୁ ହେବା ପରେ ଜ୍ଞାନ ଦେବ ସଫେଇ ରଖିଛନ୍ତି। ସେ କହିଛନ୍ତି, 'ମୁଁ ସାଂପ୍ରଦାୟିକ ବ୍ୟକ୍ତି କି ମୁସଲମାନଙ୍କ ବିରୋଧୀ ନୁହେଁ।' ପୁଲିସ ଏବେ ଜ୍ଞାନଦେବଙ୍କ ବିରୋଧରେ ଗୋବିନ୍ଦଗଡ ଥାନାରେ୧୫୩(କ)ରେ ମାମଲା ରୁଜୁ କରିଛି।

https://twitter.com/GovindDotasra/status/1560927096863461377?s=20&t=1pTFDPJoJnKl9vnFBjfjQg

ଏହି ଭିଡିଓ ଭାଇରାଲ ହେବା ପରେ ବିରୋଧୀ ଦଳ ନେତାମାନେ ତାଙ୍କୁ ଜୋରଦାର ଟାର୍ଗେଟ। ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରା ଅହୁଜା କହିଛନ୍ତି, 'ବିଜେପି କେତେ ସାମ୍ପ୍ରଦାୟିକ, ତାହା ଆପଣଙ୍କ ଏହି ଭିଡିଓରୁ ଜଣାପଡୁଛି।'

ଜ୍ଞାନଦେବ ଆହୁଜା ରାମଗଡର ପୂର୍ବତନ ବିଧାୟକ ଓ ବରିଷ୍ଠ ବିଜେପି ନେତା। ସେ ଏକ ବିଶେଷ ସମୁଦାୟର ଜଣେ ଲୋକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି କି ଏହି ହତ୍ୟା ଅଭିଯୁକ୍ତଙ୍କ ବିରୋଧରେ ମୋବ ଲିଚିଂ ଧାରାରେ ମାମଲା ରୁଜୁ ହେବା ଆବଶ୍ୟକ। ଏଥିସହ ତାଙ୍କ ପରିବାରକୁ ସରକାରୀ ସହାୟତା ସାଙ୍ଗକୁ ଚାକିରି ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos