ଚାଲିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କଲ୍ୟାଣ ସିଂହଙ୍କ ଆଜି ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ। ତାଙ୍କୁ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଥିଲା। ଆଜି ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଏକାଧିକ ଅଙ୍ଗପ୍ରେତ୍ୟଙ୍ଗ ଫେଲ ଯୋଗୁ ତାଙ୍କର ପରଲୋକ ଘଟିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। କଲ୍ୟାଣ ସିଂହଙ୍କୁ ମେଡିସିନ୍, କାର୍ଡିଓଲୋଜି, ନେପ୍ରୋଲୋଜି, […]

k-singh

k-singh

Hemant Lenka
  • Published: Saturday, 21 August 2021
  • Updated: 21 August 2021, 10:36 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କଲ୍ୟାଣ ସିଂହଙ୍କ ଆଜି ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ। ତାଙ୍କୁ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଥିଲା। ଆଜି ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଏକାଧିକ ଅଙ୍ଗପ୍ରେତ୍ୟଙ୍ଗ ଫେଲ ଯୋଗୁ ତାଙ୍କର ପରଲୋକ ଘଟିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

କଲ୍ୟାଣ ସିଂହଙ୍କୁ ମେଡିସିନ୍, କାର୍ଡିଓଲୋଜି, ନେପ୍ରୋଲୋଜି, ନ୍ୟୁରୋଲୋଜି ଓ ଏଣ୍ଡକ୍ରିନୋଲୋଜି ବିଭାଗର ସ୍ୱତନ୍ତ୍ର ଡାକ୍ତରଙ୍କୁ ନେଇ ଗଠିତ ଟିମ ଚିକିତ୍ସା କରୁଥିଲେ। ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ଡାକ୍ତରମାନେ ତାଙ୍କ ଜୀବନ ରକ୍ଷା କରିବାକୁ ଶତ ଚେଷ୍ଟା କରିଥିଲେ ହେଁ ଆଜି ତାଙ୍କର ଦେହାନ୍ତ ହୋଇଛି।

ବିଜେପିର ଏହି ବରିଷ୍ଠ ନେତା ଜଣଙ୍କ ଜୁଲାଇ ୪ ତାରିଖରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଏହି କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ହସ୍ପିଟାଲରେ ରହିଥିଲେ। ସେ ଉତ୍ତର ପ୍ରଦେଶର ଦୁଇଥର ମୁଖ୍ୟମନ୍ତ୍ରୀ ହେବା ସହ ରାଜସ୍ଥାନ ଓ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ସେ ୧୯୯୧ ମସିହାରେ ପ୍ରଥମଥର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ୧୯୯୨ ମସିହାରେ ବାବ୍ରୀ ମସଜିଦକୁ ଭଙ୍ଗା ଯାଇଥିଲା। ଏହାରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଶ୍ରୀ ସିଂହ ସ୍କୁଲରେ ପାଠ ପଢ଼ିବା ବେଳେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସଦସ୍ୟ ବନିଥିଲେ। ସେ ୧୯୬୭ ମସିହାରେ ପ୍ରଥମଥର ପାଇଁ ଉତ୍ତର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ଅତ୍ରାଉଲି ଆସନରୁ ସେ ୯ଥର ବିଧାନସଭାକୁ ଯାଇଛନ୍ତି। ଭାରତୀୟ ଜନସଂଘ, ଜତନା ପାର୍ଟି, ରାଷ୍ଟ୍ରୀୟ କ୍ରାନ୍ତୀ ପାର୍ଟି ଓ ଭାରତୀୟ ଜନତା ପାର୍ଟିରୁ ସେ ବିଧାୟକ ହୋଇଥିଲେ।

କଲ୍ୟାଣ ସିଂହ ପ୍ରଥମେ ୧୯୯୧ରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ବାବ୍ରୀ ମସଜିଦ ଭଙ୍ଗା ଯିବା ପରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ପୁଣି ସେ ୧୯୯୭ ମସିହାରେ ଦ୍ୱିତୀୟ ଥର ପାଇଁ ୟୁପି ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କୁ ୧୯୯୯ ମସିହାରେ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବାରୁ ସେ ବିଜେପି ଛାଡ଼ି ଦେଇଥିଲେ ଓ ନିଜସ୍ୱ ପାର୍ଟି ଗଠନ କରିଥିଲେ। 

ତେବେ ୨୦୦୪ରେ ପୁଣି ସେ ବିଜେପିରେ ସାମିଲ ହୋଇ ବୁଲନ୍ଦଶହରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ପୁଣି ବିଜେପି ଛାଡ଼ିଥିଲେ। ସେହିବର୍ଷ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ଲୋକସଭାକୁ ଯାଇଥିଲେ। ୨୦୧୪ରେ ସେ ପୁଣି ବିଜେପିରେ ଯୋଗଦେଇ ରାଜସ୍ଥାନର ରାଜ୍ୟପାଳ ହୋଇଥିଲେ। ତାଙ୍କୁ ୨୦୧୫ରେ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିଲା।

ଶ୍ରୀ ସିଂହ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତମାସରେ ତାଙ୍କୁ ଦେଖିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରମୁଖ ଦେଖିବାକୁ ଯାଇଥିଲେ।

ଆଜି ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story